ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୭,୪୦୦ ରୁ ୧୫,୦୦୦ ଟଙ୍କାକୁ ବୃଦ୍ଧି
  • ||
  • ଭଦ୍ରକ : ସାଲାଇନ ନଦେବାରୁ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼, ଜଣେ ଅଟକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ଅମିନ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ଦ୍ୱାରାଶୁଣି ଘାଟିରେ ଖସିଲା ପିଆଜ ବୋଝଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • କଟକ: ଶେଷ ହେଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା, ଏବେ ରେଜଲ୍ଟକୁ ଅପେକ୍ଷା
  • ||
  • ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ନବୀନ, ଓ ଶତାଧିକ ବିଜେଡି ଓ କଂଗ୍ରେସ କର୍ମୀ
  • ||
  • କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା, ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ
  • ||
  • ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଦୀର୍ଘ ଏକଘଣ୍ଟା ପରେ ଉଦ୍ଧାର ହେଲେ ୩୦ ଯାତ୍ରୀ
  • ||
  • ମଙ୍ଗଳବାର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେବେ ୧୯,୬୦୦ କୋଟିର ପ୍ରକଳ୍ପ ଭେଟି
  • ||
  • ପୁଲିସକୁ ଢେଲାମାରି ହତ୍ୟା ଉଦ୍ୟମ ଅଭିଯୋଗ: ଦୁର୍ଦ୍ଦାନ୍ତ ପାକା ଗିରଫ, ଭାଇ ଫେରାର
  • ||
  • ଆଜି ସରିବ ମାଟ୍ରିକ୍‌ ପରୀକ୍ଷା: ଭାଇରାଲ୍‌ ଓ ଲିକ୍‌ ଗୁଜବର ଘଟୁନି ଅନ୍ତ, କ୍ରାଇମ୍‌ବ୍ରାଞ୍ଚ୍‌ରେ ବୋର୍ଡ ଏତଲାର ଫଳ ଶୂନ୍ୟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ପ୍ରଦର୍ଶନ, ଗୁଜରାଟକୁ ୨୫ରନ୍‌ରେ ହରାଇଲା
  • ||
  • କଳାହାଣ୍ଡିରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ୍‌ର ଘାଇ, ଦେପୁରରେ କୃତ୍ରିମ ବନ୍ୟା
  • ||
  • ରାଜ୍ୟରେ ବଦଳିବ ପାଣିପାଗ ମିଜାଜ: ଆଜିଠୁ କମିବ ତାତି, ୭ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

କୌଣସି ପଣବନ୍ଦୀଙ୍କୁ ଜୀବନ୍ତ ଛାଡ଼ିବୁନି…, ଇସ୍ରାଏଲକୁ ଧମକ ଦେଲା ହମାସ

Image Courtesy: moneycontrol

ନୂଆଦିଲ୍ଲୀ: ପାଲେଷ୍ଟାଇନରେ ପରିଚାଳିତ ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲକୁ ଧମକ ଦେଇଛି । ଇସ୍ରାଏଲର କୌଣସି ନେତା କିମ୍ବା ଏହାର ସମର୍ଥକ ବନ୍ଧକଙ୍କୁ ଜୀବନ୍ତ ଉଦ୍ଧାର କରିପାରିବେ ନାହିଁ ବୋଲି ଧମକ ଦେଇଛି ହମାସ । ଯଦି ଇସ୍ରାଏଲ ଯୁଦ୍ଧ ବିରତି ଘୋଷଣା ନକରେ କିମ୍ବା ବନ୍ଦୀ ଅଦବଦଳ ନେଇ ରାଜି ନହୁଏ ତେବେ ଇସ୍ରାଏଲର ବନ୍ଧକମାନଙ୍କୁ ମାରିଦେବ ବୋଲି ହମାସ କହିଛି । ଏନେଇ ଏକ ଟେଲିଭିଜନ୍‌ ବାର୍ତ୍ତା ମାଧ୍ୟମରେ ଇସ୍ରାଏଲକୁ ଖୋଲା ଚ୍ୟାଲେଞ୍ଜ କରିଛି ହମାସର ସଶସ୍ତ୍ର ସେନା ମୁଖ୍ୟ ଆବୁ ଓବେଇଦା ।

 ଏହା ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ଗୋଟିଏ ସପ୍ତାହ ପାଇଁ ଅସ୍ତ୍ରବିରତି ନେଇ ସହମତି ହୋଇଥିଲା । ଏହି ସମୟ ମଧ୍ୟରେ ହମାସ ୮୦ ଇସ୍ରାଏଲ ବାସିନ୍ଦାଙ୍କ ସମେତ ମୋଟ ୧୦୫ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା । ଏହାର ପ୍ରତିବଦଳରେ ଇସ୍ରାଏଲ ୨୪୦ ପାଲେଷ୍ଟାଇନ୍‌ ବନ୍ଦୀଙ୍କୁ ଛାଡ଼ିଥିଲା । ସେପଟେ ଏବେ ବି ଗାଜାରେ ୧୩୭ ବନ୍ଧକ ଥିବା ନେଇ ଇସ୍ରାଏଲ ପକ୍ଷରୁ କୁହାଯାଇଛି । ତେବେ ମଧ୍ୟସ୍ଥି କାତାର ଅନୁସାରେ ଉଭୟ ପକ୍ଷଙ୍କ ମଧ୍ୟରେ ପୁଣି ଥରେ ଅସ୍ତ୍ରବିରତି ନେଇ ସହମତି ଲାଗି ଚେଷ୍ଟା କରାଯାଉଛି । ହେଲେ ଇସ୍ରାଏଲ ପଟୁ ହେଉଥିବା ଜୋରଦାର ଆକ୍ରମଣ ଯୋଗୁ ଏହି ଅସ୍ତ୍ରବିରତି ନେଇ ଆଲୋଚନା ଫଳପ୍ରଦ ହୋଇପାରୁ ନାହିଁ । ସେପଟେ ହମାସ ଗୋଷ୍ଠୀ ଇସ୍ରାଏଲ ସହ ଯୁଦ୍ଧ ଜାରି ରଖିବ ବୋଲି ଓବେଇଦା କହିଛି ।

 ହିଂସ୍ର ଇସ୍ରାଏଲ ସହ ଯୁଦ୍ଧ କରିବା ବ୍ୟତୀତ ଆମ ପାଖରେ ଆଉ କୌଣସି ଉପାୟ ନାହିଁ । ଅତ୍ୟାଚାର କରି ଆମର ଶକ୍ତି କମ୍‌ କରିବାକୁ ଚାହୁଁଥିବା ଇସ୍ରାଏଲ ସହ ଆମେ ଲଢ଼େଇ ଜାରି ରଖିବୁ ବୋଲି ସେ କହିଛି । ତେବେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ଆକ୍ରମଣ କରିବା ପରଠାରୁ ଯୁଦ୍ଧ ଜାରି ରହିଛି । ହମାସ ଗୋଷ୍ଠୀର ଏହି ଆକ୍ରମଣରେ ଇସ୍ରାଏଲର ୧୨ ଶହ ଲୋକଙ୍କ ଜୀବନ ଯାଇଥିଲା । ଅନ୍ୟପକ୍ଷରେ ଇସ୍ରାଏଲର ପ୍ରତିଆକ୍ରମଣରେ ଗାଜାରେ ଆତଙ୍କବାଦୀଙ୍କ ସମେତ ୧୭,୭୦୦ ଜଣ ପ୍ରାଣ ହରାଇଛନ୍ତି । ଏନେଇ ଗାଜାରେ ହମାସ ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.