ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି କଳିଙ୍ଗରେ ଓଡ଼ିଶା-ଗୋଆ ଲଢ଼େଇ, ବିଜୟ ସହ ଶୀର୍ଷ ସ୍ଥାନ ଦୃଢ଼ କରିବାକୁ ପ୍ରୟାସ କରିବ ଟିମ୍‌ ଓଡ଼ିଶା

ଭୁବନେଶ୍ୱର,୦୯/୦୨: ଚଳିତ ଆଇଏସ୍‌ଏଲ୍‌ରେ ଶୁକ୍ରବାର ଘରୋଇ ଓଡ଼ିଶା ଏଫ୍‌ସି ଓ ଏଫ୍‌ସି ଗୋଆ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନରେ ଥିବା ଓଡ଼ିଶା ଘରୋଇ ଗ୍ରାଉଣ୍ଡରେ ଅପରାଜେୟ ଧାରା ଜାରି ରଖିବାକୁ ପ୍ରସ୍ତୁତ ରହିଛି । ଅନ୍ୟ ପଟରେ ଚଳିତ ସିଜନରେ ଅପରାଜେୟ ଥିବା ଗୋଆ ନବମ ବିଜୟ  ଲକ୍ଷ୍ୟରେ ରହିଛି । ମ୍ୟାଚ୍‌ ସନ୍ଧ୍ୟା ୭.୩୦ରୁ  ଆରମ୍ଭ ହେବ। 

ଓଡ଼ିଶା ଏଫ୍‌ସି କଳିଙ୍ଗରେ ମୋଟ ୭ଟି  ମ୍ୟାଚ୍‌ ଖେଳିଛି ଏବଂ ସବୁ ମ୍ୟାଚ୍‌ ଜିତିଛି । ଶୁକ୍ରବାର ଦଳ ଆଉ ଏକ ବିଜୟ ସହ  ଶୀର୍ଷ ସ୍ଥାନ ଦୃଢ଼ କରିବାକୁ ପ୍ରୟାସ କରିବ । ଦଳ ୧୪ଟି ମ୍ୟାଚ୍‌ ଖେଳି ୯ ବିଜୟ, ୩  ଡ୍ର’ ଏବଂ ୨ ପରାଜୟ ସହ ମୋଟ ୩୦ ପଏଣ୍ଟ ପାଇଛି । ଅନ୍ୟ ପଟରେ ଗୋଆ ୧୧ଟି ମ୍ୟାଚ୍‌ରୁ ୮ବିଜୟ, ୩ ଡ୍ର’ ସହ  ୨୭ ପଏଣ୍ଟ ପାଇ ଦ୍ୱିତୀୟରେ ରହିଛି ।  ଓଡ଼ିଶାକୁ ହରାଇଲେ ପଏଣ୍ଟ ସଂଖ୍ୟା ୩୦ରେ  ପହଞ୍ଚିବ ।ହେଲେ ଗୋଲ୍‌ ବ୍ୟବଧାନରେ  ପଛରେ ରହି ଦ୍ୱିତୀୟ ସ୍ଥାନରେ ରହିବ । 

ଚଳିତ ସିଜନରେ ଓଡ଼ିଶା ଓ ଗୋଆ ପରସ୍ପରକୁ ଦୁଇ ଥର ଭେଟିଛନ୍ତି । ଘରୋଇ ଫତୋର୍ଦା ଷ୍ଟାଡିୟମରେ ଏକ ଲିଗ୍‌ ମ୍ୟାଚ୍‌ରେ  ଗୋଆ ୩-୨ରେ ଓଡ଼ିଶାକୁ ହରାଇଥିଲା । ଅନ୍ୟ ପଟରେ କଳିଙ୍ଗ ସୁପର କପ୍‌ ମୁକାବିଲାରେ ଗୋଆକୁ ହରାଇ ଓଡ଼ିଶା ସେମି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.