ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ନିମିଷା ପ୍ରିୟା କିଏ, କାହିଁକି ଏହି ଭାରତୀୟ ନର୍ସଙ୍କୁ ୟେମେନରେ ମିଳିଛି ମୃତ୍ୟୁଦଣ୍ଡ ? ଜାଣନ୍ତୁ ...

ନୂଆଦିଲ୍ଲୀ : କେରଳର ଜଣେ ନିମିଷା ପ୍ରିୟା ନାମକ ନର୍ସଙ୍କୁ ୟେମେନରେ ମିଳିଛି ମୃତ୍ୟୁଦଣ୍ଡ। ଏଥିରୁ ରକ୍ଷା ପାଇବା ପାଇଁ ନିମିଷା ସେଠାର ସୁପ୍ରିମକୋର୍ଟଙ୍କୁ ଗୁହାରୀ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି କି ନିମିଷାଙ୍କ ଏହି ଅନୁରୋଧ ମଧ୍ୟ ଅସ୍ୱୀକାର ହୋଇ ସାରିଛି। ନିମିଷା ପ୍ରିୟାଙ୍କ ଉପରେ ଜଣେ ୟେମେନୀୟ ନାଗରିକଙ୍କ ହତ୍ୟା ଅଭିଯୋଗ ଲାଗିଛି। ସରକାର ଆହୁରି କହିଛନ୍ତି , ୟେମେନର ସୁପ୍ରିମକୋର୍ଟରୁ ଆବଦେନ ଖାରଜ ହେବା ପରେ ଏବେ ନିମିଷାଙ୍କ ଶେଷ ଆଶା ସେଠାରେ ରାଷ୍ଟ୍ରପତିଙ୍କ ପାଖରେ ରହିଛି। ନିଜ ଝିଅକୁ ବଞ୍ଚାଇବା ପାଇଁ ନିମିଷାଙ୍କ ମାଆ କୋର୍ଟରେ ପିଟିସନ ଦାଖଲ କରିଛନ୍ତି, ଯାହାକୁ ନେଇ ଶୁଣାଣି ବେଳେ ଏହି କଥା ସାମନାକୁ ଆସିଛି। ନିମିଷାଙ୍କ ମାଆ କେନ୍ଦ୍ରକୁ ୟେମେନ ଯାତ୍ରା ନେଇ ଅନୁମତି ମଧ୍ୟ ମାଗିଛନ୍ତି , ଏଇଥିପାଇଁ କି ସେ ବ୍ଲଡ୍ ମନିର ପୂରଣ କରି ନିଜ ଝିଅର ଜୀବନ ବଞ୍ଚାଇ ପାରିବେ। 

ନିମିଷା ପ୍ରିୟା କିଏ –

ନିମିଷା ପ୍ରିୟା କେରଳର ଜଣେ ନର୍ସ , ଯିଏକି ୟେମେନକୁ ଯାଇ କ୍ଲିନିକ୍‌ ଖୋଲି ଥିଲେ। ସୂଚନା ଆଧାରରେ , ସେଠାରେ ତାଙ୍କର ବନ୍ଧୁତା ଆବଦୋ ମହଦୀ ନାମକ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା। ଯିଏକି ତାଙ୍କୁ ତାଙ୍କର କ୍ଲିନିକ ଖୋଲିବାରେ ସାହାଯ୍ୟ କରିବାକୁ କଥା ଦେଇଥିଲେ। ଏହା ବି ଦାବି କରାଯାଉଛି କି, ସେ ତାଙ୍କ କଥା ରଖି ନଥିଲେ , ଏହାସତ୍ତ୍ୱେ ନିମିଷା ନିଜର କ୍ଲିନିକ୍‌ ଖୋଲିବାରେ ସଫଳ ହୋଇଥିଲେ। କୁହାଯାଉଛି , ପରେ ମହଦୀ ନିମିଷାଙ୍କୁ ଅସୁବିଧାରେ ପକାଇବାକୁ ଆରମ୍ଭ କରି ଦେଇ ଥିଲେ ଏବଂ ନିଜର ଦ୍ୱିତୀୟ ପତ୍ନୀ ବୋଲି କହିବାକୁ ଲାଗିଲେ। ସେ ତାଙ୍କ ଠାରୁ ଟଙ୍କା ବି ମାଗିଲେ। ଏହି କଥାକୁ ନେଇ ନିମିଷା ପୁଲିସରେ ଅଭିଯୋଗ କରିଥିଲେ , ଏହାପରେ କିଛି ଦିନ ମହଦୀ ଜେଲରେ ରହିଥିଲେ। ଜେଲରୁ ଆସିବା ପରେ ସେ ନିମିଷାଙ୍କର ପାସପୋର୍ଟ ନିଜ କବଜାରେ ରଖି ନେଲେ। 

କୁହାଯାଉଛି ନିଜର ପାସପୋର୍ଟକୁ ମହଦୀଙ୍କ ଠାରୁ ଆଣିବାକୁ ନିମିଷା ତାଙ୍କୁ ନିଶ୍ଚେତକର ଇଞ୍ଜେକ୍ସନ ଦେଇଥିଲେ। କିନ୍ତୁ ନିଶ୍ଚେତକର ଇଞ୍ଜେକ୍ସନ ଓଭରଡୋଜ୍‌ ହୋଇଗଲା ଏବଂ ମହଦୀଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପ୍ରିୟା ଓ ତାଙ୍କ ସାଥି ହନାନ ଯିଏ କି ଜଣେ ୟେମେନୀୟ ନାଗରିକ , ସେମାନେ ମିଶି ମହଦୀଙ୍କ ଶରୀରକୁ ଛୋଟ ଛୋଟ ଖଣ୍ଡ କରି ପାଣି ଟ୍ୟାଙ୍କରେ ପକାଇ ଦେଇଥିଲେ।

୨୦୧୮ ମସିହାରେ ପ୍ରିୟାଙ୍କୁ ମୃତ୍ୟୁଦଣ୍ଡ ଶୁଣାଗଲା , ସେପଟେ ହନାନଙ୍କୁ ଆଜୀବନ ସଜା ହୋଇଥିଲା। ୮ ବର୍ଷର ଏକ ପୁଅର ମାଆ ପ୍ରିୟା, ୟେମେନର ସହର ସନାରେ ୨୦୧୧ମସିହାରୁ କାମ କରୁଛନ୍ତି। ଗୁରୁବାର କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି କି, ନିକଟରେ ଜାରି ନୋଟିଫିକେସନ ମୁତାବିକ ,ଭାରତୀୟଙ୍କର ୟେମେନ ଯାତ୍ରା ଉପରେ ଲାଗିଥିବା ପ୍ରତିବନ୍ଧକ ହଟି ପାରେ। ଏହା ପୂର୍ବରୁ ନିମିଷାଙ୍କ ମାଆ କୋର୍ଟଙ୍କୁ କହିଛନ୍ତି କି  ଝିଅକୁ ବଞ୍ଚାଇବା ପାଇଁ ଏକ ଉପାୟ ଭାବେ ମୃତକର ପରିବାର ସହ କଥାବାର୍ତ୍ତା କରାଯାଉ। ଏଥିପାଇଁ ସେ ୟେମେନ ଯିବାକୁ ଚାହୁଁଛନ୍ତି, କିନ୍ତୁ ଭାରତୀୟଙ୍କୁ ୟେମେନ ଯାତ୍ରାରେ ବ୍ୟାନ୍ ଯୋଗୁଁ ଏହା ହୋଇପାରୁ ନାହିଁ । 

ପ୍ରକୃତରେ ନିମିଷାଙ୍କ ମାଆ ସରକାରଙ୍କୁ ୟେମେନ ଯିବାକୁ ଅନୁମତି ମାଗିଛନ୍ତି , ସେଠାକୁ ଯାଇ ସେ ୟେମେନୀୟ ନାଗରିକଙ୍କ ପରିବାର ସହ କଥାବାର୍ତ୍ତା ହେବେ ଏବଂ ତାଙ୍କୁ ବ୍ଲଡ ମନି ଦେଇ ନିଜ ଝିଅର ଜୀବନ ବଞ୍ଚାଇ ପାରିବେ। 

ବ୍ଲଡ ମନି କଣ –

ବ୍ଲଡ୍‌ ମନି ଅର୍ଥ ମୃତକଙ୍କ ପରିବାରକୁ କିଛି ଟଙ୍କା ଦେଇ ଦୋଷୀ ବ୍ୟକ୍ତିଙ୍କ ଜୀବନ ରକ୍ଷା କରାଯାଇ ପାରିବ। ୟେମେନ ଓ ଅନ୍ୟ ଆରବ ଦେଶ ଗୁଡ଼ିକରେ ଏହି ବ୍ୟବସ୍ଥା ରହିଛି। ଏହି ମୁତାବିକ, ଯଦି ମୃତକ ବ୍ୟକ୍ତିର ପରିବାର ଚାହିଁବେ ତ ଦୋଷୀ ସହ ବୁଝାମଣା କରି କିଛି ଟଙ୍କା ନେଇ ତାଙ୍କୁ କ୍ଷମା ଦେଇ ପାରିବେ। 

Copyright © 2022 - Summa Real Media Private Limited. All Rights Reserved.