ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ଚୀନ୍‌କୁ ଚେକ୍‌ ଦେବାକୁ ପ୍ରୟାସ, ପ୍ରଥମ ଥର ପାଇଁ ଫିଲିପାଇନ୍ସ ସହ ମିଳିତ ଯୁଦ୍ଧାଭ୍ୟାସ କରୁଛି ଜାପାନ

Image Courtesy: ndtv

ଟୋକିଓ: ପ୍ରଥମ ଥର ପାଇଁ ଫିଲିପାଇନ୍ସ ସହ ମିଳିତ ଭାବେ ଯୁଦ୍ଧାଭ୍ୟାସ କରିଛି ଜାପାନ ନୌସେନା । ଜାପାନ ନେତୃତ୍ବାଧୀନ ଆନୁଲେକ୍ସ ଯୁଦ୍ଧାଭ୍ୟାସ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଥିବା ବେଳେ ଏଥିରେ ଆମେରିକା, କାନାଡା ଏବଂ ଅଷ୍ଟ୍ରଲିଆ ନୌସେନା ସାମିଲ ହୋଇଛି । ଏହି ଯୁଦ୍ଧାଭ୍ୟାସରେ ଫିଲିପାଇନ୍ସ ମଧ୍ୟ ସାମିଲ ହୋଇଥିବା ନେଇ ଜାପାନ ନୌସେନାର ଭାଇସ ଆଡମିରାଲ୍‌ ଅକିରା ସାଇଟୋ ସୂଚନା ଦେଇଛନ୍ତି ।

ଫିଲିପାଇନ୍ସ ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦେଶ । ଫିଲିପାଇନ୍ସର ନୌସେନାକୁ ଆମେ ପ୍ରତି ମୁହୂର୍ତ୍ତରେ ସହଯୋଗ କରିବୁ ବୋଲି ସେ କହିଛନ୍ତି । ତେବେ ଏହି ଯୁଦ୍ଧାଭ୍ୟାସ ପ୍ରଶାନ୍ତ ମହାସାଗରର କୌଣସି ଏକ ଅଜ୍ଞାନ୍ତ ସ୍ଥାନରେ ଜାରି ରହିଛି । ଚୀନ୍‌କୁ ମାତ ଦେବା ପାଇଁ ଜାପାନ ଏବଂ ଆମେରିକା, ଫିଲିପାଇନ୍ସ ସହ ନିକଟତର ହୋଇଛନ୍ତି । ହେଲେ ଏହି ଯୁଦ୍ଧାଭ୍ୟାସ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶକୁ ଟାର୍ଗେଟ କରିବା ପାଇଁ ନୁହେଁ ବୋଲି ଅକିରା ସାଇଟୋ କହିଛନ୍ତି ।

ଅନ୍ୟପଟେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବୃଦ୍ଧି ଲାଗି ଫିଲିପାଇନ୍ସକୁ ଜାପାନ ରାଡାର ସିଷ୍ଟମ ଦେବ । ଏହା ସହ ଦୁଇ ଦେଶ ମଧ୍ୟରେ ପାରଷ୍ପରିକ ସୈନ୍ୟ ବୁଝାମଣା ଦିଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି । ଯେତିକି ଯେତିକି ଆମେ ନିକଟତର ହେବୁ ସେତିକି ଆମର ପ୍ରତିରକ୍ଷା କ୍ଷେତ୍ର ସୁଦୃଢ଼ ହେବ । ଚଳିତ ଯୁଦ୍ଧାଭ୍ୟାସ ଲାଗି ଫିଲିପାଇନ୍ସକୁ ନିମନ୍ତ୍ରଣ କରାଯାଇଥିବାରୁ ଜାପାନ ବେଶ ଖୁସି ଅଛି ବୋଲି ସାଇଟୋ କହିଛନ୍ତି ।  ଏହି ଅପରେସନ୍‌ ୧୦ ଦିନ ବ୍ୟାପି ହେବାକୁ ଥିବା ବେଳେ ୩୦ ଜାହାଜ ଏବଂ ୪୦ଟି ଏୟାରକ୍ରାଫ୍ଟ ସାମିଲ ହେବ । 

ନିକଟରେ ଚୀନ୍‌ ଏବଂ ଫିଲିପାଇନ୍ସ ମଧ୍ୟରେ ବିବାଦ ଦେଖାଦେଇଥିଲା । ସେହିଭଳି ଜାପାନ ଜାହାଜ ସହ ମୁହାଁମୁହିଁ ହୋଇଥିଲା ଚୀନ୍‌ ଜାହାଜ । ସେପଟେ ଫିଲିପାଇନ୍ସ କୋଷ୍ଟ ଗାର୍ଡ ଅନୁସାରେ, ସମୁଦ୍ରରେ ଅଧିକରୁ ଅଧିକ ଜାହାଜ ମୁତୟନ କରାଯିବ । କାରଣ ଚୀନ୍‌ର ଅଧିକରୁ ଅଧିକ ଜାହାଜ ଫିଲିପାଇନ୍ସ ସୀମାରେ ପଇଁତରା ମାରିପାରନ୍ତି ବୋଲି ବିଶ୍ବାସ କରୁଛି ଦେଶର କୋଷ୍ଟ ଗାର୍ଡ ।                              

  • japan
  • Copyright © 2022 - Summa Real Media Private Limited. All Rights Reserved.