ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ସ୍କ୍ରବ୍‌ ଟାଇଫସ୍‌ ନେଇ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ, ଟେଷ୍ଟିଂ କିଟ୍‌ ମହଜୁଦ ରଖ

ଭୁବନେଶ୍ୱର, ୧୫।୯: ସ୍କ୍ରବ୍‌ ଟାଇଫସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି । ସବୁ ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ ମହଜୁଦ ରଖିବାକୁ ସମସ୍ତ ସିଡିଏମ୍‌ଓ ଏବଂ ହସ୍ପିଟାଲ୍‌ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସ୍କ୍ରବ୍‌ ଟାଇଫସ୍‌ ମୁକାବିଲା ପାଇଁ ସବୁଠି ସର୍ଭେଲାନ୍ସ ବୃଦ୍ଧି କରାଯିବ । ଡିପିଏଚ୍‌ଏଲ୍‌ରେ ପର୍ଯ୍ୟାପ୍ତ ଔଷଧ ଓ ଆଣ୍ଟିବାୟୋଟିକ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ଜିଲ୍ଲାରେ ଏହି ମାରାତ୍ମକ ରୋଗ ଦେଖାଯାଉଛି ସେଠାରେ ଡାକ୍ତରମାନଙ୍କୁ ପ୍ରଥମେ ସଚେତନ କରାଯିବ । ଏହାଦ୍ୱାରା ସେମାନେ ରୋଗକୁ ଶୀଘ୍ର ଚିହ୍ନଟ କରିବା ସହ ଲୋକଙ୍କୁ ସଚେତନ କରିପାରିବେ । ରୋଗ ବ୍ୟାପୁଥିବା ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ବରଗଡ଼ ଜିଲ୍ଲାରେ ସ୍କ୍ରବ୍‌ ଟାଇଫସରେ ଆକ୍ରାନ୍ତ ହୋଇ ୫ ଜଣ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ସୋହେଲା ବ୍ଲକର ହୋଇଥିବାବେଳେ ଜଣେ ଲେଖାଏଁ ଅତାବିରା, ଭେଡେନ ଓ ବରପାଲି ବ୍ଲକର ଅଛନ୍ତି । ତେଣୁ ଏହାର ତଦନ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମୃତ୍ୟୁର ସଠିକ ତଦନ୍ତ କରି ଷ୍ଟେଟ ସର୍ଭେଲାନସ ୟୁନିଟକୁ ରିପୋର୍ଟ ଦିଆଯିବା ବାଧ୍ୟତାମୂଳକ କରାଯାଇଛି । ସେହିପରି ଆହୁରି ୪ଜଣ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି । ଗତ ଅଗଷ୍ଟରେ ବରଗଡ଼ ଜିଲ୍ଲାରେ ୧୬୮ଟି ନମୁନା ପରୀକ୍ଷା ହୋଇଥିବାବେଳେ ଜଣଙ୍କ ଠାରେ ସଂକ୍ରମଣ ଚିହ୍ନଟ ହୋଇଥିଲା । ସେହିପରି ସେପ୍ଟେମ୍ବରରେ ୧୪୨ଟି ନମୁନାରୁ ତିନିଟିରେ ସ୍କ୍ରବ ଟାଇଫସ ଥିବା ଜଣାପଡ଼ିଛି । ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ବ୍ୟାପିଲଣି ସ୍କ୍ରବ ଟାଇଫସ୍‌ । ଜିଲ୍ଲାରେ ଜାନୁଆରୀ ମାସରୁ ଏଯାଏ ୧୩୨ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସିଡିଏମ୍‌ଓ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

bhubaneswar
scrub typhus
Health department

Copyright © 2022 - Summa Real Media Private Limited. All Rights Reserved.