ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶୁକ୍ରାବରଠୁ ଭାରତ- ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ଟିମ୍‌ ଇଣ୍ଡିଆର ଏକାଦଶ ଚିନ୍ତା, ୪ ସ୍ପିନର ଖେଳାଇବାକୁ ଷ୍ଟୋକ୍ ବାହିନୀର ପ୍ରସ୍ତୁତି

ବିଶାଖାପଟ୍ଟନମ୍‌,୦୧/୦୨: ଏସିଏ-ଭିଡିସିଏ  ଷ୍ଟାଡ଼ିୟମ୍‌ରେ ଶୁକ୍ରବାରଠୁ ଆରମ୍ଭ ହେବ ଦ୍ୱିତୀୟ ଟେଷ୍ଟ । ଭାରତ ନିଜ ଘରୋଇ ଗ୍ରାଉଣ୍ଡ୍‌ରେ ଖେଳୁଥିଲେ ହେଁ  ପ୍ରଥମ ଟେଷ୍ଟ ହାରି ସାରିଛି । ବର୍ତ୍ତମାନ ସିରିଜକୁ  ଫେରିବାର ସମୟ । ବିରାଟ କୋହଲିଙ୍କ ଭଳି ମହାନ  ବ୍ୟାଟର ଦଳରେ ନାହାନ୍ତି । ଅଭିଜ୍ଞ ରବିନ୍ଦ୍ର ଜାଡେଜା ଓ  କେ ଏଲ୍‌ ରାହୁଲ ପ୍ରଥମ ଟେଷ୍ଟରେ ପରାଜିତ ହୋଇ ବାଦ  ପଡ଼ିସାରିଛନ୍ତି । ସିରିଜକୁ ଫେରିବା ଏକ ବଡ଼ ଚ୍ୟାଲେଞ୍ଜ  ରୂପେ ଉଭା ହୋଇଥିବାବେଳେ ଏପଟେ ଆହତ ସମସ୍ୟା  ଦଳକୁ ଚିନ୍ତାରେ ପକାଇ ଦେଇଛି । ଏକାଧିକ ଅନଭିଜ୍ଞ  ଯୁବ ଖେଳାଳିଙ୍କୁ ଧରି ରୋହିତ ଶର୍ମା ବିଜୟକୁ ଫେରିବା  ସହ ସମାଲୋଚକଙ୍କୁ ଚୁପ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି । 

ବିଫଳଙ୍କୁ ସମର୍ଥନ: ପ୍ରଥମ ଟେଷ୍ଟରେ ନିରାଶ  କରିଥିବା ଶୁଭମନ ଗିଲ ଓ ଶ୍ରେୟାସ ଆୟରଙ୍କୁ  ସମାଲୋଚନା କରାଯାଉଛି । ଉଭୟଙ୍କୁ ଏକାଦଶରୁ  ବାଦ ଦେବାକୁ କ୍ରିକେଟ୍‌ ପଣ୍ଡିତମାନେ ମତ ଦେଉଛନ୍ତି ।  ମାତ୍ର ଟିମ ମ୍ୟାନେଜମେଣ୍ଟ ତରବରିଆ ଭାବେ କୌଣସି  ନିଷ୍ପତ୍ତି ନେବାକୁ ଚାହୁଁନାହିଁ । ଦ୍ୱିତୀୟ ଟେଷ୍ଟରେ ଉଭୟଙ୍କ  ସ୍ଥାନ ସୁରକ୍ଷିତ ଥିବା ବ୍ୟାଟିଂ କୋଚ୍‌ ବିକ୍ରମ ରାଠୋର  ସ୍ପଷ୍ଟ କରିଦେଇଛନ୍ତି । କେବଳ ଖାଲି ପଡ଼ିଥିବା ଜାଡେଜା  ଓ ରାହୁଲଙ୍କ ସ୍ଥାନ ପାଇଁ ଖେଳାଳି ଚୟନ କରାଯିବ ।

ସର୍ଫରାଜ ବନାମ ପାତିଦାର: କୋହଲିଙ୍କ  ସ୍ଥାନରେ ରଜତ ପାତିଦାରଙ୍କୁ ଡାକରା ମିଳିଥିଲା ।  ରାହୁଲ ଓ ଜାଡେଜା ଆହତ ହେବା ପରେ ସର୍ଫରାଜ  ଖାନ୍‌, ସୌରଭ କୁମାର ଓ ୱାସିଂଟନ ସୁନ୍ଦରଙ୍କୁ ଦଳରେ  ସାମିଲ କରାଯାଇଛି । ବର୍ତ୍ତମାନ କେବଳ ରାହୁଲଙ୍କ  ସ୍ଥାନରେ ଜଣେ ବ୍ୟାଟରଙ୍କୁ ଏକାଦଶରେ ସ୍ଥାନ ମିଳିବ ।  ଫଳରେ ପାତିଦାର ଓ ସର୍ଫରାଜଙ୍କ ମଧ୍ୟରୁ ଜଣେ ଟେଷ୍ଟ  ପଦାର୍ପଣ କରିବା ନିଶ୍ଚିତ । ଆଜି ଅଭ୍ୟାସ ଶିବିରରେ  ଉଭୟ ନବାଗତ ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ  କରିଥିଲେ । ପାତିଦାର ସ୍ପିନରଙ୍କ ବିପକ୍ଷରେ ରିଭର୍ସ  ସୁଇପ୍‌ ସଟ୍‌ ଖେଳିଜାଲିଥିଲେ । ମାତ୍ର ସର୍ଫରାଜ  ବିସ୍ଫୋରକ ବ୍ୟାଟିଂ ଉପରେ ଧ୍ୟାନ ଦେଇଥିଲେ ।  ବ୍ୟାଟିଂ କୋଚ୍‌ ରାଠୋର ଓ ଅଧିନାୟକ ରୋହିତ  ଉଭୟଙ୍କ ଉପରେ ତୀକ୍ଷ୍ଣ ନଜ ରଖିଥିଲେ । ରୋହିତ  ଅଭ୍ୟାସ ସମୟରେ ସର୍ଫରାଜଙ୍କ ସହ ଦୀର୍ଘ ସମୟ  ଧରି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା ।  ଠିକ୍‌ ସେହିପରି ଜାଡେଜାଙ୍କ ସ୍ଥାନ ପାଇଁ ସୁନ୍ଦର ଓ  କୁଲଦୀପ ଯାଦବଙ୍କ ମଧ୍ୟରୁ ଜଣେ ସୁଯୋଗ ପାଇବେ ।  ସୁନ୍ଦରଙ୍କ ନିକଟରେ ଯଥେଷ୍ଟ ବ୍ୟାଟିଂ ଦକ୍ଷତା ରହିଛି ।  ମାତ୍ର ସୀମିତ ଓଭର କ୍ରିକେଟ୍‌ରେ ବେଶ ସଫଳତା  ପରେ କୁଲଦୀପ ଟେଷ୍ଟ ସୁଯୋଗକୁ ଅପେକ୍ଷା କରି  ରହିଛନ୍ତି । ଆଜି ଅଭ୍ୟାସ ଶିବରରେ ମଧ୍ୟ କୁଲଦୀପଙ୍କୁ  ଦୀର୍ଘ ସମୟ ଧରି ବୋଲିଂ କରାଯାଇଥିଲା ।  

ଇଂଲଣ୍ଡର ଚେତାବନୀ: ପ୍ରଥମ ଟେଷ୍ଟ ଜିତିବା  ପରେ ଇଂଲଣ୍ଡର ମନୋବଳ ଦୃଢ଼ୀଭୂତ ହୋଇଛି ।  ଚେନ୍ନାଇ ଭଳି ଏଠାରେ ସ୍ପିନରଙ୍କୁ ସୁହାଇବା ଭଳି  ପିଚ୍‌ କଲେ ୪ଜଣ ସ୍ପିନରଙ୍କୁ ନେଇ ଦଳ ଗ୍ରାଉଣ୍ଡ୍‌କୁ  ଓହ୍ଲାଇବ ବୋଲି କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କଲମ ସ୍ପଷ୍ଟ  କରିଦେଇଛନ୍ତି । ମାତ୍ର ବାମ ହାତି ସ୍ପିନର ଜ୍ୟାକ ଲିଚ୍‌  ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନଥିବା ଆଶଙ୍କା କରାଯାଉଛି ।  ପ୍ରଥମ ଟେଷ୍ଟରେ ସେ ଆହତ ହୋଇଥିଲେ । ଯୁବ ସ୍ପିନର ସୋହେବ ବସିର ଇତି ମଧ୍ୟରେ ଦଳ ସହ  ଯୋଗ ଦେଇ ଅଭ୍ୟାସ କରିଛନ୍ତି । ସେ ଲିଚ୍‌ଙ୍କ  ସ୍ଥାନ ପୂରଣ କରିବେ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.