ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ଗଣେଶ ପୂଜା ପାଇଁ ଝଲସୁଛି ଜଟଣୀ: କେଉଁଠି ଦଶାବତାର, ଚନ୍ଦ୍ରଯାନ-୩ର ଦୃଶ୍ୟ

ଜଟଣୀ, ୧୯।୯ : ଜଟଣୀ ଗଣେଶପୂଜା ପାଇଁ କମିଶନରେଟ୍‌ ପୁଲିସ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚତୁର୍ଥୀରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜଟଣୀର ଏହି ପ୍ରସିଦ୍ଧ ଉତ୍ସବ ପାଇଁ ୭ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ । ଏହାର ସୁପରିଚାଳନା ପାଇଁ କମିଶନରେଟ୍‌ ପୁଲିସର ଅନେକ ଅଧିକାରୀ ମଧ୍ୟ ନିୟୋଜିତ ରହିବେ । ଆଇନ୍‌ ଶୃଙ୍ଖଳା ରକ୍ଷା ଠାରୁ ଭିଡ଼ ପରିଚାଳନା ପାଇଁ ବିଭିନ୍ନ ପେଣ୍ଡାଲ, ଛକ, ପ୍ରବେଶ ପ୍ରସ୍ଥାନ ସ୍ଥାନମାନଙ୍କରେ ପୁଲିସ ଉପସ୍ଥିତ ରହି ସତର୍କ ଦୃଷ୍ଟି ରଖିବ । ଅଧିକ ଭିଡ଼ ହେବା ଦୃଷ୍ଟିରେ ରଖି ସହର ମଧ୍ୟକୁ ସଦ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । 

ଏଥିପାଇଁ ତଳଖେତା ଛକ ରାସ୍ତାର ହନୁମାନ ବାଟିକା, ମୁଖ୍ୟରାସ୍ତାର ଖୁଦୁପୁର ଛକ, ବାଛରା, କୁଦିଆରୀ ମହତାବ ନଗର ଛକରେ ଗତିପଥ ପରିବର୍ତନ କରାଯାଇ ଭାରିଯାନଗୁଡିକୁ ଛଡ଼ାଯିବ । ଏସବୁ ସ୍ଥାନରେ ପୁଲିସ କଡ଼ା ନଜର ରଖିବ । ଯାନ ସଦ୍ଧ୍ୟା ପରେ ଯେପରି ପ୍ରବେଶ କରିବ ନାହିଁ ସେଥିପାଇଁ ସର୍ଦ୍ଦାର ପଟେଲ ମାର୍ଗର ବିଭିନ୍ନ ସ୍ଥାନ, ରେତଙ୍ଗ କଲୋନୀ ଆଦି ଚିହ୍ନଟ ହୋଇଥିବା କେତେକ ସ୍ଥାନରେ ପୁଲିସ ମୁତୟନ ରହିବେ । ଖୋର୍ଦ୍ଧା ଆଡ଼ୁ ରେଳଷ୍ଟେସନ ଆଡ଼କୁ ଯିବା ପାଇଁ ଆସୁଥିବା ଯାନବାହନକୁ ସ୍ଥାନୀୟ ଗାନ୍ଧିପାର୍କ ରାସ୍ତାଦେଇ ଛଡ଼ାଯିବା ନିଷ୍ପତି ହୋଇଛି । ବିଭିନ୍ନ ଛକ, ପେଣ୍ଡାଲ ତଥା ଚିହ୍ନଟ ହୋଇଥିବା ଗହଳି ସ୍ଥାନମାନଙ୍କରେ ପୁଲିସ ରହି ଏହାକୁ ନିୟନ୍ତ୍ରଣ କରିବ । ସବୁ ବିଭାଗର କର୍ମଚାରୀ ଉପସ୍ଥିତ ରହି ଥାନା ପରିସରରେ ଏକ କଂଟ୍ରୋଲ ରୁମ୍‌ କାର୍ଯ୍ୟ କରି ଲୋକଙ୍କୁ ସହାୟତା କରିବ । ଚୋର ଲୁଟେରାଙ୍କ ପ୍ରତି ନଜର ରଖିବାକୁ ବିଭିନ୍ନ ସ୍ଥାନରେ ସାଦା ପୋଷାକରେ ପୁଲିସ ମୁତୟନ ରହିବେ ବୋଲି ଇନ୍‌ସପେକ୍ଟର ସୌମ୍ୟକାନ୍ତ ବଳିଆରସିଂହ କହିଛନ୍ତି । 

ପୂଜା ୧୧ ଦିନ ପର୍ଯ୍ୟନ୍ତ ପୌର ପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତା ସମେତ ପୂଜା ପେଣ୍ଡାଲ ନିକଟରେ ସକାଳ, ସଂଧ୍ୟା ଓ ରାତି ୩ ଓଳି ସଫେଇ କରାଯିବ । ମୁଖ୍ୟରାସ୍ତାରୁ ଆରମ୍ଭକରି ୱାର୍ଡମାନଙ୍କ ମଧ୍ୟରେ ଅନ୍ଧାର ଯେପରି ନରହିବ ସେଥିପାଇଁ ଷ୍ଟ୍ରିଟଲାଇଟ୍‌ ଉପରେ ଗୁର୍‌ତ୍ୱ ଦିଆଯାଇଥିବା ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି । ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ରହିଥିବା ଆମ୍‌ବୁଲାନ୍‌ସଟିକୁ ଏ ପୂଜା ସମୟରେ ବ୍ୟବହାର କରାଯିବ । 

khurdha
jatani
ganesh puja

Copyright © 2022 - Summa Real Media Private Limited. All Rights Reserved.