ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ଏସିଆ କପ୍: ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ନିୟମରେ ପରିବର୍ତ୍ତନ, ବର୍ଷା ହେଲେ ଖେଳିବାକୁ ପଡିବ ରିଜର୍ଭ ଡେ’

ନୂଆଦିଲ୍ଲୀ,୮।୯:  ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୩ର ତୃତୀୟ ସୁପର ଫୋର୍ ମ୍ୟାଚ୍ ଖେଳାଯିବ।  ଏହି ମ୍ୟାଚ୍ ରବିବାର କଲମ୍ବୋରେ ଅନୁଷ୍ଠିତ ହେବ। ତେ‌ବେ ଏହା ପୂର୍ବରୁ ମ୍ୟାଚ୍‌କୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ପାଇଁ ଏକ ରିଜର୍ଭ ଡେ’ ରଖାଯାଇଛି। ଯଦି ବର୍ଷା ହେତୁ ଏହି ମ୍ୟାଚ୍ ବାତିଲ ହୁଏ ତେବେ ରିଜର୍ଭ ଡେ’ରେ ଏହା ଖେଳାଯିବ ବର୍ଷା କାରଣରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍ ବାତିଲ କରାଯାଇଥିଲା।

କ୍ରିକ୍‌ ଇନଫୋର ଖବର ଅନୁସାରେ, ଏସିଆ କପ୍‌ ୨୦୨୩ ସୁପର ଫୋରରେ କେବଳ ଗୋଟିଏ ମ୍ୟାଚ୍‌ ପାଇଁ ରିଜର୍ଭ ଡେ’ ରଖାଯାଇଛି। ଭାରତ ଓ ପାକିସ୍ତନ ଭିତରେ ଖେଳା ଯାଇଥିବା ଗତ ମ୍ୟାଚ୍ ବର୍ଷା କାରଣରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଏହି କାରଣୁ ଏବେ ଭାରତ-ପାକ୍ ସୁପର ଫୋର ମ୍ୟାଚ୍ ପାଇଁ ରିଜର୍ଭ ଡେ’ ରଖାଯାଇଛି। ସବୁଠାରୁ ବଡ଼ କଥା ଏହା ଯେ, ସୁପର ଫୋର୍‌ରେ ଓ କୌଣସି ମୁକାବିଲା ପାଇଁ ଏଭଳି କରାଯାଇନି।

ଭାରତ-ପାକିସ୍ତାନ ମ୍ୟାଚ୍‌ ରବିବାର କଲୋମ୍ବୋରେ ଖେଳାଯିବ। ଏହି ମ୍ୟାଚ୍‌ ବେଳେ ୯୦% ବର୍ଷା ସମ୍ଭାବନା ରହିଛି। ଯଦି ପାଗ ଭଲ ରୁହେ, ତେବେ ମ୍ୟାଚ୍‌ ସହଜରେ ହୋଇଯିବ। ଯଦି ଅଳ୍ବ ସମୟ ବର୍ଷା ହେବ ତେବେ ଓଭର କାଟ୍‌ ସହିତ ମ୍ୟାଚ୍ ପୁରା ହୋଇପାରିବ। ହେଲେ ଯଦି ମ୍ୟାଚ୍ ରଦ୍ଦ ହୋଇଯାଏ ତେବେ ଏହାପରେ ରିଜର୍ଭ ଡେ’ ରେ ଖେଳ ହେବ। 

ଉଲ୍ଲେଖନୀୟ ଯେ, ଟିମ୍ ଇଣ୍ଡିଆ ସୁପର ଫୋରରେ ତିନୋଟି ମ୍ୟାଚ୍ ଖେଳିବ। ଏହାର ପ୍ରଥମ ମ୍ୟାଚ୍ ପାକିସ୍ତାନ ସହିତ ରହିଛି। ଏହାପରେ ଦ୍ବିତୀୟ ମ୍ୟାଚ୍ ଶ୍ରୀଲଙ୍କା ସହ ଅଛି। ଏହି ମୁକାବିଲା ୧୨ ସେପ୍ଟେମ୍ବରରେ କଲୋମ୍ବୋରେ ଆୟୋଜିତ ହେବ। ଏହାଛଡା ଭାରତ ଓ ବାଂଲାଦେଶ ଭିତରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ କଲୋମ୍ବୋରେ ୧୫ ସେପ୍ଟେମ୍ବରରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ। ଏହି ମୁକାବିଲା କଲୋମ୍ବୋରେ ଆୟୋଜିତ ହେବ। 

india-pakistan
Asia cup 2023

Copyright © 2022 - Summa Real Media Private Limited. All Rights Reserved.