ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଏମିତି ବିବାହ ଦେଖିନଥିବେ; ମାଇନସ୍‌ ୨୫ ଡିଗ୍ରୀରେ ସାତଫେରା, ଫୁଲ ବଦଳରେ ବରଫ ବର୍ଷା

ସିମଲା, ୩।୩: କୁହାଯାଏ ଇଚ୍ଛାଶକ୍ତି ଥିଲେ ଅସମ୍ଭବକୁ ବି ସମ୍ଭବ କରିହୁଏ । ଆଉ ପ୍ରେମ କ୍ଷେତ୍ରରେ ତ ଏଭଳି ସାହସ ଦୁଇଗୁଣା ବଢ଼ିଯାଏ । ଠିକ୍ ସେହିଭଳି ଏକ ଘଟଣା ଗୁଜୁରାଟର ଗୋଟିଏ ଦମ୍ପତ୍ତିଙ୍କ ବିବାହ ପ୍ରସଙ୍ଗରେ ଦେଖିବାକୁ ମିଳିଛି । ଏହି ଦମ୍ପତ୍ତି ଡେଷ୍ଟିନେସନ୍ ୱେଡିଂ ଟ୍ରେଣ୍ଡ ଆପଣାଇଛନ୍ତି । ପ୍ରତିକୂଳ ପରିସ୍ଥିତିରେ ବିବାହ କରିଛନ୍ତି । ଉଭୟ ହିମାଚଳପ୍ରଦେଶର ସ୍ପିଡି ଭ୍ୟାଲିର ତୁଷାରପାତରେ ବିବାହ କରିଛନ୍ତି । ସେ ପୁଣି -୨୫ ଡିଗ୍ରୀ ସେଲସିୟସ ତାପମାତ୍ରାରେ । ଯେଉଁଠି ନିଶ୍ୱାସ ନେବା କଷ୍ଟକର, ସେଠି ଯାଇ ବିବାହ ବନ୍ଧନରେ ବାନ୍ଧି ହେଲେ । ଏମାନେ ପରସ୍ପର ପ୍ରତି ଥିବା ଭଲ ପାଇବାର ପ୍ରମାଣ ଦେଇଛନ୍ତି । -୨୫ ଡିଗ୍ରୀର ହାଡ଼ଭଙ୍ଗା ଶୀତ ବି ହାରିଯାଇଛି ତାଙ୍କ ପ୍ରେମର ଉଷ୍ମତା ଆଗରେ । ଦମ୍ପତିଙ୍କ ବିବାହ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି । 

ପରିବାର ଲୋକ, ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ହୋଇଥିଲା ଏହି ନିଆରା ବିବାହ । ଗୁଜରାଟର ଏହି ଦମ୍ପତି ବିବାହ ପାଇଁ ହିମାଚଳ ପ୍ରଦେଶର ବରଫ ଆଚ୍ଛାଦିତ ସ୍ପିଟି ଘାଟିକୁ ଚୟନ କରିଥିଲେ । ବର୍ତ୍ତମାନ ବରଫରେ ଘୋଡ଼ାଇ ହୋଇ ରହିଛି ଏହି ଘାଟି । ଏଭଳି ଚ୍ୟାଲେଞ୍ଜିଂ ପରିସ୍ଥିତିରେ ବି ପରିବାର ବର୍ଗଙ୍କୁ ନେଇ ହିନ୍ଦୁ ରିତୀନୀତିରେ ବିବାହ କଲେ । ଫୁଲରେ ସୁସଜ୍ଜିତ କାର୍‌ ଉପରେ ଦମ୍ପତି ପୋଜ୍ ଦେଇ ଫଟୋ ଉଠାଇଛନ୍ତି । ବିବାହରେ ଫୁଲ ବର୍ଷା ହେବା ବଦଳରେ ବରଫ ବର୍ଷା ହେଉଛି । ଚାରିଆଡ଼େ ବରଫ ଘେରିହୋଇ ରହିଥିବା ବେଳେ ଏହାରି ମଝିରେ ହିନ୍ଦୁ ରୀତିନୀତିରେ ବରକନ୍ୟାଙ୍କ ହାତଗଣ୍ଠି ପଢ଼ୁଥିବାର ଦୃଶ୍ୟ ରହିଛି । 

ଏହି ଭିଡିଓକୁ କିଛିଦିନ ତଳେ ଏକ୍ସରେ ସେୟାର କରାଯାଇଛି । ଯାହାକୁ ଲୋକେ ଅନେକ ଭଲ ପାଇବା ଦେଇଛନ୍ତି । କିନ୍ତୁ, କିଛି ଲୋକ ଏହାକୁ ନିନ୍ଦା ବି କରିଛନ୍ତି । ତେବେ ଏହି ସମୟରେ ସ୍ପିଟି ଘାଟିକୁ ଯିବା ବିପଦଜନକ ଥିବାବେଳେ ଦମ୍ପତି ବିନା ଅନୁମତିରେ ସେଠାରେ ବିବାହ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ହିମାଚଳ ପ୍ରଦେଶ ଲୋକ ସମ୍ପର୍କ ଅଧିକାରୀ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.