ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

ସୋସିଆଲ ମିଡ଼ିଆରେ କୂଳଦୀପଙ୍କ ଡେଲିଭରୀ ବୟ ଅନ୍ଦାଜ୍, କହିଲେ କ’ଣ ଅର୍ଡ଼ର କରିଥିଲେ ଭାଇ...

ନୂଆଦିଲ୍ଲୀ, ୧୪/୧୧ : ଦିନିକିଆ ବିଶ୍ବକପରେ ଭାରତୀୟ ସ୍ପିନର କୂଳଦୀପଙ୍କ ଜଲଓ୍ବା ଦେଖିବାକୁ ମିଳୁଛି । ସେ ତାଙ୍କର ବୋଲିଂରେ ବ୍ୟାଟରଙ୍କୁ ବହୁ ଅସୁବିଧାରେ ପକାଉଛନ୍ତି । ଭାରତୀୟ ସ୍ପିନର ଭଲ ପ୍ରଦର୍ଶନ ଡେଲିଭରି କରିଛନ୍ତି । କିନ୍ତୁ ଏହା ମଧ୍ୟରେ କ’ଣ କୂଳଦୀପ ଡେଲିଭରୀ ବୟ ହୋଇଯାଇଛନ୍ତି କି ? କୂଳଦୀପ ଯାଦବ ସୋସିଆଲ ମିଡ଼ିଆରେ ନିଜେ ପଚାରିଛନ୍ତି କ’ଣ ଅର୍ଡର କରିଛନ୍ତି । ଆସନ୍ତୁ ଜାଣିବା କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା ।  

ସୋସିଆଲ ମିଡ଼ିଆରେ ଜଣେ ୟୁଜର କୂଳଦୀପ ଯାଦବଙ୍କୁ ଟ୍ୟାଗ କରି ଏକ ସ୍କ୍ରିନଶଟ ସେୟାର କରିଛନ୍ତି । ଯେଉଁଥିରେ ଡେଲିଭରୀ ବୟର ନାଁ ‘କୂଳଦୀପ ଯାଦବ’ଦେଖାଯାଉଛି । ସ୍କ୍ରିନଶଟରେ ଲେଖା ଦେଖାଯାଉଛି କି, ‘କୂଳଦୀପ ଯାଦବ ନିଜର ଅର୍ଡର ଡେଲିଭରି କରିବା ଲାଗି ରାସ୍ତାରେ ଅଛନ୍ତି ‘ । ୟୁଜର ବି ଏହାର କ୍ୟାପ୍ସନ ଦେବାକୁ ଯାଇ, ‘ଭାଇ କୂଳଦୀପ ଯାଦବ ଆପଣ ଅଫ ପିଚ୍ ବି ଡେଲିଭରୀ କରୁଛନ୍ତି ‘ । ଏହାପରେ ଏକ ହସୁଥିବା ଇମୋଜି ପଠାଇବା ସହ ଏହି ପୋଷ୍ଟରେ କୂଳଦୀପ ଯାଦବଙ୍କୁ ଟ୍ୟାଗ ବି କରାଯାଇଛି ।

ଏହା ଉପରେ କୂଳଦୀପ ଯାଦବଙ୍କ ପକ୍ଷରୁ ରିପ୍ଲାଇ କରାଯାଇଛି । ଭାରତୀୟ ଚାଇନାମ୍ୟାନ ବୋଲର ହସିହସି ପଚାରୁଛନ୍ତି କି, ‘ କ’ଣ ଅର୍ଡର କରିଥିଲେ ଭାଇ ?‘ କୂଳଦୀପ ଯାଦବଙ୍କ ରିପ୍ଲାଇ ଉପରେ ଫ୍ୟାନ୍ସମାନେ ବହୁତ ବଢିଆ ରିଆକ୍ସନ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି କି, ‘ନ୍ୟୁଜିଲାଣ୍ଡ ବିପକ୍ଷ ୫ଓ୍ବିକେଟ ନେଇଛନ୍ତି ‘ ।ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି, ‘ସେ ବିଶ୍ବକପ ଟ୍ରଫି ଅର୍ଡର କରିଛନ୍ତି । ଆଶା ରହିଛି ଆପଣ ଡେଲିଭରୀ କରିବେ । ’ ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି କି, ‘ହାଟ୍ରିକ ଅର୍ଡ଼ର କରିଥିଲି ଭାଇ, କାଲି ଭିତରେ ଆସିଯିବ ନା ?’ 


Copyright © 2022 - Summa Real Media Private Limited. All Rights Reserved.