ଜି.ଉଦୟଗିରି,୮/୧୧ :ଜି.ଉଦୟଗିରି ବିଜ୍ଞପିତ ଅଞ୍ଚଳ ପରିଷଦ ଉପନିର୍ବାଚନ ପାଇଁ ଆସନ୍ତା ୨୯ ତାରିଖରେ ମତଦାନ ହେବ। ଗୁରୁବାର ଠାରୁ ଆରମ୍ଭ ହେଉଛି ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା। ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମହିଳାଙ୍କ ପାଇଁ ସଂରକ୍ଷିତ ଏହି ପଦବୀ ପାଇଁ ଦଳ ମଧୁଲିନା ଦିଗାଲଙ୍କୁ ପ୍ରାର୍ଥୀ କରିଛି।
୧୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲର ଅନ୍ତିମ ଦିବସ ରହିଥିବା ବେଳେ ବିଜେପି ଓ ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ। ଆଜି ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ ମଧୁଲିନାଙ୍କ ନାମ ଆଧିକାରିକ ଭାବେ ଘୋଷଣା କରିବା ବେଳେ ନଗର କଂଗ୍ରେସ ସଭାପତି ସୂର୍ଯ୍ୟକାନ୍ତ ନାୟକ, କାଉନସିଲର ଯାକେଶ ପ୍ରଧାନ, ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ, କଂଗ୍ରେସ ନେତା ଶୁଭ୍ରମନ୍ୟୁ ନାୟକ, ନାଥନ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଇ ୫ ଶହ ମିଟର ଘୋଷାଡି ନେଲା ଟ୍ରକ : ଭାଣିଜୀ ମୃତ, ମାମୁଁ ଆହତ