ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଓଡ଼ିଆ ଚଳଚ୍ଚିତ୍ର ‘ପାୱାର’ରେ ଜୟପୁରର ଶିଶୁ କଳାକାର ବୈଷ୍ଣବୀ, ଅଭିନେତା ବାବୁସାନ୍‌ ସହ କରିବେ ଅଭିନୟ

ଜୟପୁର,୨୬/୦୨: ସ୍ଥାନୀୟ ଶିଶୁ କଳାକାର ତଥା ନୃତ୍ୟଶିଳ୍ପୀ  ବୈଷ୍ଣବୀ ବେହେରାଙ୍କୁ ଓଡ଼ିଆ ଚଳଚ୍ଚିତ୍ରରେ ମିଳିଛି ସୁଯୋଗ ।  ଚଳଚ୍ଚିତ୍ର ‘ପାୱାର’ରେ ସେ ଅଭିନୟ  କରିବାକୁ ସୁଯୋଗ ପାଇଛନ୍ତି । ଏହି ସିନେମାରେ ଅଭିନେତା ବାବୁସାନ  ଓ ଅଭିନେତ୍ରୀ ଭାବେ ଏଲିନା  ଅଛନ୍ତି। ଫୁଲବାଣୀରେ ଏହାର  ସୁଟିଂ ହେଉଛି । ସିନେମା ସୁଟିଂ  ଚାଲିଥିବାରୁ ଏ ସମ୍ପର୍କରେ ଅଧିକ  ତଥ୍ୟ ଦିଆଯାଉ ନାହିଁ । 

କୋରାପୁଟ  ଭଳି ଉପାନ୍ତ ଜିଲ୍ଲାରୁ ଅଭିନୟ  କରିବାକୁ ବୈଷ୍ଣବୀଙ୍କୁ ସୁଯୋଗ  ମିଳିବା ଗୌରବର କଥା ବୋଲି  ସ୍ଥାନୀୟ କଳାକାରମାନେ କହିଛନ୍ତି । ପୂର୍ବରୁ ସେ ୪ଟି କ୍ଷୁଦ୍ର ଚଳଚ୍ଚିତ୍ର ଓ  ଆଲବମ୍‌ରେ ଅଭିନୟ କରିସାରିଛନ୍ତି ।  ଏଥିସହ ରାଜ୍ୟ ଓ ରାଜ୍ୟ ବାହାରେ  ଆୟୋଜନ ହେଉଥିବା ବିଭିନ୍ନ  ରିୟଲିଟି ସୋ’ରେ ନୃତ୍ୟ କରି  ସେ ପୁରସ୍କୃତ ହୋଇଛନ୍ତି । ଗତ  ଫେବ୍ରୁଆରୀରେ କୋଲକାତାର ଏହ  ରିୟାଲିଟି ସୋ’ରେ ରନର୍ସଅପ ହୋଇ  ୧ ଲକ୍ଷ ଟଙ୍କା ପୁରସ୍କାର ପାଇଥିଲେ ।  ୧୦୦ରୁ ଅଧିକ ରିଲ୍‌ କରି ସେ  ନିଜର ପ୍ରତିଭା ଦେଖାଇଛନ୍ତି । ଆଗାମୀଦିନରେ ବାଉଁଶରାଣୀ, ରାଉଡ଼ି  ଓ ଏମ୍‌ଭି-୭୯ ଚଳଚ୍ଚିତ୍ରରେ ଅଭିନୟ  କରିବା ପାଇଁ ପ୍ରତିଶ୍ରୁତି ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.