ନୂଆଦିଲ୍ଲୀ, ୧୦/୦୯: ଚୀନ୍କୁ ଲାଗିପାରେ ଶକ୍ତ ଝଟ୍କା । ଚୀନର ସବୁଠୁ ବଡ଼ ପରିଯୋଜନା ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରୁ ଓହରିବ ଇଟାଲୀ । ଏନେଇ ଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମଳନୀରେ ସଂକେତ ଦେଇଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ । ଚୀନ୍ ପ୍ରତିପକ୍ଷ ଲି କିଆଙ୍ଗଙ୍କୁ ଏ ସମ୍ପର୍କରେ ମଲୋନୀ କହିଥିବା ଚର୍ଚ୍ଚା ହେଉଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନୀ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଶନିବାର ଦିନ ଭେଟିଥିଲେ ।
ଜି 20 ସମ୍ମିଳନୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ତ୍ରୁଟି
ଏହି ସମୟରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିବା ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବିଆରଆଇରୁ ଓହରିବା ଲାଗି ଇଟାଲୀ ଖୋଲାଖୋଲି କହୁଥିବା କୁହାଯାଉଛି । ଏହା ପୂର୍ବରୁ ଚୀନ୍ର ବିଆରଆଇ ପରିଯୋଜନା ରୋମ୍ର କୌଣସି କାମରେ ଆସୁନଥିବା ନେଇ ଇଟାଲୀ ଅଭିଯୋଗ କରିଥିଲା । ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ସମୟରେ ମେଲୋନୀ କହିଥିଲେ ଯେ, ସି ଜିନପିଙ୍ଗଙ୍କ ଡ୍ରିମ୍ ପ୍ରୋଜେକ୍ଟ ବିଆରଇରୁ ଇଟାଲୀ ଓହରିଯିବାକୁ ଯୋଜନା କରୁଛି । ହେଲେ ବେଜିଂ ସହ ରୋମର ପୂର୍ବଭଳି ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ଜାରି ରହିବ ।
ଆଶନୁରୂପ ଫଳ ମିଳୁନଥିବାରୁ ବିଆରଆଇରୁ ଦୂରେଇବାକୁ ପଡ଼ିବ ବୋଲି ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ମେଲୋନୀ କହିଥିଲେ ଯେ, ଡିସେମ୍ବର ସୁଦ୍ଧା ବିଆରଆଇକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ । ୪ ବର୍ଷ ପୂର୍ବେ ତତ୍କାଳୀନ ଇଟାଲୀ ସରକାର ବିଆରଆଇରେ ସାମିଲ ହେବାକୁ ଘୋଷଣା କରିଥିଲେ । ପଶ୍ଚିମୀ ରାଷ୍ଟ୍ରଙ୍କ ମଧ୍ୟରେ ପ୍ରଥମେ ଇଟାଲୀ ଏଭଳି ନିଷ୍ପତ୍ତି ନେଇଥିଲା ।
You can also read: କରୋନା ଔଷଧରେ ବଦଳି ଯାଉଛି ଆଖିର ରଙ୍ଗ ! ନୂଆ ଭାରିଆଣ୍ଟକୁ ନେଇ ସତର୍କ କରାଇଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ…