ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଞ୍ଚି ଟେଷ୍ଟରେ ଚମକିଲେ ଗିଲ୍‌ ଓ ଜୁରେଲ୍‌, ଇଂଲଣ୍ଡ ବିପକ୍ଷରେ ସିରିଜ୍‌ କବଜା କଲା ଭାରତ

ରାଞ୍ଚି: ରାଞ୍ଚିରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ୫ ଓ୍ବିକେଟରେ ଇଂଲଣ୍ଡକୁ ହରାଇଛି ଭାରତ । ଭାରତର ଏହି ବିଜୟରେ ମୂଖ୍ୟ ଭୁମିକା ନେଇଛନ୍ତି ଶୁଭମନ ଗିଲ୍‌ ଏବଂ ଧ୍ରୁବ ଜୁରେଲ । ସଂକଟରେ ପଡ଼ିଥିବା ଟିମ୍‌ ଇଣ୍ଡିଆକୁ ଉଦ୍ଧାର କରିବା ସହ ଦମଦାର ବିଜୟ ଦେଇଛନ୍ତି ଏହି ଯୋଡ଼ି । ଏହା ସହ ଭାରତୀୟ ଟିମ୍‌ ମଧ୍ୟ ସିରିଜ୍‌ କବଜା କରିଛି । ଲକ୍ଷ୍ୟର ପିଛା କରୁଥିବା ବେଳେ ଭାରତ ଚତୁର୍ଥ ଦିନରେ ୧୨୦ ରନ୍‌ରେ ୫ ଓ୍ବିକେଟ ହରାଇଥିଲା ।  ଏହା ପରେ ଗିଲ୍‌ ଏବଂ ଜୁରେଲ୍‌ଙ୍କ ୭୨ ରନ୍‌ର ଭାଗିଦାରୀ ଟିମ୍‌ ଇଣ୍ଡିଆକୁ ବିଜୟୀ କରିଛି । ଗିଲ ଅପରାଜିତ ୫୨ ରନ୍‌ କରିଥିବା ବେଳେ ଜୁରେଲ ୩୯ ରନ୍‌ କରି ଅପରାଜିତ ଅଛନ୍ତି ।  

 ରାଞ୍ଚି ଟେଷ୍ଟରେ ଇଂଲଣ୍ଡ ଟିମ୍‌କୁ ୫ ଓ୍ବିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜରେ ୩-୧ରେ ଆଗୁଆ ରହିଛି ଭାରତ । ଏହା ସହିତ ଟିମ୍ ଇଣ୍ଡିଆ ଶେଷ ମ୍ୟାଚ୍ ପୂର୍ବରୁ ସିରିଜ୍ କବଜା କରିଛି । ଚତୁର୍ଥ ଟେଷ୍ଟର ଦ୍ବିତୀୟ ଇନିଂସରେ ଭାରତୀୟ ସ୍ପିନର କମାଲ୍ ବୋଲିଂ କରିଛନ୍ତି । ସେହିପରି ଅଧିନାୟକ ରୋହିତ୍ ଶର୍ମା, ଶୁଭମନ ଗିଲ୍, ଧ୍ରୁବ ଜୁରେଲ୍ ଓ ଯଶସ୍ବୀ ଜୈସ୍ବାଲ୍ ଲଢ଼ୁଆ ବ୍ୟାଟିଂ କରିଛନ୍ତି । ପ୍ଲେୟାର ଅଫ୍ ଦି ମ୍ୟାଚ୍ ତାରକା ଧ୍ରୁବ ଜୁରେଲ ହୋଇଛନ୍ତି ।  

 ଚତୁର୍ଥ ଟେଷ୍ଟର ଦ୍ବିତୀୟ ଇଂନିସରେ ରୋହିତ୍ ବାହିନୀ ସାମ୍ନାରେ ୧୯୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ଅଧିନାୟକ ରୋହିତ୍ ଶର୍ମା ଓ ଯଶସ୍ବୀ ଜୈସ୍ବାଲ ଓପନିଂ ପାଳି ସମ୍ଭାଳିଥିଲେ । ପ୍ରାରମ୍ଭରୁ ଇଂଲିଶ ବୋଲରଙ୍କୁ ପ୍ରହାର କରିଥିଲେ ଦୁଇ ଓପନର । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ କୌଣସି ଓ୍ବିକେଟ୍ ନହରାଇ ୪୦ ରନ୍ ସଂଗ୍ରହ କରିଥିଲା । ସେହିପରି ଚତୁର୍ଥ ଦିନ ଏହି ସ୍କୋରକୁ ଦ୍ରୁତ ଗତିରେ ବଢାଇବାକୁ ଚେଷ୍ଟା କରିଥିଲେ ଦୁଇ ବ୍ୟାଟର । ମାତ୍ର ବଡ ସଟ୍ ଖେଳିବା ଲକ୍ଷ୍ୟରେ ଜୈସ୍ବାଲ ଆଉଟ ହୋଇଥିଲେ । ପରେ ରୋହିତ୍ ଶର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ସେ ମଧ୍ୟ ବଡ଼ ସଟ୍ ଖେଳିବା ବେଳେ ଷ୍ଟମ୍ପ ଆଉଟ୍ ହୋଇଥିଲେ ।

 ଏହା ପରେ ଲଗାତାର ଟିମ୍ ଇଣ୍ଡିଆର ତିନୋଟି ଓ୍ବିକେଟ୍ ପଡିଥିଲା । ଫଳରେ ଟିମ୍‌ ଇଣ୍ଡିଆ ସଂକଟ ମଧ୍ୟକୁ ଠେଲି ହୋଇଯାଇଥିଲା । ପରେ ଶୁଭମନ ଗିଲ୍ ଏବଂ ଯୁବ ତାରକା ଧ୍ରୁବ ଜୁରେଲଙ୍କ ଦମଦାର ବ୍ୟାଟିଂ ବଳରେ ମ୍ୟାଚ୍‌ ଜିତିବା ସହ ଟିମ୍‌ ଇଣ୍ଡିଆ ସିରିଜ୍‌ କବଜା କରିବାରେ ସଫଳ ହୋଇଛି । ଦୁଇ ବ୍ୟାଟର ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ ଦେଇଛନ୍ତି । ଚତୁର୍ଥ ଟେଷ୍ଟରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଇଂଲଣ୍ଡ । ପ୍ରଥମ ଇନିଂସରେ ଦଳ ୩୫୩ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ  ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୩୦୭ ରନ୍‌ କରିଥିଲା ।  

ଭାରତ ପକ୍ଷରୁ ଧ୍ରୁବ ଜୁରେଲ୍ ୯୦ରନର ସଂଘର୍ଷପୂର୍ଣ୍ଣ ପାଳି ଖେଳିଥିଲେ । ୪୬ ରନ୍‌ରେ ଅଗ୍ରଣୀ ହାସଲ କରି ଇଂଲଣ୍ଡ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତ ହୋଇଥିଲା । ଇଂଲଣ୍ଡ  ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ଅଶ୍ୱିନ ଓ କୁଲଦୀପ । ଭ୍ରମଣକାରୀ  ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୪୫ ରନ୍‌ କରି ଅଲ୍‌ ଆଉଟ୍‌  ହୋଇଯାଇଥିଲା । 

  • prameyanews
  • PrameyaOdia
  • prameya
  • Team India
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.