ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏହି ରେଲୱେ କମ୍ପାନୀର ବଡ଼ ଅଂଶଧନ ବିକ୍ରି କରୁଛନ୍ତି ସରକାର , ଡିସକାଉଣ୍ଟ ଉପରେ ମିଳିବ ସେୟାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଅଫର ଫର୍‌ ସେଲ୍‌ ଅର୍ଥାତ୍ ଓଏଫଏସ୍‌ ମାଧ୍ୟମରେ ରେଲୱେ ସହ ଜଡିତ କମ୍ପାନୀ ଇରକନ୍‌ରେ ୮ପ୍ରତିଶତ ସେୟାର ବିକ୍ରି କରିବେ। ନିର୍ମାଣ କମ୍ପାନୀ ବୁଧବାର ଷ୍ଟକ୍‌ ଏକ୍ସଚେଞ୍ଜ ଫାଇଲ୍‌ରେ କହିଛି କି, ଏଥିପାଇଁ ସର୍ବନିମ୍ନ ଦାମ୍‌ ୧୫୪ ଟଙ୍କା ପ୍ରତି ସେୟାର ସ୍ଥିର କରାଯାଇଛି। କହି ରଖୁଛୁ କି, ଯୋଜନା ମୁତାବିକ , ସରକାର ଏହି କମ୍ପାନୀରେ ୪ପ୍ରତିଶତ ଅଂଶଧନ ବିକ୍ରି କରିବେ। ଏହା ବ୍ୟତୀତ ଯଦି ଅଫର ଓଭରସବ୍ସକ୍ରାଇବ୍‌ ହେଲା ତ ଅତିରିକ୍ତ ୪ପ୍ରତିଶତ ଷ୍ଟକ୍‌ ବିକ୍ରି କରାଯିବ।

ବିକ୍ରି ପାଇଁ ସର୍ବନିମ୍ନ ମୂଲ୍ୟ ୧୫୪ ଟଙ୍କା ପ୍ରତି ସେୟାର ସ୍ଥିର କରାଯାଇଛି। ଏହି ପ୍ରାଇସ୍‌ ବୁଧବାର ବନ୍ଦ ପ୍ରାଇସ୍‌ରୁ ୧୦.୫ ପ୍ରତିଶତ ଡିସକାଉଣ୍ଟରେ ରହିଛି। ବର୍ତ୍ତମାନରେ ସରକାରଙ୍କ ପାଖରେ IRCONରେ ୭୩.୧୮ ପ୍ରତିଶତ ସେୟାର ଅଛି। ଏବଂ ୮ପ୍ରତିଶତ ସେୟାର ବିକ୍ରିରେ ସରକାରଙ୍କୁ ପାଖାପାଖି ୧୧.୫୯ ବିଲିୟନ ଟଙ୍କା ( ୧୩୯.୧୧ ମିଲିୟନ ଡଲାର ) ସଂଗ୍ରହ କରିବାରେ ସାହାଯ୍ୟ ମିଳିବ। ଏବେସୁଦ୍ଧା ସରକାର ୨୦୨୩ / ୨୪ ରେ ସାର୍ବଜନିକ କ୍ଷେତ୍ରର ୟୁନିଟ୍‌ରେ ସେୟାର ବିକ୍ରି କରି ୮୮.୫୯ ବିଲିୟନ ଟଙ୍କା ସଂଗ୍ରହ କରିଛନ୍ତି , ହେଲେ ଟାର୍ଗେଟ୍‌ ୫୧୦ ବିଲିୟନ ଟଙ୍କା ରହିଛି।

କହି ରଖୁଛୁ କି , ହରକନ୍‌ର ସେୟାର ଆଜି ବୁଧବାର ପାଖାପାଖି ୧ ପ୍ରତିଶତର ହ୍ରାସ ସହ ୧୭୧,୬୫ଟଙ୍କାରେ ବନ୍ଦ ହୋଇଛି। ଗତ ଏକ ମାସରେ ଏହି ସେୟାର ୧୨.୫୬ ପ୍ରତିଶତ ଓ ଗତ ୬ ମାସରେ ଏହି ସେୟାର ୯୭.୮୭ ପ୍ରତିଶତ ବଢିଛି। ଚଳିତ ବର୍ଷ ୱାଇଟିଡିରେ ଏବେସୁଦ୍ଧା ଏହି ସେୟାର ୧୮୮ ପ୍ରତିଶତର ରିଟର୍ନ ଦେଇଛି। ଗତ ଏକ ବର୍ଷର କଥା ଯଦି କହିବା ତ  ହରକନ୍‌ର ସେୟାର ୩୦୦ ପ୍ରତିଶତ ଯାଏ ବଢିଛି। ଏହାର ୫୨ ୱିକ୍‌ ହାଇ ପ୍ରାଇସ୍‌ ୧୭୯.୯୦ ଟଙ୍କା ଓ ୫୨ ୱିକ୍‌ର ଲୋ ପ୍ରାଇସ୍‌ ୪୮.୮୦ ଟଙ୍କା ରହିଛି। କମ୍ପାନୀର ମାର୍କେଟ୍‌ କ୍ୟାପ୍‌ ୧୬,୧୭୬.୮୭ କୋଟି ଟଙ୍କା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.