ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ନଭେମ୍ୱରରେ ୯ରୁ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ, ଯୋଗଦେବେ ୱାଲ୍ଡ ଫୁଡ୍‌ ପ୍ରୋଗ୍ରାମ୍‌ ସଦସ୍ୟ

ଭୁବନେଶ୍ୱର,୦୭/୦୯: ନଭେମ୍ୱରରେ ୯ରୁ  ରାଜଧାନୀରେ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ  ଅନୁଷ୍ଠିତ ହେବ । ୨ ଦିନ ଧରି ଜନତା ମଇଦାନରେ  ଏହି ସମ୍ମିଳନୀ ଚାଲିବ । ସମ୍ମିଳନୀରେ ଦେଶ ତଥା  ଦେଶ ବାହାରୁ ୱାଲ୍ଡ ଫୁଡ୍‌ ପ୍ରୋଗ୍ରାମ୍‌ର ସଦସ୍ୟ  ଥିବା ବିଭିନ୍ନ ଦେଶର ପ୍ରତିନିଧି ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି । ଏହି ସମ୍ମିଳନୀକୁ ସଫଳ  କରିବା ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର  ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପରିଚାଳନା  କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।  କୃଷି ବିଭାଗ, ମିଶନ ଶକ୍ତି ବିଭାଗ ଓ ଗୃହ  ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ  ରହି ଆଲୋଚନାରେ ଭାଗ ନେଇଥିଲେ । 

ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କହିଥିଲେ,  ଏହି ଆନ୍ତର୍ଜାତିକ ସମ୍ମିଳନୀ ମାଣ୍ଡିଆ ଜାତୀୟ  ଖାଦ୍ୟର ପୁନରୁଦ୍ଧାର ଓ ଚାଷକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ । ମାଣ୍ଡିଆ ବା ମିଲେଟ୍‌  ଜାତୀୟ ଖାଦ୍ୟଶସ୍ୟର ଘରୋଇ ବ୍ୟବହାର  ବୃଦ୍ଧି, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ମିଲେଟ୍‌ ଖାଦ୍ୟ ସଂସ୍କୃତିର ପୁନରୁଦ୍ଧାର, ଜମିର ବିହନ  ପ୍ରଣାଳୀ ମାଧ୍ୟମରେ ବାଜରା ଜମିର ସଂରକ୍ଷଣ  ଏବଂ ପ୍ରୋତ୍ସାହନ ଦେବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ  ସଦ୍ୟତମ ଗବେଷଣା, ଚାଷ ଅଭ୍ୟାସ, ମୂଲ୍ୟଯୁକ୍ତ  ଉତ୍ପାଦନ ପ୍ରତି ଧ୍ୟାନ ଦେବା ସହ ଆୟୋଜନ  ହେବାକୁ ଥିବା ସମ୍ମିଳନୀ ଯେପରି ସଫଳ ହେବ,  ସେଥିପ୍ରତି ଦୃଷ୍ଟି ଦେବାକୁ ଗୁରୁତ୍ୱ ଦେଇଥିଲେ ।

ଫିକି ସମେତ ବିଭିନ୍ନ ସହଯୋଗୀ  ଅନୁଷ୍ଠାନର ସହଯୋଗରେ ହେବାକୁ ଥିବା  ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଦୁଇ ଦିନ  ଧରି ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ ।  ଏହା ସହିତ ସରକାରଙ୍କ ସହ ବ୍ୟାବସାୟିକ  ଅନୁଷ୍ଠାନ ଓ ବ୍ୟାବସାୟିକ ଅନୁଷ୍ଠାନଗୁଡିକ  ମଧ୍ୟରେ ଓଡ଼ିଶା ମିଲେଟ୍‌ ମିଶନ ଓ ମିଲେଟ୍‌  ଶକ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ  ସୁବିଧା ପ୍ରଦାନ ସମ୍ପର୍କରେ ଆଲୋଚନା ହେବ ।  ସମ୍ମିଳନୀରେ ଓସେପା, ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କୁ ସାମିଲ  ପାଇଁ ମିଲେଟ୍‌ କୁଇଜ୍‌ ପ୍ରତିଯୋଗିତା, ପ୍ରବନ୍ଧ  ପ୍ରତିଯୋଗିତା, ଏକ୍ସପୋଜର୍‌ ଭିଜିଟ୍‌, ଫୁଡ୍‌  ଫେଷ୍ଟିଭାଲ୍‌, ଗ୍ରାମୀଣ ଇତିହାସ କାର୍ଯ୍ୟକ୍ରମ ପାଇଁ  ବିସ୍ତୃତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିବା  ନେଇ ବୈଠକରେ ସୂଚନା ଦିଆଯାଇଛି । 

ବୈଠକରେ ଉନ୍ନୟନ କମିଶନର ତଥା  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  କୃଷି ବିଭାଗ ପ୍ରମୁଖ ସଚିବ ଡ. ଅରବିନ୍ଦ  କୁମାର ପାଢ଼ୀ, ମିଶନ ଶକ୍ତି ବିଭାଗ କମିଶନର  ତଥା ସଚିବ ସୁଜାତା କାର୍ତ୍ତିକେୟନ୍‌, କୃଷି  ବିଭାଗ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ,  ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଡ.  ସନ୍ତୋଷ ବାଲା ପ୍ରମୁଖ ମତ ଦେଇଥିଲେ । 

ଡ. ପାଢ଼ୀ କହିଥିଲେ, ଓଡ଼ିଶା ମିଲେଟ୍‌  ମିଶନରେ ପୂର୍ବରୁ ସାମିଲ ଥିବା ୧୯ଟି ଜିଲ୍ଲାର  ୧୪୩ଟି ବ୍ଲକକୁ ପରିବର୍ଦ୍ଧିତ କରାଯାଇ ଏବେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ଅନ୍ତର୍ଭୁକ୍ତ  କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଓଡ଼ିଶା କ୍ୟାବିନେଟ୍‌ ବୈଠକରେ ୨୦୨୩-୨୪ରୁ  ୨୦୨୬-୨୭ ପର୍ଯ୍ୟନ୍ତ ଓଡିଶା ମିଲେଟ୍‌ ମିଶନକୁ  ଅନୁମୋଦନ ମିଳିଛି । ୨୦୨୩-୨୪ ଆର୍ଥିକ  ବର୍ଷ ପାଇଁ ୧.୫ ଲକ୍ଷ ହେକ୍ଟର ଜମି ଚାଷ ପାଇଁ  ଲକ୍ଷ୍ୟ ରଖାଯାଇଛି । ଯେଉଁଥିରେ ୨.୨ ଲକ୍ଷରୁ  ଅଧିକ କୃଷକ ସାମିଲ ହେବେ । ୨୦୨୨-୨୩  ଆର୍ଥିକ ବର୍ଷରେ ୬.୦୪ ଲକ୍ଷ କୁଇଣ୍ଟାଲ "ରାଗି'  କ୍ରୟ କରାଯାଇଥିଲା । 

୨୦୨୩-୨୪ ଆର୍ଥିକ  ବର୍ଷ ପାଇଁ ୮ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ କ୍ରୟ  ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ୨୦୨୨-୨୩ ଆର୍ଥିକ  ବର୍ଷରେ ଟିଡିସିସିଓଏଲ୍‌ ଜରିଆରେ ୮୪ଟି  କୃଷକ ଉତ୍ପାଦକ ସଙ୍ଗଠନଙ୍କୁ ବ୍ଲକସ୍ତରୀୟ  ମାଣ୍ଡିଆ କ୍ରୟ ଏଜେନ୍ସି ଭାବେ ତାଲିକାଭୁକ୍ତ  କରାଯାଇଛି । ସେହିପରି କୃଷି ବିଭାଗ ପ୍ରମୁଖ  ସଚିବ ମିଲେଟ ମିଶନର ଜାତୀୟ ଓ ଅନ୍ତର୍ଜୀତୀୟ  ସ୍ୱୀକୃତି ସମ୍ପର୍କରେ ଉପସ୍ଥାପନ କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.