ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛୁରୀ, ବନ୍ଧୁକ ଦେଖାଇ ଲୁଟିଲେ ଟଙ୍କା ଓ ସୁନା , ପରିବାର ସଦସ୍ୟଙ୍କୁ ବାନ୍ଧି ଚାଲିଗଲେ ଦୁର୍ବୃତ୍ତ

ଅସ୍ତରଙ୍ଗ , ୨୭।୧ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘରୁ ବିଳମ୍ବିତ ରାତ୍ରରେ ୫ଜଣ ଡକାୟତ ଘରେ ପଶି ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି।

ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳସାହି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ଚରଣ ମଲ୍ଲିକଙ୍କ ଘର ଝରକା ଗ୍ରୀଲ ତାଡି ଦୁର୍ବୃତ୍ତମାନେ ଘର ଭିତରେ ପଶିଥିଲେ। ବିଷ୍ଣୁ ମଲ୍ଲିକ ଙ୍କ ଖୁଡି (୮୦) ଶୋଇଥିବା ବେଳେ ତାଙ୍କ ତଣ୍ଟି ଚିପିବା ସହ କିଏ କେଉଁ ଘରେ ଶୋଇଛନ୍ତି ପଚାରିଥିଲେ. । ଖୁଡିଙ୍କ ଚିତ୍କାର ଶୁଣି ଘର ବାହାରକୁ ବିଷ୍ଣୁଚରଣ ଆସିଵାରୁ  ଦୁର୍ବୁତ୍ତମାନେ ମାଡିବସି ଧରିବା ସହ ମାରଣାସ୍ତ୍ର, ଦେଖାଇ ଭୟଭୀତ କରିଥିଲେ।  ବିଷ୍ଣୁଙ୍କ ବେକରେ ଥିବା ଏକ ସୁନା ଚେନ, ହାତରୁ ଗୋଟିଏ ମୁଦି ଓ ବିଷ୍ଣୁଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଙ୍କ ବେକରେ ଛୁରୀ ଲଗାଇ କାନଫୁଲ, ଚେନ ଓ ଦୁଇଟି ଫୋନ ଛଢାଇ ନେଇଥିଲେ । ତାହା ସହ ବିଷ୍ଣୁଙ୍କ ପତ୍ନୀଙ୍କୁ ଆକ୍ରମଣ କରିବା ସହ ଆଲମାରୀ  ଖୋଲି ସୁନା ଅଳଙ୍କାର, ନଗଦ ଟଙ୍କା ନେଇଯାଇଥିଲେ।  ପରେ ଟେବୁଲ ଉପରେ ଥୁଆ ହୋଇଥିବା ବିଷ୍ଣୁ ଙ୍କ ହାତ ଘଣ୍ଟା ନେବା ସହ ଥୁଆ ହୋଇଥିବା ଫଳ ଖାଇଦେଇଥିଲେ।  ଏହା ପରେ ବନ୍ଧୁକ ଦେଖାଇ ବିଷ୍ଣୁ, ଲକ୍ଷ୍ମୀପ୍ରିୟା ଓ ଖୁଡିଙ୍କୁ ରଶୀ ରେ ବାନ୍ଧି ଏକ ଘର ଭିତରେ ପୁରାଇ ପଳାଇ ଯାଇଥିଲେ।

 ବିଷ୍ଣୁ  କୌଶଳ କରି ରସି ଫିଟାଇ ବାହାରକୁ ଆସିଥିଲେ। ଘରେ ବାହାରେ ରହୁଥିବା ଭଡାଟିଆ ରମେଶ ପଣ୍ଡାଙ୍କୁ ମଧ୍ୟ ଦୁର୍ବୁତ୍ତ ଆକ୍ରମଣ କରି ରସିରେ ବାନ୍ଧିଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ପଡୋଶୀଙ୍କୁ ଡାକି ଜଣାଇବା ସହ ରାତି ରେ ଅସ୍ତରଙ୍ଗ ଥାନାରେ ପହଂଚି ଅଭିଯୋଗ କରିଥିଲେ। ଘଟଣା ସ୍ଥଳରେ ଅସ୍ତରଙ୍ଗ ଥାନାଧିକାରୀ ରାଜେଶ ବଳିୟାର ସିଂ ଓ ଅନ୍ୟ କର୍ମଚାରୀ ପହଂଚି ତଦନ୍ତ  କରିଥିଲେ। ଶନିବାର ମଧ୍ୟାହ୍ନ ସମୟରେ ସାଇଣ୍ଟିଫିକ ଟିମର ୩ ଜଣିଆ ଅଫିସର ପହଂଚି ତଦନ୍ତ କରୁଥିବା ଜଣାପଡିଛି।  ବିଷ୍ଣୁ ଙ୍କ ଘର ଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ ପୁରୁଣା ସ୍କୁଲ ଭଙ୍ଗା ଘରେ ପହଞ୍ଚିଥିଲା ଡଗ ସ୍କୁଆଡ଼। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି ।

ଆହୁରି ପଢନ୍ତୁ : ବାଇକକୁ ଧକ୍କା ଦେଲା ଟ୍ରକ, ୨ ଜଣଙ୍କ ଜୀବନ ଚାଲିଗଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.