ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତ-ମିଆଁମ୍ୟାର ମଧ୍ୟରେ ମୁକ୍ତ ଯିବା ଆସିବାକୁ ବନ୍ଦ କଲେ ସରକାର, ଆଭ୍ୟନ୍ତରୀଣ ସୁରକ୍ଷା ଦୃଷ୍ଟିରୁ ନିଷ୍ପତ୍ତି

ନୂଆଦିଲ୍ଲୀ, ୦୮/୦୨: ଗୁରୁବାର କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଭାରତ-ମିଆଁମ୍ୟାର ମଧ୍ୟରେ ମୁକ୍ତ ଅବାଧ ଯାଆସ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ଏନେଇ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ସେ ଲେଖିଛନ୍ତି, ସୀମା ସୁରକ୍ଷା ନିଶ୍ଚିତ କରିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂକଳ୍ପ ।

ଆଭ୍ୟନ୍ତୀରଣ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । ଏହା ପୂର୍ବରୁ ଭାରତ-ମିଆଁମ୍ୟାର ମଧ୍ୟରେ ଅବାଧ ଯାଆସ ହୋଇ ପାରୁଥିଲା । ଅମିତ ଶାହ ଲେଖିଛନ୍ତି, ଉତ୍ତର ପୂର୍ବ ଭାରତର ଭୌଗଳିକ ସ୍ଥିତି ସହ ରାଜ୍ୟମାନଙ୍କୁ ଲାଗି ରହିଥିବା ମିଆଁମ୍ୟାର ସୀମାରେ ଅବାଧ ପ୍ରବେଶ ହୋଇ ପାରିବ ନାହିଁ ।

ଏହା ପୂର୍ବରୁ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୧୬୪୩ କିଲୋମିଟର ଲମ୍ବ ଭାରତ-ମିଆଁମ୍ୟାର ସୀମାରେ ତାରବାଡ଼ କରିବା ଲାଗି ଘୋଷଣା କରିଥିଲେ । ଯାହାକି ସଂକେତ ଦେଇଥିଲା ୨ ଦେଶ ମଧ୍ୟରେ ଆଗକୁ ଅବାଧ ଚଳପ୍ରଚଳ ହୋଇ ପାରିବ ନାହିଁ । ପୂର୍ବରୁ ପ୍ରଚଳିତ ମୁକ୍ତ ଚଳପ୍ରଚଳ ବ୍ୟବସ୍ଥାରେ ୨ ଦେଶର ଲୋକ ଅନ୍ୟ ଦେଶର ୧୬ କିଲୋମିଟର ପର୍ଯ୍ୟନ୍ତ ବିନା ବାଧାରେ ଯାଇ ପାରୁଥିଲେ ।

୨୦୨୧ ଫେବ୍ରୁଆରୀ ୧ରୁ ମିଆଁମ୍ୟାର ସେନା କ୍ଷମତା ଦଖଲ କରିଛି । ସେବେଠାରୁ ମିଆଁମ୍ୟାରରେ ହିଂସା ଲାଗି ରହିଥିବା ବେଳେ ଗଣତନ୍ତ୍ର ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଛନ୍ତି ଲୋକେ । ଗତବର୍ଷ ଅକ୍ଟୋବରରୁ ମିଆଁମ୍ୟାରର ଅନେକ ରାଜ୍ୟରେ ସେନା ଓ ବିଦ୍ରୋହୀ ମୁହାଁମୁହିଁ ହୋଇଛନ୍ତି ।

ତେବେ ନଭେମ୍ବରରୁ ବିଦ୍ରୋହର ବହ୍ନି ତେଜିବାରେ ଲାଗିଛି । ମିଆଁମ୍ୟାରର ପ୍ରମୁଖ ସହର ସହ ସୀମାନ୍ତକୁ ବ୍ୟାପିଛି ପ୍ରତିବାଦର ନିଆଁ । ଯାହା ଏବେ ଭାରତ ସୀମା ଆଡ଼କୁ ବଢ଼ିଲାଣି । ଏହା ଉପରେ ନୂଆଦିଲ୍ଲୀ ଚିନ୍ତାବ୍ୟକ୍ତ କରିବା ସହ ସୀମାନ୍ତ ରାଜ୍ୟ ମଣିପୁର ଓ ମିଜୋରାମର ସୁରକ୍ଷାକୁ ନଜରରେ ରଖି ସୀମାରେ ମୁକ୍ତ ଗମନାଗମନ ବ୍ୟବସ୍ଥା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.