ପ୍ରମୂଖ ଖବର

ମଦ ବ୍ୟବସାୟୀଙ୍କ ବାସଭବନ ଓ ମଦଭାଟିରେ ଆଇଟି ରେଡ୍, ସାମିଲ ଅଛନ୍ତି ୪୦ ଅଧିକାରୀ

ବଲାଙ୍ଗିର, ୦୬/୧୨ : ମଦ ବ୍ୟବସାୟୀଙ୍କ ବାସଭବନ ଓ ମଦଭାଟିରେ ଆଇଟି ରେଡ୍। ଟିଟିଲାଗଡ଼ ସହରର ମଦ ବ୍ୟବସାୟୀ ସଞ୍ଜୟ ସାହୁଙ୍କ ରଘୁନାଥପଡାସ୍ଥିତ ବାସଭବନ "କୈଳାଶ ନିବାସ"ରେ ଆୟକର ବିଭାଗର ଚଢଉ ଚାଲିଛି। 

ସୂଚନାନୁଯାୟୀ, ସଞ୍ଜୟଙ୍କ ବାସଭବନରେ ଆୟକର ବିଭାଗରେ ପ୍ରାୟ ୪୦ ଜଣ ଅଧିକାରୀ ୨୦ଟି କାରରେ ଆସି ଚଢାଉ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଚଢାଉ ଚାଲିଛି। ତାଙ୍କ ଘର ବାହାରେ ସିଆଇଏସଏଫ୍ ଯବାନ ମୁତୟନ ହୋଇଛନ୍ତି। କୌଣସି ବାହାର ବ୍ୟକ୍ତିଙ୍କୁ ତାଙ୍କ ବାସଭବନ ଭିତରକୁ ଛଡାଯାଉ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଘରୁ କଣ ମିଳିଛିି ତାହା କୌଣସି ଅଧିକାରୀ ସ୍ପଷ୍ଟ କରିନାହାଁନ୍ତି। ସଞ୍ଜୟଙ୍କ ଘର ପାଖରେ ଥିବା ଦେଶୀ ମଦଭାଟିରେ ମଧ୍ୟ ଚଢାଉ କରିଛି ଆୟକର ବିଭାଗ । ପ୍ରାୟ ୧୦ଜଣ ଅଧିକାରୀଙ୍କ ସମେତ ୧୦ ଜଣ ସିଆଇଏସଏଫ ଯବାନ ନିୟୋଜିତ ଅଛନ୍ତି। ତେବେ ଏହି ମଦଭାଟି ରିତେଶ ସାହୁଙ୍କ ନାମରେ ଥିବା ଜଣାପଡିଛି। ଏହି ଚଢାଉ ବିଷୟରେ ସ୍ଥାନୀୟ ପ୍ରଶାସନ ପାଖରେ ମଧ୍ୟ ଖବର ନଥିବା ଜଣାପଡିଛି।

Also Read :-

ପ୍ରେମ ପାଇଁ ଜୀବନ ହାରିଛନ୍ତି ୨୭ ଜଣ, ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ୮୮% କମିଛି

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.