ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

‘ଭାରତ ବନାମ ଇଣ୍ଡିଆ’ ନାଁ ବିବାଦରେ ମୁଣ୍ଡ ପୂରାଇଲା ଚୀନ୍, କହିଲା ‘ନାଁକୁ ଗୁରୁତ୍ୱ ନ ଦେଇ ପ୍ରସଙ୍ଗ ପ୍ରତି ଧ୍ୟାନ ଦିଅ’

ବେଜିଂ, ୦୭/୦୯: ଦେଶର ନାଁ ଭାରତ ନା ଇଣ୍ଡିଆ । ଜି୨୦ ସମ୍ମିଳନୀ ଡିନର୍ ଲାଗି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ ବଦଳରେ ପ୍ରେସିଡେଣ୍ଟ ଅଫ୍ ଭାରତ ଲେଖା ଯାଇଥିଲା । ଯାହାକୁ ନେଇ ଚର୍ଚ୍ଚା ହେଉଛି କେନ୍ଦ୍ର ସରକାର ଦେଶର ନାଁ ପରିବର୍ତ୍ତିନ କରିବାକୁ ଚାହୁଁଛନ୍ତି । ଦେଶ ଭିତରେ ତେଜିଥିବା ଏ ବିବାଦରେ ଏବେ ପଡ଼ୋଶୀ ଚୀନ୍ ମୁଣ୍ଡ ଖେଳାଇଛି । 

ଚୀନ୍ ସରକାରଙ୍କ ମୁଖପତ୍ର ଗ୍ଲୋବାଲ୍ ଟାଇମ୍ସ ଗୁରୁବାର ଲେଖିଛି, ଭାରତ ବନାମ ଇଣ୍ଡିଆ ଅପେକ୍ଷା ସରକାର ସ୍ଥାନୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଆବଶ୍ୟକ । ଜି୨୦ ଶିଖର ସମ୍ମିଳନୀକୁ ଇସାରା କରି ଗ୍ଲୋବାଲ୍ ଟାଇମ୍ସ ଲେଖିଛି- ଦେଶକୁ ନିଜର ଅର୍ଥ ବ୍ୟବସ୍ଥାରେ ସୁଧାର, ଖୋଲାପଣର ବିସ୍ତାର ଓ ବିଦେଶ ନିବେଶକୁ ଆକର୍ଷିତ କରିବା ଲାଗି ଜି୨୦ ଅଧ୍ୟକ୍ଷତାର ବ୍ୟବାର କରିବା ଆବଶ୍ୟକ । 

ମାନଚିତ୍ର ବିବାଦରେ ଚାରିଆଡୁ ଘେରିଲା ଚୀନ୍: ଏବେ ଜାପାନା କଲା କଡ଼ା ବିରୋଧ, କହିଲା- ‘ସେନକାକୁ ଦ୍ବୀପ ଆମର’

ଗ୍ଲୋବାଲ୍ ଟାଇମ୍ସ ମାଧ୍ୟମରେ ଚୀନ, ଭାରତକୁ ପରାମର୍ଶ ଦେଇ କହିଛି- ଜି୨୦ ମାଧ୍ୟମରେ ଭାରତ ଅନେକ ଉପାୟକୁ ଧିରେ ଧିରେ ଲାଗୁ କରିବା ଦରକାର । ଏଭଳି କାର୍ଯ୍ୟ ଦେଶର ନାମ ପରିବର୍ତ୍ତନ ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ । 

ଦୁନିଆରେ ଭାରତୀୟ ଅର୍ଥ ବ୍ୟବସ୍ଥା ଦ୍ରୁତ ଗତିରେ ବଢ଼ୁଥିବା କଥାକୁ ଚୀନ ସ୍ୱୀକାର କରିଛି । ତଥାପି ଦେଶର ନାଁ ଭାରତ ବନାମ ଇଣ୍ଡିଆକୁ ନେଇ ଚୀନ କଟାକ୍ଷ କରିବାକୁ ପଛାଇ ନାହିଁ । କହିଛି, ଭାରତ ନିଜ ଆଡ଼କୁ ଦୁନିଆର ନଜର ଆକର୍ଷିତ କରିବାକୁ ଚାହୁଁଛି । ତେବେ ଭାରତ ଯେ ପର୍ଯ୍ୟନ୍ତ ଜି୨୦ ଅଧ୍ୟକ୍ଷତାର ଠିକ୍ ବ୍ୟବହାର ନ କଲେ, ଏହା ଦ୍ୱାରା କିଛି ପ୍ରଭାବ ପଡ଼ିବ ନାହିଁ ବୋଲି ଚୀନ କହିଛି ।

୬୦୦ ଏମ୍ଏଲ୍ ବିଷ କାଢ଼ିବାକୁ ଲାଗିଲା ୨୪ ଦିନ, ଦିନକୁ ୨୦୮ ଇଞ୍ଜେକ୍ସନ ଦେଇ ଚାଷୀଙ୍କ ଜୀବନ ବଞ୍ଚାଇଲେ ଡାକ୍ତର

ଗ୍ଲୋବାଲ୍ ଟାଇମ୍ସ ଆହୁରି ଲେଖିଛି, ୧୯୯୧ ପରେ ଆର୍ଥିକ ସୁଧାର ମାମଲାରେ ମୋଦୀ ସରକାରଙ୍କ ପଦକ୍ଷେପ ମହତ୍ୱାକାଂକ୍ଷୀ । ଦୁନିଆ ଲାଗି ଭାରତ ତାର ବଜାରକୁ ଉନ୍ମୁକ୍ତ ରଖିବାକୁ ପଛାଉଛି । ଏମିତି ଇସାରା ଦେଇ ବେଜିଂ, ଚୀନ୍ କମ୍ପାନୀ ଲାଗି ଭାରତର ବଜାର ଉନ୍ମୁକ୍ତ ପାଇଁ କହିଛି ।

China
India Vs Bharat
Global Times

Copyright © 2022 - Summa Real Media Private Limited. All Rights Reserved.