ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପଡେଟ୍, ଜାଣନ୍ତୁ ଫିଲ୍ଡକୁ କେବେ ଫେରିବେ ?

ନୂଆଦିଲ୍ଲୀ,୬/୧୨ : କିଛିଦିନ ତଳେ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ମୁମ୍ବାଇ ଇଣ୍ଡିଆନ୍ସର ଅଂଶ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟନ୍ସଠାରୁ କିଣିଛି । କିନ୍ତୁ ବଡ଼ ପ୍ରଶ୍ନ ଏହା କି କ’ଣ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ପର୍ଯ୍ୟନ୍ତ ଫିଟ୍ ହୋଇପାରିବେ ? ରୋହିତଶର୍ମାଙ୍କ ନେତୃତ୍ବାଧିନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଭାରତୀୟ ଫ୍ୟାନ୍ସଙ୍କ ଲାଗି ଏହା ଭଲ ଖବର ଅଟେ । ହାର୍ଦ୍ଦିକ ପାଣ୍ଡ୍ୟା ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି, ଏହାର ଅର୍ଥ ସେ ଖୁବଶୀଘ୍ର ପଡ଼ିଆକୁ ଫେରିପାରନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଏକ ଇନଷ୍ଟାଗ୍ରାମ ଭିଡ଼ିଓ ସେୟାର କରିଛନ୍ତି ।

ଏହାପୂର୍ବରୁ ବିଶ୍ବକପ ମ୍ୟାଚରେ ବାଙ୍ଗଲାଦେଶ ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ଯାହାପରେ ବିଶ୍ବକପର ଆଗାମୀ ମ୍ୟାଚ୍ ଗୁଡ଼ିକରେ ଆଉ ଖେଳିପାରିନଥିଲେ । କିନ୍ତୁ ଏବେ ଯେଉଁଭଳି ଭାବେ ଫଟୋ ସାମ୍ନାକୁ ଆସୁଛି ତାହା ଭାରତୀୟ ଫ୍ୟାନ୍ସଙ୍କ ବ୍ୟତୀତ ମୁମ୍ବାଇ ଇଣ୍ଡିଆନ୍ସ ଲାଗି ଖୁବ୍ ଭଲ ଅଟେ । ହାର୍ଦ୍ଦିକ ପାଣ୍ଡ୍ୟା ଇନଷ୍ଟାଗ୍ରାମରେ ଟ୍ରେନିଂର ଭିଡ଼ିଓ ସେୟାର କରିଛନ୍ତି । ଏହାସହ କ୍ୟାପସନରେ ଲେଖିଛନ୍ତି କି, ଓ୍ବାର୍କ ଅନ ପ୍ରୋଗରେସ... ପ୍ରକାଶ ଯେ, ଏହି ଭିଡ଼ିଓ ପରେ ଫ୍ୟାନ୍ସଙ୍କ କହିବା କଥା କି ହାର୍ଦ୍ଦିକ ପାଣ୍ଡ୍ୟା ଖୁବଶୀଘ୍ର ପଡ଼ିଆକୁ ଫେରିପାରନ୍ତି ।

ମାତ୍ର କେବେ ସୁଦ୍ଧା ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆକୁ ଫେରିବେ ଏହା କୌଣସି ଅଫିସିଆଲ୍ ସୂତ୍ରରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ଏହା କୁହାଯାଉଛି କି ଆଫଗାନିସ୍ତାନ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଫେରିପାରନ୍ତି । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ୩ ଟି-୨୦ମ୍ୟାଚର ସିରିଜ ଖେଳାଯିବ । ଦୁଇ ଦେଶ ମଧ୍ୟରେ ଏହି ସିରିଜ ୧୧ଜାନୁଆରୀରୁ ୧୭ଜାନୁଆରୀ ମଧ୍ୟରେ ଖେଳାଯିବ । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଭାରତ- ଆଫଗାନିସ୍ତାନ ସିରିଜରେ ରୋହିତ ଶର୍ମା ଏବଂ ବିରାଟ କୋହଲୀ ଯେଭଳି ଖେଳିପାରିବେ ନାହିଁ, କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫେରିବା ନିଶ୍ଚିତ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.