ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦାଦନ ଦୁଃଖ: ସର୍ଦ୍ଦାର ପାଖେ ବନ୍ଧକ ଶିଶୁକନ୍ୟା, ଝିଅକୁ ମୁକୁଳାଇବା ଚିନ୍ତାରେ ଆଖିବୁଜିଲେ ଅସୁସ୍ଥ ବାପା

ବେଲପଡ଼ା,୦୫/୦୨: ପରିବାର  ପ୍ରତିପୋଷଣ ଚିନ୍ତାରେ ବାପା-ମା’ଙ୍କ  ସହ ଦାଦନ ଯାଇଥିଲେ ଦୁଇ କୁନିଝିଅ ।  ସେଠାରେ ଭଲ ରୋଜଗାର କରିବେ ବୋଲି ଆଶା ଥିଲା । ହେଲେ ଇଟାଭାଟି ମାଲିକର ନିର୍ଯାତନାରେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ ବାପା । ଅସୁସ୍ଥ ବାପା ଓ ପରିବାର ଲୋକଙ୍କ ମୁକ୍ତି ପାଇଁ ଦାଦନ ସର୍ଦ୍ଦାର ପାଖରେ ବନ୍ଧକ ପଡ଼ିଲେ କୁନିଝିଅ । ଏଣେ ଘରକୁ ଫେରିବା ପରେ ଟଙ୍କା ପଠାଇ ବନ୍ଧକ ଝିଅକୁ ଛାଡ଼ିଦେବା ପାଇଁ ଅନୁରୋଧ କରିବା ବିଫଳ ହୋଇଥିଲେ । କୁନିଝିଅ କଥା ଭାବିଭାବି ଅସୁସ୍ଥ ବାପା ରବିବାର ଆଖି ବୁଜିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା  ବେଲପଡ଼ା ବ୍ଲକ ସୁଲେକେଲା ଗାଁରେ ।  

ସୂଚନା ଅନୁସାରେ, ସୁଲେକେଲା ଗାଁର କାହ୍ନୁ ମଲ୍ଲିକ, ପତ୍ନୀ ଲକ୍ଷ୍ମୀପ୍ରିୟା  ଓ ଦୁଇଝିଅ ତୁରେଇକେଲା ଥାନା  ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ  ସମାରୁ ନାୟକ ଜରିଆରେ ଆନ୍ଧ୍ରପ୍ରଦେଶକୁ  ଦାଦନ ଯାଇଥିଲେ । ଆନ୍ଧ୍ରପ୍ରଦେଶର  ସାତନଗରସ୍ଥିତ ଏକ ଇଟା ଭାଟିରେ  କାହ୍ନୁଙ୍କ ପରିବାରକୁ ଦଲାଲ ଛାଡ଼ିଥିଲା ।  ସେଠାରେ କିଛି ଦିନ କାମ କରିବା ପରେ  ଦିନରାତି କାମ କରିବାକୁ କୁହାଯିବା ସହ  ନିର୍ଯାତନା ଦିଆଯାଉଥିଲା । ନିର୍ଯାତନା  ଅସହ୍ୟ ହେବାରୁ ପତ୍ନୀ ଲକ୍ଷ୍ମୀପ୍ରିୟା  ପ୍ରତିବାଦ କରିଥିଲେ । ହେଲେ କିଛି  ସୁଫଳ ମିଳିନଥିଲା ।ବରଂ ନିର୍ଯାତନା ବଢ଼ି ଚାଲିବାରୁ କାହ୍ନୁ ଅସୁସ୍ଥ ହୋଇପଡ଼ିଥିଲେ । ସେ ଅସୁସ୍ଥ  ଥିବା ସତ୍ତେ୍ୱ କାମ କରିବାକୁ ବାଧ୍ୟ କରାଯାଉଥିଲା । ଏଣୁ କାହ୍ନୁଙ୍କ ସ୍ୱାସ୍ଥ୍ୟାବସ୍ଥା  ଗୁରୁତର ହୋଇପଡ଼ିଥିଲା ।

 ଏଭଳି ଅବସ୍ଥା ଦେଖି ଲକ୍ଷ୍ମୀପ୍ରିୟା ଘରକୁ  ଫେରିବା ପାଇଁ ଦାଦନ ସର୍ଦ୍ଦାର ପାଖେ ନେହୁରା ହୋଇଥିଲେ । ଶେଷରେ  ସେମାନଙ୍କୁ ଛାଡ଼ିବା ପାଇଁ ଇଟାଭାଟିର ଦାଦନ ସର୍ଦ୍ଦାର ରାଜି ହୋଇଥିଲା ।  ତେବେ କାହ୍ନୁ, ପତ୍ନୀ ଲକ୍ଷ୍ମୀ ଓ ଦିବ୍ୟାଙ୍ଗ ଝିଅକୁ ଘରକୁ ଯିବା ପାଇଁ ଛାଡ଼ିଥିବା  ବେଳେ ୧୧ ବର୍ଷର ଅନ୍ୟ ଜଣେ ଝିଅକୁ ବନ୍ଧକ ରଖିଥିଲା । କୌଣସି ଉପାୟ  ନପାଇ ଶେଷରେ ଲକ୍ଷ୍ମୀପ୍ରିୟା ଅସୁସ୍ଥ ସ୍ୱାମୀ ଓ ଦିବ୍ୟାଙ୍ଗ ଝିଅକୁ ନେଇ ଘରକୁ  ଫେରିଥିଲେ । ହେଲେ ଏଠାକୁ ଫେରିବା ପରେ କୁନିଝିଅକୁ ଫେରାଇ  ଆଣିବା ଚିନ୍ତା ତାଙ୍କୁ ଘାରିଥିଲା । 

ଗତ ଶୁକ୍ରବାର ସେମାନେ ଏଠି ପହଞ୍ଚିବା  ପରେ ଗତକାଲି(ଶନିବାର)ନିଜ ଜମିବାଡ଼ି ବିକିବା ଚୁକ୍ତି କରି ୫୦ ହଜାର  ଟଙ୍କା ଦାଦନ ସର୍ଦ୍ଦାର ପାଖକୁ ଅନ୍‌ଲାଇନରେ ପଠାଇଥିଲେ । ଏହି ଟଙ୍କା  ପଠାଇବା ସତ୍ତେ୍ୱ ସେଠାରେ ବନ୍ଧକ କୁନିଝିଅକୁ ସଦ୍ଦାର ଛାଡ଼ିଲା ନାହିଁ,  ବରଂ ଆହୁରି ୩୦ ହଜାର ଟଙ୍କା ଦାବି କଲା । କୁନିଝିଅଟି କେଉଁ ଅବସ୍ଥାରେ ସେଠାରେ ଥିବ, ମୁକୁଳିବ ନା ନାହିଁ ସେହି ଚିନ୍ତାରେ ଅସୁସ୍ଥ ବାପା କାହ୍ନୁ ରବିବାର ଆଖି ବୁଜିଛନ୍ତି । କାହ୍ନୁଙ୍କ ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି ।  ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ବନ୍ଧକ କୁନିଝିଅକୁ ମୁକୁଳାଇବା ଲାଗି  ସହାୟତା କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.