ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଝାଡ଼ଖଣ୍ଡ କଂଗ୍ରେସକୁ ଝଟ୍‌କା: ହାତ ଛାଡ଼ି ପଦ୍ମ ଧରିଲେ ଗୀତା କୋଡା

ରାଞ୍ଚି,୨୭/୦୨: ଝାଡ଼ଖଣ୍ଡରେ କଂଗ୍ରେସକୁ ସୋମବାର ଜୋରଦାର ଝଟ୍‌କା ଲାଗିଛି । ରାଜ୍ୟରେ  କଂଗ୍ରେସର ଏକମାତ୍ର ଲୋକସଭା ସାଂସଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କର ପତ୍ନୀ  ଗୀତା କୋଡ଼ା ରବିବାର କଂଗ୍ରେସ ଛାଡି ବିଜେପିରେ  ସାମିଲ ହୋଇଛନ୍ତି । 

ରାଜ୍ୟରେ କଂଗ୍ରେସ  ପକ୍ଷରୁ କରାଯାଇଥିବା ମେଣ୍ଟ ଯୋଗୁ  ବିଗତ କିଛି ଦିନ ହେଲା ସେ ଅସନ୍ତୁଷ୍ଟ  ଥିଲେ ବୋଲି କୁହାଯାଉଛି । ରାଞ୍ଚିରେ ବିଜେପିର ଦଳୀୟ ଅଫିସ୍‌ରେ ପ୍ରଦେଶ ଅଧ୍ୟକ୍ଷ ବାବୁଲାଲ ମାରାଣ୍ଡି ତାଙ୍କୁ  ଦଳକୁ ସ୍ୱାଗତ କରିଛନ୍ତି । ବିଜେପିରେ ଯୋଗ ଦେବା ପରେ ଗୀତା କହିଛନ୍ତି, କଂଗ୍ରେସ ନିକଟରେ କୌଣସି ନୀତି, ଚିନ୍ତାଧାରା ନାହିଁ । ଦଳ ଦେଶକୁ ଖାତକୁ ନେଇଯିବାର କାମ କରିଛି । ତୁଷ୍ଟୀକରଣ ରାଜନୀତି କରିଆସୁଛି । କଂଗ୍ରେସ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା କଥା କହିଥାଏ କିନ୍ତୁ  ନିଜ ପରିବାରକୁ ସାଙ୍ଗରେ ନେଇ ଚାଲୁଛି । ରାଜନୀତିର ଉଦ୍ଦେଶ୍ୟ ଜନତାଙ୍କ ସେବା କରିବା ।  ଯେଉଁଠାରେ ଜନତାଙ୍କ ହିତକୁ ଅଣଦେଖା  କରାଯାଉଛି ସେଠାରେ ରହିବା ଉଚିତ୍‌ ନୁହେଁ ।  ଏବେ ମୁଁ ବିଜେପି ସହ ଜନତାଙ୍କ ସେବା କରିବି ।  ମୋଦିଜୀଙ୍କ ସ୍ୱପ୍ନର ଭାରତରେ ମୋର ଯାହା  ଭୂମିକା ରହିବ ତାକୁ ନିର୍ବାହ କରିବି ।  

ସେହିପରି ଗୀତା କୋଡ଼ା ବିଜେପିରେ  ମିଶିବା ପରେ ଦଳକୁ ନୂଆ ଶକ୍ତି  ମିଳିବ ବୋଲି ବାବୁଲାଲ ମାରାଣ୍ଡି  କହିଛନ୍ତି । ଝାଡ଼ଖଣ୍ଡର ୧୪ଟି ଯାକ  ଲୋକସଭା ଆସନ ବିଜେପି  ଖାତାକୁ ଆସିବ ବୋଲି  ସେ ଦୃଢ଼ୋକ୍ତି କରିଛନ୍ତି ।  ୨୦୦୯ରେ ଦୁର୍ନୀତି ମାମଲାରେ ସ୍ୱାମୀ ମଧୁ କୋଡ଼ା  ଜେଲ୍‌ ଯିବା ପରେ ଗୀତା ରାଜନୀତିରେ ପ୍ରବେଶ  କରିଥିଲେ । ୨୦୦୯-୨୦୧୯ ମଧ୍ୟରେ ଦୁଇ ଥର  ବିଧାୟକ ହୋଇଥିଲେ । ୨୦୧୯ରେ ସେ ପ୍ରଥମ  ଥର ଲାଗି ସିଂହଭୂମ ଲୋକସଭା ଆସନରୁ ସାଂସଦ  ଭାବେ ନିର୍ବାଚିତ ହୋଇଥିଲେ ।

  • prameyanews
  • PrameyaOdia
  • prameya
  • General Election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.