ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପୁଅକୁ ମନେପକାଇ ଭାବ ବିହ୍ୱୋଳ ହେଲେ ଶିଖର ଧୱନ , କହିଲେ – ମୁଁ ଟିକେ ତାକୁ କୋଳେଇ ଧରନ୍ତି କି ...କିନ୍ତୁ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଶିଖର ଧୱନ ପୁଣି ମନେପକାଇଲେ ନିଜ ପୁଅକୁ। ନିକଟରେ ସେ ପୁଅର ଜନ୍ମଦିନରେ ଲେଖିଥିଲେ - ସେ ତାକୁ ବହୁତ ମିସ୍‌ କରୁଛନ୍ତି। ଏବେ ଧୱନ କହିଛନ୍ତି କି, ମୋ ପୁଅକୁ ଟିକେ କୁଣ୍ଢେଇ ଆଲିଙ୍ଗନ କରି ପାରନ୍ତି କି, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ। ପୁଅ ଏବେ ତା ମାଆ ସହ ଅଷ୍ଟ୍ରେଲିଆରେ, କାରଣ ଶିଖର ଧୱନ ଓ ଆୟଶା ମୁଖାର୍ଜୀଙ୍କ ଛାଡ଼ପତ୍ର ହୋଇ ସାରିଛି। ପୁଅର ଦାୟିତ୍ୱ ମାଆ ପାଖରେ ଅଛି, କାରଣ ସେ ଅଷ୍ଟ୍ରେଲିଆର ନାଗରିକ।

ଶିଖର ଧୱନ ହ୍ୟୁମନ ଅଫ୍‌ ବମ୍ୱେର ପଡକାଷ୍ଟରେ କହିଛନ୍ତି, ମୁଁ ଟିକେ ମୋ ପୁଅକୁ ଆଲିଙ୍ଗନ କରି ପାରନ୍ତି କି। ମୁଁ ତାକୁ ନିତି ମେସେଜ ଲେଖୁଛି, ମୋତେ ଜଣା ନାହିଁ ସେ ଏହାକୁ ପଢୁଛି ନା ନାହିଁ। ମୁଁ ଜଣେ ପିତା ଏବଂ କର୍ତ୍ତବ୍ୟ ପାଳନ କରୁଛି। ତା କଥା ମୋର ବହୁତ ମନେପଡ଼ୁଛି। ମୋତେ ଦୁଃଖ ଲାଗୁଛି। କିନ୍ତୁ ମୁଁ ତାକୁ ଭାବି ଜିଇଁବା ଶିଖି ଯାଇଛି। ଧୱନ ଓ ଜୋରାୱରଙ୍କର ଭେଟଘାଟ ବର୍ଷେରୁ ଅଧିକ ସମୟ ହେବ ହୋଇ ପାରି ନାହିଁ। ଏମିତି କି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ହୋଇନାହିଁ। 

କହି ରଖୁଛୁ କି, ଯେବେ ଧୱନ ଓ ଆୟଶାଙ୍କ ଛାଡ଼ପତ୍ର ହୋଇଥିଲା ତ ଧୱନ ଅଭିଯୋଗ କରିଥିଲେ କି, ତାଙ୍କୁ ମାନସିକ ଭାବେ ସେ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କର କୋଟି କୋଟି ଟଙ୍କା ମଧ୍ୟ ଇନଭେଷ୍ଟମେଣ୍ଟ ନାମରେ ଅଷ୍ଟ୍ରେଲିଆରେ ଖର୍ଚ୍ଚ କରୁଛନ୍ତି। ସେ ବହୁତ ଟଙ୍କା ଆୟଶାଙ୍କର ପ୍ରଥମ ବିବାହରେ ହୋଇଥିବା ଝିଅଙ୍କ ଉପରେ ମଧ୍ୟ ଖର୍ଚ୍ଚ କରିଛନ୍ତି। କୋର୍ଟ ଛାଡ଼ପତ୍ରର ମଞ୍ଜୁରୀ ତ ଦେଇ ସାରିଥିଲେ, କିନ୍ତୁ ପୁଅର ହେପାଜତକୁ ନେଇ ଭାରତର କୌଣସି ବି କୋର୍ଟ ନିଷ୍ପତ୍ତି ଶୁଣାଇ ପାରିବେ ନାହିଁ।

ସେପଟେ କ୍ରିକେଟ କଥା ଯଦି କହିବା ତ ଶିଖର ଧୱନ ବହୁ ଦିନରୁ ଖେଳ ଠାରୁ ଦୂରେଇ ରହିଛନ୍ତି। ୩୮ ବର୍ଷିୟ ବାମ ହାତର ବ୍ୟାଟ୍ସମ୍ୟାନ ଶିଖର ଧୱନ ଶେଷଥର ପାଇଁ ଆଇପିଏଲ ୨୦୨୩ରେ ନଜର ଆସି ଥିଲେ। ସେ ଘରୋଇ କ୍ରିକେଟ୍ ମଧ୍ୟ ଖେଳୁ ନାହାନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.