ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୋଇଂ ୭୩୭ ମ୍ୟାକ୍ସର ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା, ପ୍ରଭାବିତ ହେବେ ଭାରତୀୟ ଏୟାରଲାଇନ୍ସ

ୱାଶିଂଟନ୍, ୨୬/୦୧: ଆମେରିକାର ବିମାନ ନିୟାମକ ବିବାଦୀୟ ବୋଇଂ ୭୩୭ ମ୍ୟାକ୍ସ ବିମାନ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି । ଏହା ଦ୍ୱାରା ଭାରତୀୟ ମଧ୍ୟ ପ୍ରଭାବିତ ହେବେ । ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ସ୍ପାଇସଜେଟ୍ ଓ ଅକାଶା ଏୟାର ପୂର୍ବରୁ ଶତାଧିକ ବୋଇଂ ୭୩୭ ମ୍ୟାକ୍ସ ବିମାନ ପାଇଁ ଅର୍ଡର ଦେଇ ସାରିଛନ୍ତି । 

୩ ସପ୍ତାହ ପୂର୍ବରୁ ଅଲାସ୍କା ଏୟାରଲାଇନ୍ସର ଉଡ଼ାଣ ପରେ ବିମାନର ଗୁଣବତ୍ତା ନେଇ ଯାଞ୍ଚ ହୋଇଥିଲା । ଅଲାସ୍କା ଏୟାରଲାଇନ୍ ପାଖରେ ଥିବା ବିମାନ ଉଡ଼ାଣର କିଛି ସମୟ ମଧ୍ୟରେ ମଝି ଆକାଶରେ ଗୋଟିଏ ଡୋର୍ ଉଡ଼ି ଯାଇଥିଲା ।

ତେବେ ବିମାନକୁ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରାଇବାରେ ସଫଳ ହୋଇଥିଲେ ପାଇଲଟ୍ । ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ । ତେବେ ଏହା ପରେ ବୋଇଂ ୭୩୭ ମ୍ୟାକ୍ସର ନିର୍ମାଣ ପ୍ରକ୍ରିୟାର ଯାଞ୍ଚ କରାଯାଇଥିଲା । 

ଅଲାସ୍କା ଏୟାର ପାଖରେ ଥିବା ବୋଇଂକୁ ନେଇ ଚିନ୍ତା ବଢ଼ିଛି । କାରଣ ୨୦୧୮ ଓ ୨୦୧୯ରେ ବୋଇଂ ୭୩୭ ମ୍ୟାକ୍ସର ୮ ବିମାନ ମଧ୍ୟରୁ ୨ଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୩୪୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏବେ ବୋଇଂ ୭୩୭ର ଉତ୍ପାଦନ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି । 

ଆମେରିକାର ପ୍ରତିବନ୍ଧକ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍, ସ୍ପାଇସଜେଟ୍ ଓ ଅକାଶା ଏୟାର ଭଳି ଭାରତୀୟ ଏୟାର ଲାଇନ୍ସ ପାଇଁ ସୃଷ୍ଟି ହୋଇଛି ସମସ୍ୟା । ଗତବର୍ଷ ଏୟାର ଇଣ୍ଡିଆ କରିଥିବା ରାଜିନାମା ଅନୁସାରେ, ୧୮୧ଟି ବୋଇଂ ୭୩୭ ମ୍ୟାକ୍ସ ଅର୍ଡର ଦିଆ ଯାଇଛି । 

ଅକାଶା ଏୟାର ଲାଇନ୍ ଓ ସ୍ପାଇସଜେଟ୍ ଯଥାକ୍ରମେ ୨୦୪ ଓ ୧୪୨ଟି ବୋଇଂ ବିମାନ ଅର୍ଡର ଦେଇଛନ୍ତି । ଭାରତର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଦେଶରେ ଥିବା ସମସ୍ତ ବୋଇଂ ୭୩୭ ମ୍ୟାକ୍ସ ବିମାନର ନିରୀକ୍ଷଣ କରିବା ସହ ସୁରକ୍ଷା ଯାଞ୍ଚ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.