ନୀଳଗିରି, ୦୨/୦୨ : ବାଲେଶ୍ଵର ଜିଲ୍ଲା ନୀଳଗିରି ମର୍ଦ୍ଦରାଜପୁର ହରିଜନ ବସ୍ତିରେ ମହାମହିମ ରାଜ୍ୟପାଳ। ଏକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ କୃଷକ ଯୋଜନା, ଫସଲବୀମା ଯୋଜନା ନେଇ ସମୀକ୍ଷା କରିବା ସହ ଅର୍ଗାନିକ ଚାଷ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି।ଏହା ସହ ହରିଜନ ବସ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ସମୀକ୍ଷା କରିଛନ୍ତି।
ଏହି ଅବସରରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବା ମିନତୀ ମଣ୍ଡଳ ଘରକୁ ଯାଇଥିଲେ। ଫେରିବା ବେଳକୁ ଦୃଷ୍ଟିଶକ୍ତି ନଥିବା ଅନ୍ନପୂର୍ଣ୍ଣା ପାତ୍ର ଓ ତାଙ୍କ ଚାଳଘର ଉପରେ ରାଜ୍ୟପାଳଙ୍କ ନଜର ପଡିଥିଲା। ତାଙ୍କ ଘରକୁ ଯାଇ ସେ ଅନ୍ନପୂର୍ଣ୍ଣାଙ୍କ ଦୁଃଖ ବୁଝିଥିଲେ। ସରକାରୀ ଯୋଜନାରେ ବାରମ୍ବାର ଆବେଦନ କରି ଅନ୍ନପୂର୍ଣ୍ଣା ନିରାଶ ହୋଇ ନିଜର ଭାଗ୍ୟକୁ ଆଦରି ପଡ଼ିଛନ୍ତି। ଏହାପରେ ରାଜ୍ୟପାଳ ଗାଁରେ ଥିବା ସ୍କୁଲ ଯିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସମୟ ବିତାଇଥିଲେ।