ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ବରଗଡ଼ ପୁରୁଣା ଡ଼ିଏଚଏଚର ପରିତ୍ୟକ୍ତ ପଡ଼ିଆରେ ପଡ଼ିଛି ଔଷଧ, ଗଡ଼ୁଛି ସାଲାଇନ-ଆଣ୍ଟିବାୟୋଟିକ

ବରଗଡ଼,୨୭/୦୨: ନିରାମୟ ଜରିଆରେ ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ଆୟୁଷ ଯୋଜନାରେ ରୋଗୀମାନେ ରିହାତି ଦରରେ ଜେନେରିକ୍  ଔଷଧ ପାଉଛନ୍ତି । ସେଥତ୍ପାଇଁ ଡାକ୍ତରଖାନା ପରିସରରେ ଥିବା କ୍ୟାମ୍ପସ ମେଡ଼ିକାଲ  ଷ୍ଟୋରକୁ ସରକାର ହଟାଇ ଦେଇଛନ୍ତି । ଡ଼ାକ୍ତରୀ ପ୍ରେସକ୍ରିପସନ ଆଧାରେ ରୋଗୀଙ୍କୁ  ଔଷଧ ଉପଲବ୍ଧ କରାଯାଉଥିଲେ ମଧ୍ୟ ପ୍ରତି  ପ୍ରେସକ୍ରିପସନ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ଗୋଟେ ଦୁଇଟି ଔଷଧ ଉପଲବ୍ଧ ନଥିବାରୁ  ରୋଗୀଙ୍କୁ ବାହାରୁ କିଣିବାକୁ ପଡ଼ୁଛି । ତେବେ ଏପରି ସ୍ଥିତି ସବୁବେଳେ ଦେଖିବାକୁ  ମିଳୁନଥିଲେବି ଆବଶ୍ୟକ ସମୟରେ ଷ୍ଟକରେ  ଔଷଧ ରହୁନଥିବାରୁ ଗରୀବ ରୋଗୀମାନେ ଔଷଧ କିଣି ଖାଇବାରେ ନାହିଁନଥିବା କଷ୍ଟ  ଭୋଗ କରୁଛନ୍ତି । ଯାହାକୁ ନେଇ ଜନଅସନ୍ତୋଷ  ଦାନା ବାନ୍ଧୁ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର  ଔଷଧ, ସାଲାଇନ ଏବଂ ଆନୁଷଙ୍ଗିକ  କିଟସ୍‌ ପରିତ୍ୟକ୍ତ ପଡ଼ିଆରେ ପଡ଼ରିହି  ଖତ ଖାଉଥିବାରୁ ସାଧାରଣରେ ଆଲୋଡ଼ନ  ଖେଳିଯାଇଛି । ଏଭଳି ଅଣପରିସ୍ଥିତି ବରଗଡ଼ ପୁରୁଣା ଡ଼ିଏଚଏଚ ବା ଏବର ଅର୍ବାନ  ସିଏଚସିରେ ଦେଖିବାକୁ ମିଳିଥିବା ବେଳେ ଏଠି  ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟାଳୟ କାର୍ଯ୍ୟକ୍ଷମ  ଥିବାରୁ ଏତେ ମାତ୍ରାରେ ଔଷଧ ଏକ୍ସପାୟରୀ  ହେଲା କେମିତି ବୋଲି ସଚେତନବର୍ଗଙ୍କ  ଅଭିଯୋଗ ବରଗଡ଼ ସ୍ୱାସ୍ଥ୍ୟବିଭାଗ ପାଇଁ ଆହ୍ୱାନ  ପାଲଟିଯାଇଛି ।   

ରାଜ୍ୟ ସରକାର ରୋଗୀମାନଙ୍କୁ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ବିଭିନ୍ନ  ପ୍ରକାର ପରୀକ୍ଷା ତଥା ଔଷଧ ବିନା ମୂଲ୍ୟରେ  ଯୋଗାଇ ଦେଉଛନ୍ତି । ଏଥତ୍ପାଇଁ ସ୍ୱାସ୍ଥ୍ୟ ବିଭାଗ  ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ମାତ୍ର  ବିଭିନ୍ନ ସମୟରେ ଜନସାଧାରଣ ତାର ସୁଫଳ  ପାଇପାରୁ ନ ଥିବା ନଜରକୁ ଆସିଛି । ଯାହାର  ଏକ ଦୃଷ୍ଟାନ୍ତ ଭାବରେ ବରଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ  ସେବାକୁ ନିଆଯାଇପାରେ । ଜିଲ୍ଲାରେ ଥିବା  ପୁରୁଣା ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ  ରୋଗୀଙ୍କୁ ଦିଆଯିବା ବଦଳରେ ଖତ ଖାଉଥିବା  ଦେଖିବାକୁ ମିଳିଛି । ବରଗଡ଼ ସହର ମଧ୍ୟରେ  ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଟୁକୁର୍ଲାକୁ  ସ୍ଥାନାନ୍ତରିତ ହେବା ପରେ ବରଗଡ଼ବାସୀଙ୍କ  ଦାବୀକୁ ସମ୍ମାନ ଜଣାଇ ଓଡ଼ିଶା ସରକାର  ପୁରୁଣା ଡ଼ିଏଚଏଚକୁ ଅର୍ବାନ ସିଏଚସି  ଭାବେ ଘୋଷଣା କରି ସବୁବିଧ ବ୍ୟବସ୍ଥା  ଖଞ୍ଜି ଦେଇଛନ୍ତି । 

ଓଡିଶା ରାଜ୍ୟର ସବୁ  ଜିଲ୍ଲାର ସମାନ ଅସୁବିଧା ଭଳି ଡ଼ାକ୍ତର ଓ  ପାରାମେଡ଼ିକାଲ ଷ୍ଟାଫଙ୍କ ଅଭାବ ସମସ୍ୟା  ରହିଥିଲେବି ଡ଼େପ୍ୟୁଟେସନ ଓ ନୂଆ  ପୋଷ୍ଟିଂରେ ଆସିଥିବା ଡ଼ାକ୍ତରଙ୍କୁ ନେଇ ଅତି  ଉତ୍ତମ ଭାବେ ଡ଼ାକ୍ତରଖାନାଟି ପରିଚାଳିତ  ହେଉଛି । ଏବେ ୫ଟି ଜରିଆରେ ନୂଆ  ଚେହେରା ପାଇ ଡ଼ାକ୍ତରଖାନାଟି ଝଲସୁଥିବା  ବେଳେ ରୋଗୀ ୱାଡ଼ର୍‌ ପଛପଟେ ଥିବା  ଖାଲି ସ୍ଥାନରେ ପରିତ୍ୟକ୍ତ ଅବସ୍ଥାରେ ଫିଙ୍ଗା  ଯାଇଥିବା ପର୍ବତ ସମ ଔଷଧ ସଚେତନଙ୍କୁ  ବିବ୍ରତ କରିଛି । ଡାକ୍ତରଖାନା ପଛପଟରେ  କାର୍ଟୁନ କାର୍ଟୁନ ବିଭିନ୍ନ ଔଷଧ, ସାଲାଇନ ଆଦି  ପଡିରହିଛି । ଯାହାକି ରୋଗୀମାନଙ୍କୁ ଦେବା  ବଦଳରେ ଖତ ଖାଉଥିବା ବେଳେ ଯାଞ୍ଚ କରିବା  ପରେ ବହୁ ଔଷଧ ଏକ୍ସପାରୀ ହୋଇଯାଇଥିବା  ଜଣାପଡିଛି । 

ଯେଉଥିରୁ ବହୁ ଦରକାରୀ ଔଷଧ  ସାମିଲ ଥିବାରୁ କାହିଁକି ନଷ୍ଟ ହେଲା ବୋଲି  ରୋଗୀମାନେ ଆଲୋଚନା କରୁଥିବା ବେଳେ  ଗୋଦାମରେ କମ୍‌ ପରିତ୍ୟକ୍ତ ଅବସ୍ଥାରେ  ପଡ଼ଛି ଅଧିକ ବୋଲି ବୁଦ୍ଧିଜୀବୀଙ୍କ ଅଭିଯୋଗ  ବର୍ତ୍ତମାନ ସନ୍ଦେହର ବଳୟ ସୃଷ୍ଟିକରିଛି । ଏହାକୁ ବିଭିନ୍ନ ମହଲରେ ନାପସନ୍ଦ କରିବା  ପରେ ବରଗଡ଼ ଜିଲ୍ଲାରେ ନିରାମୟ ଯୋଜନାର  ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି  ହୋଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ  ବିଧିବଦ୍ଧ ତଦନ୍ତ କରାଯାଇ ଉଚିତ ପଦକ୍ଷେପ  ନେବା ସହ କାହିଁକି ଏବଂ କେଉଁ କାରଣରୁ  ଏଭଳି ସ୍ଥିତି ସୃଷ୍ଟି ହେଲା। ଗୋଦାମରେ ରହି  ରହି ଏକ୍ସପାୟରୀ ହେଲା ପରେ ଫିଙ୍ଗାଗଲା କି  ଫିଙ୍ଗ ଯିବାପରେ ଏକ୍ସପାୟରୀ ହେଲା, ତାର  ଉଚିତ ଯାଞ୍ଚ କରି ବରଗଡ଼ବାସୀଙ୍କୁ ଅବଗତ  କରନ୍ତୁ ବୋଲି ସ୍ୱେଚ୍ଛାସେବୀଙ୍କ ଦାବି ବରଗଡ଼  ଜିଲ୍ଲା ସ୍ୱାସ୍ଥ୍ୟବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି,  ବରଗଡ଼ ପ୍ରଶାସନ ପାଇଁ ଆହ୍ୱାନ ପାଲଟିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.