ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ତୃତୀୟ ଟି-୨୦ ମ୍ୟାଚ୍‌ରେ ଚମକିଲେ ଋତୁରାଜ, ଅଷ୍ଟ୍ରେଲିଆ ଆଗରେ ବିଶାଳ ବିଜୟ ଲକ୍ଷ୍ୟ

Image Courtesy: espncricinfo

ଗୌହାଟୀ: ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଟି-୨୦ ମ୍ୟାଚରେ ଗର୍ଜିଲା ଋତୁରାଜଙ୍କ ବ୍ୟାଟ୍ ।  ଟି-୨୦ କ୍ୟାରିୟରର ସର୍ବଶ୍ରେଷ୍ଠ ଶତକୀୟ ଇନିଂସ ଖେଳିଛନ୍ତି ଋତୁରାଜ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୨ ରନ କରିଛି । 

 ଗାଏକଓ୍ଵାଡ ୫୭ ବଲରୁ ୧୩ ଚୌକା ଓ ୭ ଛକା ସହ ୧୨୩ ରନର ଅପରାଜିତ ବିସ୍ପୋରକ ଇନିଂସ ଖେଳିଛନ୍ତି । ସୂର୍ଯ୍ୟକୁମାର ଯାଦବ ୩୯ ରନ ଓ ତିଳକ ବର୍ମା ଅପରାଜିତ ୩୧ ରନ କରିଛନ୍ତି । ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ପାଇଁ ଅଷ୍ଟ୍ରେଲିଆ ସାମ୍ନାରେ ଅଛି ୨୨୩ ରନର ବିଜୟ ଲକ୍ଷ୍ୟ । ଭାରତ ପ୍ରଥମ ୨ଟି ମ୍ୟାଚ୍ ଜିତି ସିରିଜରେ ୨-୦ରେ ଅଗ୍ରଣୀ ହାସଲ କରିଛି ।

ଆଜିର ମ୍ୟାଚ୍‌ରେ ଇଶାନ କିଶନ୍‌ ଶୂନରେ ଆଉଟ ହୋଇଛନ୍ତି । ସେପଟେ ଅଷ୍ଟ୍ରେଲିଆ ଟିମ୍‌ ପକ୍ଷରୁ କେନ୍‌ ରିଚାର୍ଡସନ, ବେହେରନଡର୍ଫ ଏବଂ ଆରୋନ ହାର୍ଡି ଗୋଟିଏ ଲେଖାଁଏ ଓ୍ବିକେଟ ନେଇଛନ୍ତି । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଆଜି କର ବା ମର ପରିସ୍ଥିତି ରହିଛି।  ଆଜି ଅଷ୍ଟ୍ରେଲିଆ ମ୍ୟାଚ୍‌ ହାରିଲେ ସିରିଜ୍‌ ହାତେଇବ ଭାରତ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.