ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

୭୫ ତମ ପ୍ରତିଷ୍ଠା ଦିବସ ପାଳୁଛି ଉତ୍ତର କୋରିଆ, ପରେଡରେ ଯୋଗ ଦେଲେ ରୁଷ ଏବଂ ଚୀନର ପ୍ରତିନିଧିମଣ୍ଡଳୀ

Image Courtesy: CNA

ପୋଙ୍ଗୟାଙ୍ଗ୍‌, ୦୯/୦୯: ରୁଷ ଏବଂ ଚୀନ୍‌ର ନିକଟତର ହେବାରେ ଲାଗିଛି ଉତ୍ତର କୋରିଆ । ଦେଶର ୭୫ ତମ ପ୍ରତିଷ୍ଠା ଦିବସ ପରେଡରେ ଚୀନ୍‌ ଏବଂ ରୁଷିଆର ପ୍ରତିନିଧିମଣ୍ଡଳୀ ଯୋଗ ଦେବା ପରେ ସମଗ୍ର ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମଧ୍ୟରାତ୍ରିରେ ଆୟୋଜିତ ହୋଇଥିବା ଏହି ସ୍ଥାପନା ଦିବସ ପରେଡରେ ଉତ୍ତର କୋରିଆ ନିଜର ସୈନ୍ୟ ତାକତ ଦେଖାଇବାକୁ ବି ଭୁଲିନାହିଁ । ଏହି ଅବସରରେ ମାସାଇଲ୍‌ର ପ୍ରଦର୍ଶନ କରିଛି ଉତ୍ତର କୋରିଆ ।

ଲାଲ୍ ଗ୍ରହରେ ୧୨୨ ଗ୍ରାମ୍‌ ଅମ୍ଳଜାନ ଉତ୍ପନ୍ନ କଲା ମକ୍ସି, ଆଶାଠୁ ଦୁଇଗୁଣ ଅଧିକ ଫଳ ଦେବା ପରେ ମିଶନ୍‌ ଶେଷ

ତେବେ ରୁଷ ଏବଂ ଚୀନ୍‌ର କଳାକାର ଦଳ ଏବଂ ପ୍ରତିନିଧିମଣ୍ଡଳୀ ଏହି ପରେଡରେ ଯୋଗ ଦେଇଥିଲେ । ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ ଉନ୍‌ ରୁଷ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିବେ ବୋଲି ଚର୍ଚ୍ଚା ମଧ୍ୟରେ ଉତ୍ତର କୋରିଆର ଏହି ପରେଡ ବହୁ ଗୁରୁତ୍ବ ବହନ କରୁଛି ବୋଲି କୁହାଯାଉଛି । ଏହି ପରେଡରେ ଦୁଇ ମହାଶକ୍ତିର ନେତୃମଣ୍ଡଳୀ ଯୋଗ ଦେବା ପରେ ସମଗ୍ର ବିଶ୍ବରେ ଭିନ୍ନ ଭିନ୍ନ ରର୍ଚ୍ଚା ଆରମ୍ଭ ହୋଯାଇଛି । 

ସେପଟେ ଉତ୍ତର କୋରିଆ ପାଖରୁ ରୁଷ ଯୁଦ୍ଧାସ୍ତ୍ର କ୍ରୟ କରିବ ବୋଲି ମଧ୍ୟ ଆମେରିକା ଦାବି କରିଆସିଛି । ଏହା ସହ କିମ୍‌ ଜଙ୍ଗ ଏବଂ ପୁଟିନଙ୍କ ମଧ୍ୟରେ ବୈଠକ ଏକ ମାସ ମଧ୍ୟରେ ହୋଇପାରେ ବୋଲି ଆମେରିକା ବିଶ୍ବାସ କରୁଛି । ପୁଟିନଙ୍କୁ କିମ୍‌ ସାକ୍ଷାତ କରିବେ କି ନାହିଁ ସେନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କିନ୍ତୁ କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ ଏଜେନ୍ସି ଅନୁସାରେ ରୁଷ ଏବଂ ଚୀନ୍‌ ସ୍ଥାପନା ଦିବସ ଅବସରରେ କିମ୍‌ ଜଙ୍ଗଙ୍କୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି । 

କିମଙ୍କୁ ରୁଷ ଏବଂ ଚୀନକୁ ଯିବା ପାଇଁ ଆମନ୍ତ୍ରଣ କରାଯାଇଥିବା ବେଳେ ଉତ୍ତର କୋରିଆରେ ଶାନ୍ତି ପ୍ରତିଷ୍ଠା ଲାଗି ଏହି ଦୁଇ ଦେଶ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି । ସେପଟେ ଏହି ପରେଡ ସମୟରେ କିମ୍ ଜଙ୍ଗ ପୁଣି ଥରେ ନିଜ ସାନ ଝିଅଙ୍କ ସହ ନଜର ଆସିଛନ୍ତି । ହସ ହସ ଚେହେରା ନେଇ ନିଜ ଝିଅଙ୍କ ସହ କିମ୍‌ ବସିଥିବା ନେଇ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । 

ତାଙ୍କ ୧୦ ବର୍ଷୀୟ ଝିଅଙ୍କ ନାଁ ଜୁ ଏ । ଗତ ନଭେମ୍ବର ମାସରୁ ବିଭିନ୍ନ ସାର୍ବଜନୀନ କାର୍ଯ୍ୟରେ ନିଜ ଝିଅଙ୍କୁ ସାଥିରେ ନେଇ ଆସୁଛନ୍ତି କିମ୍‌ ଜଙ୍ଗ ଉନ । ମିଳିଥିବା  ସୂଚନା ଅନୁସାରେ ପରେଡ ପୂର୍ବରୁ କିମ୍ ଜଙ୍ଗ, ରୁଷ ଏବଂ ଚୀନ୍‌ର ପ୍ରତିନିଧିମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ ।  

You can also read: ‘କୌଣସି ଶକ୍ତି ମୋତେ ରୋକି ପାରିବନି’: ଗିରଫ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରତିକ୍ରିୟା, ରାସ୍ତାକୁ ଓହ୍ଲାଇଲେ ଟିଡିପି ସମର୍ଥକ

North Korea's parade
China
Russia

Copyright © 2022 - Summa Real Media Private Limited. All Rights Reserved.