ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୦୨୪ ନିର୍ବାଚନ କାହାର ଗୁଣଗାନ କରିବେ ଗୁଣୁପୁରବାସୀ? ଅଶ୍ୱିନୀ ନା ତୁଳସାଙ୍କୁ ନେଇ ଚର୍ଚ୍ଚା..

ଗୁଣପୁର,୨୯/୦୨: ୨୦୧୯ ନିର୍ବାଚନରେ ବିଜେପିର ପୂର୍ବତନ ବିଧାୟକ ରାମମୁର୍ତ୍ତି ମୁଟ୍ଟିକା ଓ  ରବି ଗମାଙ୍ଗ ଦଳୀୟ ସଙ୍ଗଠନ କରି ଟିକଟ୍‌ ପାଇଁ ଆଶାୟୀ ଥିଲେ । କେବଳ ଡ. ଗିରିଧର ଗମାଙ୍ଗଙ୍କ  ପୁଅ ହୋଇଥିବାରୁ ସେଇ ଗୋଟିଏ ଯୋଗ୍ୟତା ବଳରେ ଶିଶିର ଗମାଙ୍ଗ ଗୁଣପୁର ବିଜେପି ଟିକଟ୍‌ ନେଇ ଯାଇଥିଲେ । ଲଢ଼ିବା ପରେ ପରାସ୍ତ ମଧ୍ୟ ହୋଇଥିଲେ । ବିଜେଡିରେ ମଧ୍ୟ ସେଇ ସମାନ ଘଟଣା  ଘଟିଥିଲା । ବର୍ଷାଧିକକାଳ ସଙ୍ଗଠନରେ ରହିଥିବା ଅଶ୍ୱିନୀ ଗମାଙ୍ଗ ଓ ବିଧାୟକ ଥିବା ତ୍ରିନାଥ ଗମାଙ୍ଗଙ୍କୁ  କାଟି ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ରଘୁନାଥ ଗମାଙ୍ଗଙ୍କୁ ବିଜେଡି ଟିକଟ୍‌ ଦେଇଥିଲା । ପଞ୍ଚାୟତ  ନିର୍ବାଚନରେ ମଧ୍ୟ ପ୍ରାର୍ଥୀ ଚୟନ ବେଳେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆଗକୁ ଆସୁଥିବା  ସାଧାରଣ ନିର୍ବାଚନରେ ମଧ୍ୟ ସେଇ ଅନୁରୂପ ଘଟଣା ଘଟିବାର ଆଶଙ୍କା ରହିଛି ।  ତେଣୁ ବିଜେଡିର ଅଭିଜ୍ଞ ନେତା ଅଶ୍ୱିନୀ ଗମାଙ୍ଗ ଓ କଂଗ୍ରେସର ନାରୀନେତ୍ରୀ  ତୁଳସା ଶବରଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି । 

୧୯୯୨ରେ  ପ୍ରଥମ କରି ଟିଟିମିରି ପଞ୍ଚାୟତରୁ ସମିତିସଭ୍ୟ ହୋଇ ବ୍ଲକ୍‌ ଅଧ୍ୟକ୍ଷ ହୋଇପାରିଥିଲେ । ୨୦୦୪ରେ  ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ି ୧୬,୭୪୮ ଖଣ୍ଡ ଭୋଟ ପାଇଥିଲେ । ୨୦୦୯ରେ ବିଜେଡି  ଟିକଟ୍‌ ନପାଇ ବିଜେପି ଟିକଟରେ ଲଢ଼ି ୧୨,୪୪୧ ଖଣ୍ଡ ଭୋଟ୍‌ ପାଇଥିଲେ । ଲମ୍ବା ସମୟ ଧରି ଅଣ  କଂଗ୍ରେସ ରାଜନୀତିରେ ଥିବା ସତ୍ତେ୍ୱ ଆଜି ଯାଏଁ ବିଜେଡିରୁ ଟିକଟ୍‌ ପାଇଲେନି । 

ଏଥର ମଧ୍ୟ ତାଙ୍କ ନାଁ  ଜମା ଶୁଭୁନି । କଂଗ୍ରେସରେ ସେଭଳି ପଦ୍ମପୁର ବ୍ଲକ୍‌ ନାଇରା ପଞ୍ଚାୟତରୁ ଲଗାତର ୪ଥର ସରପଞ୍ଚ  ହୋଇଥିବା ତୁଳସା ଶବର ଏଥର କଂଗ୍ରେସରୁ ବିଧାୟକ ଟିକଟ୍‌ ପାଇଁ ଆଶାୟୀ ଅଛନ୍ତି । ଏଥର ଜିଲ୍ଲାରେ  ଶ୍ରେଷ୍ଠ ସରପଞ୍ଚ ଭାବେ ସମ୍ମାନିତ ହୋଇଥିଲେ । ତାଙ୍କ ନାଁ ମଧ୍ୟ ଏଥର ପ୍ରାର୍ଥୀ ତାଲିକାକୁ ଆସୁନଥିବା  ଚର୍ଚ୍ଚା ହେଉଛି । ଫଳରେ ତୁଳସାଙ୍କ ରାଜନୈତିକ ଭବିଷ୍ୟତ ଗାଁ ରାଜନୀତିରେ ହିଁ ରହିଯାଇପାରେ।

  • prameyanews
  • PrameyaOdia
  • prameya
  • General Election 2024
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.