ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଅତ୍ୟନ୍ତ ଗରିବୀ ସହ ଯୁଝୁଛନ୍ତି ଭାରତର ୫ କୋଟି ଛୁଆ: ୟୁନିସେଫ୍

ନୂଆଦିଲ୍ଲୀ, ୧୬/୦୯: ରହିବାକୁ ମୁଣ୍ଡ ଉପରେ ଛାତ ନାହିଁ । ଦୁଇ ଓଳା ଦୁଇ ମୁଠା ଖାଇବାକୁ ମିଳୁନି । ବର୍ଷକୁ ନୂଆ ଡ୍ରେସ୍ ଖଣ୍ଡେ ସ୍ୱପ୍ନ ହୋଇଥିବା ବେଳେ ପାଠପଢ଼ା କଥା ନ କହିବା ଭଲ । ଗରିବୀ ଏସବୁ ଛୁଆଙ୍କ ଶାରିରୀକ, ସାମାଜିକ ଓ ଭାବନାତ୍ମକ ବିକାଶ ଉପରେ ଗଭୀର ପ୍ରଭାବ ପକାଉଛି । ଜୀବନର ଗୁଣବତ୍ତାକୁ କମାଇବା ସହ ବିଶ୍ୱାସ ହ୍ରାସ ଏବଂ ଦୃଷ୍ଟିକୋଣ ଓ ବ୍ୟବହାର ଉପରେ ଖରାପ ପ୍ରଭାବ ପଡ଼ୁଛି । 

ବିଶ୍ୱ ବ୍ୟାଙ୍କ ଓ ୟୁନିସେଫର ବିଶ୍ଲେଷଣରୁ ଜଣାପଡ଼ିଛି, ଦୁନିଆରେ ଅତ୍ୟନ୍ତ ଗରିବୀର ସାମ୍ନା କରୁଥିବା ଜନସଂଖ୍ୟାରେ ୫୨.୫ ପ୍ରତିଶତ ଛୁଆ ରହିଛନ୍ତି । ଅତ୍ୟନ୍ତ ଗରିବୀ ମଧ୍ୟରେ ଥିବା ପ୍ରତି ଜଣଙ୍କ ମଧ୍ୟରେ ରହିଛି ଛୁଆଟିଏ । ରିପୋର୍ଟ ଅନୁସାରେ, ୨୦୧୩ରେ ଏହା ୪୭.୩ ପ୍ରତିଶତ ଥିଲା । ୨୦୨୨ରେ ଏହା ୫୨.୫ ପ୍ରତିଶତକୁ ବୃଦ୍ଧି ପାଇଛି ।

କେରଳରେ ‘ନିପା’ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି, କୋଝିକୋଡରେ ସପ୍ତାହକ ପର୍ଯ୍ୟନ୍ତ ସ୍କୁଲ୍ ଓ କଲେଜ ବନ୍ଦ

ରିପୋର୍ଟ ଅନୁସାରେ, ବିଶ୍ୱରେ ଗରିବ ସୀମା ରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ୁଛି । ସମସ୍ତ ପ୍ରୟାସ ପରେ ବି ଦୁନିଆରେ ଅତ୍ୟନ୍ତ ଗରିବ ଶ୍ରେଣୀରେ ରହୁଥିବା ଲୋକ ଦୈନିକ ୨.୧୫ ଡଲାର (ପ୍ରାୟ ୧୭୮ ଟଙ୍କା)ରୁ କମ ଖର୍ଚ୍ଚରେ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । 

ବୟସ୍କଙ୍କ ତୁଳନାରେ ଛୁଆଙ୍କ କ୍ଷେତ୍ରରେ ଗରିବୀ ଦ୍ରୁତ ମାତ୍ରାରେ ବଢ଼ୁଛି । ବିଶ୍ୱସ୍ତରରେ ୨୦୨୨ରେ ଅତ୍ୟନ୍ତ ଗରିବୀ ଶ୍ରେଣୀର ୬.୬ ପ୍ରତିଶତ ଲୋକ କଚ୍ଚା ଘରେ ରହୁଥିବା ସେଥିରେ ଛୁଆଙ୍କ ପ୍ରତିଶତ ଥିଲା ୧୫.୯ । ସେହିଭଳି ଭାରତରେ ଏହି ପ୍ରତିଶତ ଯଥାକ୍ରମେ ୫.୨, ୧୧.୫ । ଯାହାକି ବିଶ୍ୱସ୍ତରରର ଅନୁପାତ ଠାରୁ କମ୍ ହୋଇଥିଲେ ମଧ୍ୟ ଚିନ୍ତାଜନକ । ଆଉ ସବୁଠୁ ଚିନ୍ତାଜନକ କଥା ହେଲେ ଅତ୍ୟନ୍ତ ଗରିବୀର ସାମ୍ନା କରୁଥିବା ୧୮.୩ ପ୍ରତିଶତ ଅର୍ଥାତ୍ ୯.୯ କୋଟି ଛୁଆଙ୍କ ବୟସ ୫ ବର୍ଷରୁ କମ୍ ।

ଭାପୁରରୁ ମିଳିଲା ଦୁର୍ଲ୍ଲଭ ଧାତୁ, ସୁନାଠୁ ବି ମୂଲ୍ୟବାନ: ମୋବାଇଲ୍‌, ଲାପଟପ୍‌ ଚିପ୍‌ରେ ବ୍ୟବହାର ହୁଏ..

ୟୁନିସେଫ୍ ଅନୁସାରେ, ଅତ୍ୟଧିକ ଗରିବୀର ସାମ୍ନା କରୁଥିବା ଛୁଆ ସବ୍ ସହାରା ଆଫିକ୍ରା ଓ ଦକ୍ଷିଣ ଏସିଆରେ ଅଛନ୍ତି । ଆଫ୍ରିକାରେ ଏହା ୪୦ ପ୍ରତିଶତ ହୋଇଥିବା ବେଳେ ଦକ୍ଷିଣ ଏସିଆରେ ୯.୭ ପ୍ରତିଶତ । ଏଠାରେ ହିଁ ଦୁନିଆର ୯୦ ପ୍ରତିଶତ ଅତ୍ୟନ୍ତ ଗରିବ ଛୁଆ ରହିଛନ୍ତି । 

Poverty
World Bank
UNICEF

Copyright © 2022 - Summa Real Media Private Limited. All Rights Reserved.