ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ଗଞ୍ଜେଇ ଚୋରାଚାଲାଣ ମାମଲା ; ୪ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ ଜେଲ୍

Published By : Prameya | January 25, 2024 9:36 PM

ବ୍ରହ୍ମପୁର,୨୫/୧ : ଅବକାରୀ ଗୁଇନ୍ଦା ବିଭାଗ ଜାତୀୟ ରାଜପଥରୁ ୨୦୨୨ମସିହାରେ ଏକ ଗଞ୍ଜେଇ ଭର୍ତ୍ତି କାର୍ ଜବତ କରିଥିଲା । ୪ଜଣଙ୍କୁ କାବୁ କରିବା ସହ ଏକ ମାମଲା ରୁଜୁ କରିଥିଲା । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍-୩ ରାଜ କୁମାର ଦାଶ ଉକ୍ତ ଗଞ୍ଜେଇ ଚାଲାଣ ମାମଲାର ବିଚାରଣା କରି ୪ଜଣ ଅଭିଯୁକ୍ତଙ୍କୁ ୧୦ବର୍ଷ ଲେଖାଏଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ପ୍ରତ୍ୟେକ ୧ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ପ୍ରତ୍ୟେକ ୧ବର୍ଷ ଲେଖାଏଁ ଅଧିକ କାରାଦଣ୍ଡ ଭୋଗିବାକୁ ସେ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତମାନେ ହେଲେ ନୂଆଦିଲ୍ଲୀ ତୋଗଲବାଦର ମୌସିନ ଅଂସାରୀ(୩୬), ଉତ୍ତରପ୍ରଦେଶ ମିରଟର ଜିତେନ୍ଦ୍ର କୁମାର(୪୧), ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବାର ସୋମନାଥ ରଇତ(୨୮) ଓ ବିଧାନ ସିଂ(୨୩) । 

ପ୍ରକାଶ ଯେ, ଗଜପତିରୁ ଗଞ୍ଜେଇ ବ୍ରହ୍ମପୁର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅବକାରୀ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା । ତତ୍କାଳୀନ ଥାନାଧିକାରୀ ହୃଦୟ ଚନ୍ଦ୍ର ସାମନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ୨୦୨୨ସେପ୍ଟେମ୍ବର ୧୬ ତାରିଖରେ ଗୋପାଳପୁର ଜଙ୍କସନ ଯାନବାହନ ଯାଞ୍ଚ କରୁଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ମାରୁତି ୱାଗନର କାର(ଡିଏଲ-୪ସି-ଏଏମ-୨୧୩୩)କୁ ସନ୍ଦେହରେ ଅଟକାଯାଇଥିଲା । ଯାଞ୍ଚ ପରେ ସେହି କାର ଭିତରେ ୪ଟି ବସ୍ତାରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ବିଭାଗୀୟ ଅଧିକାରୀମାନେ ଜାଣିବାକୁ ପାଇଥିଲେ । ଓଜନ କରିବା ପରେ ତାହା ୧୦୦କେଜି ବୋଲି ସ୍ପଷ୍ଟ ହୋଇଥିଲା । ବିଭାଗୀୟ ଅଧିକାରୀମାନେ କାର ସମେତ ସମସ୍ତ ଗଞ୍ଜେଇ ଜବତ କରିଥିଲେ । 

କାରରେ ବସିଥିବା ଉପରୋକ୍ତ ୪ଅଭିଯୁକ୍ତଙ୍କୁ ଜେରାବେଳେ ସେମାନେ ଗଜପତି ଜିଲ୍ଲାରୁ ଗଞ୍ଜେଇ ଆଣି ଦିଲ୍ଲୀ ଅଭିମୁଖେ ଯାଉଥିବା ତଦନ୍ତ ବେଳେ ଜଣାପଡ଼ିଥିଲା ଅଭିଯୁକ୍ତମାନେ ଗିରଫ ପରଠାରୁ ଅଭିଯୁକ୍ତମାନେ ବ୍ରହ୍ମପୁର ମଣ୍ଡଳ କାରାଗାର(ଜେଲ)ରେ ବିଚାରାଧୀନ ବନ୍ଦୀ ଭାବେ ରହୁଥିଲେ । ମାମଲାର ବିଚାରଣାବେଳେ ମୋଟ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ରାୟ ପ୍ରକାଶବେଳେ ଅଭିଯୁକ୍ତମାନଙ୍କୁ ଜେଲରୁ ଆଣି କୋର୍ଟରେ ହାଜର କରାଯାଇଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ ଗୁରୁବାର ଉପରୋକ୍ତ ରାୟ ଶୁଣାଇଥିଲେ । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ନରେଶ ପ୍ରସାଦ ପାତ୍ର ଓ ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ମକଦ୍ଦମା ପରିଚାଳନା କରୁଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.