ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୀତଦିନେ କେତେ ଲିଟର୍‌ ପାଣି ପିଇବା ଉଚିତ୍‌? ଜାଣନ୍ତୁ କ’ଣ କୁହନ୍ତି ଶ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ ୦୪/୧୨: ଆମ ଶରୀର ପାଇଁ ଜଳ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଭଲ ଭାବରେ ଜାଣୁ। ଜଳ ବିନା ଆମ ଜୀବନକୁ କଳ୍ପନା କରିବା ଅସମ୍ଭବ। ଗ୍ରୀଷ୍ମ ଋତୁରେ, ଆମେ ପାଣି ପିଇବା ଉପରେ ବିଶେଷ ଧ୍ୟାନ ଦେଇଥାଉ। କିନ୍ତୁ ଶୀତଦିନେ ଲୋକମାନେ ଏଥିପ୍ରତି ଅସାବଧାନ ହୁଅନ୍ତି ଏବଂ କମ୍ ପାଣି ପିଅନ୍ତି। ସମସ୍ତେ ଭାବନ୍ତି ଶୀତଦିନେ ଆମ ଶରୀର କମ୍ ଜଳ ଆବଶ୍ୟକ କରେ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ। ଶୀତଦିନେ ଆମେ କେତେ ପାଣି ପିଇବା ଆବଶ୍ୟକ ଆସନ୍ତୁ ଜାଣିବା ସେ ବିଷୟରେ...

ଶୀତଳ ପରିବେଶ ହେତୁ ଆମେ ଶୀତଦିନେ କମ୍ ଶୋଷିଲା ଅନୁଭବ କରୁ । କିନ୍ତୁ ଆମ ଶରୀର ଶୀତଦିନେ ସେତିକି ଜଳ ଆବଶ୍ୟକ କରେ ଯେତିକି ଗ୍ରୀଷ୍ମ ଋତୁରେ କରିଥାଏ। ଗ୍ରୀଷ୍ମ ଋତୁରେ ଆମ ଶରୀରରୁ ଝାଳ ଆକାରରେ ପାଣି ବାହରିଯାଇଥାଏ। ତେଣୁ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଅଧିକ ପାଣି ପିଇଥାଉ, କିନ୍ତୁ ଶୀତଦିନେ ଏହା ହୁଏ ନାହିଁ।

ଆମ ଶରୀରର ମେକାନିଜିମ୍‌ ଏପରି ନୁହେଁ ଯେ ଗ୍ରୀଷ୍ମ ଋତୁରେ ଆମକୁ ଅଧିକ ଏବଂ ଶୀତଦିନେ କମ୍ ପାଣି ପିଇବା ଉଚିତ୍। ଶୀତଦିନେ ମଧ୍ୟ ଆମେ ପ୍ରାୟ ୮ ରୁ ୧୦ ଗ୍ଲାସ୍ ପାଣି ଅର୍ଥାତ୍‌ ୩ ରୁ ୩.୫ ଲିଟର ପାଣି ପିଇବା ଉଚିତ୍ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.