କଟକ, ୦୯/୦୨ : ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢ଼ାଉ। କଟକ ଫ୍ରେଣ୍ଡ୍ସ କଲୋନୀରେ ଜନୈକ ଡାକ୍ତରଙ୍କ ଘରେ ଚଢ଼ାଉ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚଢ଼ାଉ କରିଛନ୍ତି।
ସୂଚନାନୁଯାୟୀ, ଲିଙ୍ଗ ନିରୂପଣ ଅଭିଯୋଗରେ କଟକରେ ଥିବା ପୁଣ୍ୟ ଶ୍ଳୋକ ଦାସଙ୍କର ଫ୍ରେଣ୍ଡ୍ସ କଲୋନୀ ସ୍ଥିତ ବାସଭବନରେ ଚଢାଉ ହୋଇଛି। ଚଢାଉ ବେଳେ ବ୍ୟାଗରୁ ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ସହ ଅଲଟ୍ରାସାଉଣ୍ଡ ମେସିନ୍, ନଗଦ ଟଙ୍କା ଓ ମୋବାଇଲ ଜବତ ହୋଇଛି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଟିମ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଚଢ଼ାଉ ଜାରି ରଖିଛନ୍ତି।