ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା , ୧୩ ଡିସେମ୍ୱର ୨୦୨୧ରେ ହୋଇଥିଲା ଆବେଦନ
  • ||
  • ସ୍ବିଡେନ୍‌: ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର
  • ||
  • ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଦିଲ୍ଲୀରୁ ଉତ୍ତରାଖଣ୍ଡ, କେନ୍ଦ୍ରସ୍ଥଳ ନେପାଳ
  • ||
  • ବାଙ୍କୀ : ମହାନଦୀ ବ୍ରିଜ୍‌ରେ ଝୁଲୁଛି ବସ୍, ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର
  • ||
  • ଭୁବନେଶ୍ଵର : ଲୋକସେବା ଭବନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • କରଞ୍ଜିଆ : ଭୁଜାଲି ମାଡ଼ରେ ମହିଳା ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ଶ୍ରୀନଗର : ରାଜୌରୀ କାଲାକୋଟ ଆରାରେ ଗୁଳିବିନିମୟ, ୯ ପାରା କମାଣ୍ଡୋ ୟୁନିଟର ୩ ଯବାନ ଆହତ
  • ||
  • ସୁନ୍ଦରଗଡ଼ : ମାଟି କାନ୍ଥ ଭୁଶୁଡ଼ି ଜଣେ ମୃତ
  • ||
  • ବାଲିଗୁଡ଼ା : ବିସ୍କୁଟ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

 ଯାଜପୁର, ୧୩।୯  ଯଯାତି କେଶରୀଙ୍କ ନାମରେ ନାମିତ ହେବ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲ। ଏହି  ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି।   ମେଡିକାଲ କଲେଜକୁ ଯଯାତି କେଶରୀଙ୍କ ନାମରେ ନାମିତ କରିବାକୁ ଯାଜପୁର ଅଞ୍ଚଳବାସୀ ୫-ଟି ସଚିବଙ୍କୁ ଗସ୍ତ ସମୟରେ ଅନୁରୋଧ କରିଥିଲେ।

ପ୍ରାଚୀନ ଓଡ଼ିଶାର ପ୍ରସିଦ୍ଧ ସୋମବଂଶୀ ଶାସକ ଯଯାତି କେଶରୀ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ଲିଙ୍ଗରାଜ ମନ୍ଦିର ସହିତ ବହୁ ଗୁରୁତ୍ବପୂର୍ଣ୍ଣ ମନ୍ଦିର ସେ ନିର୍ମାଣ କରିଛନ୍ତି। ଅଭିନବ ଯାଜନଗର ତଥା ଆଧୁନିକ ଯାଜପୁର ସେତେବେଳେ ସୋମବଂଶର ରାଜଧାନୀ ଥିଲା।

୨୦୨୪ ଶିକ୍ଷାବର୍ଷରୁ ମେଡିକାଲ କଲେଜ କାର୍ଯ୍ୟକ୍ରମ ହେବାକ ଯାଉଛି। ୫୨୬ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ୪୬ ଏକର ଯାଗାରେ  ଯାଜପୁରରେ ମେଡିକାଲ କଲେଜ ଖୋଲିବାକୁ ଯାଉଛି। ଆସନ୍ତା ଶିକ୍ଷା ବର୍ଷରୁ ୧୦୦ଟି ଏମବିବିଏସ ସିଟରେ ନାମ ଲେଖା ହେବ।  ଯାଜପୁରରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ସରକାର ମେଡିକାଲ କଲେଜ ଓ ହସ୍ପିଟାଲ ସଂଖ୍ୟାରେ ୧୨ରେ ପହଞ୍ଚିବ। ପ୍ରତିବର୍ଷ ୧୬୫୦ ଏମବିବିଏସ ଛାତ୍ର ବାହାରିବେ।

ଅକ୍ଟୋବର ୧୫ ସୁଦ୍ଧା ଏକାଡେିମିକ ବ୍ଲକର କାମ ଏବଂ ନଭେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ମେଡିକାଲ କଲେଜର ନିର୍ମାଣ କାମ ସାରିବାକୁ ୫-ଟି ସଚିବ ନିର୍ଦେଶ ଦେଇଥଲେ।

ଆହୁରି ପଢନ୍ତୁ : ଭୁଶୁଡିଲା ସ୍କୁଲ୍ , ଅଳ୍ପକେ ବର୍ତ୍ତିଲେ ୫୦ ଛାତ୍ରଛାତ୍ରୀ

Copyright © 2022 - Summa Real Media Private Limited. All Rights Reserved.