ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚର୍ଚ୍ଚାରେ ଝାଡ଼ଖଣ୍ଡ ରାଜନୀତି ସମୀକରଣ, ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ମୁଖ୍ୟମନ୍ତ୍ରୀ ହେବା ସହଜ ନୁହେଁ !

Image Courtesy: tv9hindi

ରାଞ୍ଚି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଜମି ଦୁର୍ନୀତି ମାମଲାରେ ସୋରେନଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଯଦି ହେମନ୍ତ ସୋରେନଙ୍କୁ ଇଡି ଗିରଫ କରେ ତେବେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀ କଳ୍ପନା ସୋରେନ କିମ୍ବା ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ହୋଇପାରନ୍ତି । କିନ୍ତୁ କଳ୍ପନା ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ହେଲେ ହେମନ୍ତ ସୋରେନଙ୍କୁ ବଡ଼ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । କାରଣ କଳ୍ପନା ବିଧାୟକ ହୋଇନଥିବା ବେଳେ ତାଙ୍କୁ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡ଼ିବ ।

 ସେପଟେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ୧୧ ମାସ ବାକି ଅଛି । ରାଜ୍ୟର ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ, କୌଣସି ନିର୍ବାଚନର ଏକ ବର୍ଷ ପୂର୍ବରୁ ଉପନିର୍ବାଚନ ହୋଇପାରିବ ନାହିଁ । ଏଭଳି ସ୍ଥିତିରେ ଯଦି କଳ୍ପନା ସୋରେନଙ୍କ ନାଁ ରାଜଭବନ ଯାଏ ତେବେ ନିର୍ବାଚନ ନେଇ ରାଜ୍ୟପାଳ ନିର୍ବାଚନ ଆୟୋଗଙ୍କ ପରାମର୍ଶ ଲୋଡ଼ିପାରନ୍ତି । ସବୁଠୁ ବଡ଼ କଥା ହେଉଛି, ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ରହିଛି । ତେଣୁ କଳ୍ପନାଙ୍କ ବ୍ୟତୀତ ଅନ୍ୟ ଆଶାୟୀଙ୍କ ନାମ ସାମିଲ କରାଯାଇଥିବା କୁହାଯାଉଛି । 

 କେତେକ ମିଡିଆ ରିପୋର୍ଟ ଅନୁସାରେ, ଆଜି ହେମନ୍ତ ସୋରେନ ପୁଣି ଥରେ ବିଧାୟକଙ୍କ ସହ ବୈଠକ କରିଛନ୍ତି । ଏପରିକି ରାଜନୈତିକ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ଉପରେ ବିଚାର ହୋଇଥିବା ଜଣାପଡ଼ିଛି । ହେମନ୍ତ ସୋରେନଙ୍କୁ ଇଡି ୧୦ ଥର ସମନ କରିସାରିଛି । ସୋମବାର ଦିନ ଇଡି ଅଧିକାରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଥିବା ବେଳେ ତାଙ୍କର କୌଣସି ପତ୍ତା ମିଳିନଥିଲା । କିଛି ଘଣ୍ଟା ପରେ ମେଲ୍‌ ମାଧ୍ୟମରେ ଜାନୁଆରୀ ୩୧ରେ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଜଣାଇଥିଲେ ହେମନ୍ତ ସୋରେନ୍‌ । ତେବେ ଆଜି ହେମନ୍ତ ସୋରେନଙ୍କୁ ପଚରା ଉଚରା ପରେ ଇଡି ଗିରଫ କରିପାରେ ବୋଲି ଚର୍ଚ୍ଚା ଲାଗି ରହିଛି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.