ପ୍ରମୁଖ ଖବର
  • ଆଜି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନେତା ନିର୍ବାଚନ, ଉଭୟ ରାଜ୍ୟରେ ବସିବ ବିଜେପି ବିଧାୟକ ଦଳ ବୈଠକ
  • ||
  • ଆଜି କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଉଦ୍‌ଘାଟନ, କଳିଙ୍ଗ ଷ୍ଟାଡିୟମରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଗଛରେ ପିଟିହେଲା ବରଯାତ୍ରୀ କାର୍, ଜଣେ ମୃତ ଜଣେ ଗୁରୁତର
  • ||
  • ବିଦେଶୀ ଜାହାଜରୁ କୋକେନ୍‌ ଜବତ ମାମଲା: ସମୁଦ୍ରରେ ବୁଡ଼ି ପ୍ରମାଣ ଖୋଜିଲେ ବୁଡ଼ାଳି, ଆଜି ଆସିବେ ଫରେନ୍‌ସିକ୍‌ ଟିମ୍‌
  • ||

ଦୀପାବଳିରେ ଟିମ୍ ଇଣ୍ଡିଆର ଧମାଲ, ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ; ୧୫’ରୁ ସେମିଫାଇନାଲ୍‌

Image Courtesy: espncricinfo

ବେଙ୍ଗାଲୁରୁ: ନେଦରଲ୍ୟାଣ୍ଡସ ବିପକ୍ଷରେ ଟିମ ଇଣ୍ଡିଆର ବଡ଼ ବିଜୟ । ଶେଷ ଲିଗ ମ୍ୟାଚ୍‌ରେ ନେଦଲ୍ୟାଣ୍ଡସକୁ ୧୬୦ ରନ୍‌ରେ ହରାଇଲା ଭାରତ  । ୪୭.୫ ଓଭରରେ ୨୫୦ ରନ୍‌ରେ ଅଲଆଉଟ୍‌ ହୋଇଛି ନେଦରଲ୍ୟାଣ୍ଡସ । ଆଜିର ମ୍ୟାଚରେ ତେଜା ନିଦାମାନୁରୁ ସର୍ବାଧିକ ୫୪ ରନ୍‌ କରି ରୋହିତଙ୍କ ବଲରେ ଆଉଟ ହୋଇଥିଲେ । ଅଧିନାୟକ ସ୍କଟ ଏଡଓ୍ବାର୍ଡସ୍‌ଙ୍କୁ ଆଉଟ କରିଥିଲେ ବିରାଟ କୋହଲି । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ବୋଲିଂ କରି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । ସେମାନଙ୍କ ବ୍ୟତୀତ ଜସପ୍ରୀତ ବୁମରା, ମହମ୍ମଦ ଶିରାଜ, କୁଲଦୀପ ଯାଦବ ଏବଂ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଚଳିତ ବିଶ୍ଵକପର ଶେଷ ଲିଗ୍ ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ଚିତ୍ତାକର୍ଷକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ବେଙ୍ଗାଲୁରୁର ଏନ ଚିନ୍ନାସ୍ଵାମୀ ଷ୍ଟାଡିୟମରେ  ଛକା-ଚୌକାର ରନ ବର୍ଷା ହୋଇଥିଲା । ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ଶ୍ରେୟସ ଆୟର ଓ  ଲୋକେଶ ରାହୁଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ବିଶାଳ ସ୍କୋର କରିଥିଲା । ରୋହିତ ଶର୍ମାଙ୍କ ୬୧ ରନ, ଶୁଭମନ ଗିଲ୍ ୫୧ ରନ ଓ ବିରାଟ କୋହଲିଙ୍କ ୫୧ ରନ ପରେ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଅପରାଜିତ ୧୨୮ ରନ ଓ କେଏଲ ରାହୁଲଙ୍କ ୧୦୨ ରନ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୪୧୦ ରନ କରିଥିଲା । 

ନେଦରଲ୍ୟାଣ୍ଡସ ସମ୍ମୁଖରେ ୪୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଥିଲା । ୪୧୦ ସ୍କୋର ବିଶ୍ଵକପରେ ଭାରତର ଦ୍ଵିତୀୟ ସର୍ବାଧିକ ସ୍କୋର । ମୋଟ୍ ଉପରେ ବିଶ୍ଵକପ୍ ଇତିହାସରେ ଏହା ଚତୁର୍ଥ ବଡ଼ ସ୍କୋର। ସେପଟେ ଏହି ମୁକାବିଲା ହାରି ନେଦରଲ୍ୟାଣ୍ଡସ ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନାହିଁ।

ତେବେ ଦୀପାବଳିରେ ଭାରତର ବୃହତ୍ତ ବିଜୟ ସହ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି । ନଭେମ୍ବର ୧୫ରେ ଆରମ୍ଭ ହେବାକୁ ଯାଉଛି ବିଶ୍ବକପର ବଡ଼ ମୁକାବିଲା । ଏହି ଦିନ ସେମିଫାଇନାଲ ଆରମ୍ଭ ହେବାକୁ ଥିବା ବେଳେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ହେବାକୁ ଥିବା ଏହି ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ ।  ୯ଟି ଲିଗ୍‌ ମ୍ୟାଚରୁ ସବୁଥିରେ ବିଜୟୀ ହୋଇଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ମାତ ଦେଇ ଫାଇନାଲକୁ ଯାଇପାରେ । ସେପଟେ ୨୦୧୯ରେ ସେମିଫାଇନାଲରେ ଏହି ଦୁଇ ଟିମ୍‌ ସାମ୍ନାସାମ୍ନି ହୋଇଥିଲେ । ଆଉ ନ୍ୟୁଜିଲାଣ୍ଡ ପାଖରୁ ଟିମ ଇଣ୍ଡିଆକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା ।

 

 

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.