ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲାଇଭ୍‌ ଟିଭିରେ ଜୋରରେ କାନ୍ଦିଲେ ସାମ୍ୱାଦିକ , ଆଙ୍କର ମଧ୍ୟ ଭାବୁକ ହୋଇଗଲେ

ଗାଜା ସିଟି : ହମାସର ଆକ୍ରମଣ ପରେ ଇସ୍ରାଏଲର ଜୋରଦାର ପାଲଟା ଆକ୍ରମଣ କରିଥିଲା। ଏଥିରେ ଗାଜାର ହଜାର ହଜାର ନୀରିହ ଲୋକଙ୍କ ଜୀବନ ଚାଲି ଯାଇଛି। ଗାଜାରେ ରିପୋର୍ଟିଂ କରିବାକୁ ଯାଇଥିବା ସାମ୍ୱାଦିକଙ୍କ ଜୀବନ ମଧ୍ୟ ବିପଦରେ ରହିଛି। ସୂଚନା ଆଧାରରେ, ଗାଜାରେ ଅତି କମ୍‌ରେ ୩୦ ଜଣ ସାମ୍ୱାଦିକଙ୍କ ମୃତ୍ୟୁ ହୋଇଛି। ସୋସିଆଲ ମିଡ଼ିଆରେ ଗାଜାର ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ସେଠାର ସ୍ଥିତି ବିଷୟରେ ବଖାଣିବା ବେଳେ ରିପୋର୍ଟର କାନ୍ଦୁଛନ୍ତି। ଏହାପରେ ଆଙ୍କରଙ୍କ ଆଖିରୁ ମଧ୍ୟ ଲୁହ ଆସି ଯାଇଛି।

ଇସ୍ରାଏଲରେ ମିଲିଟାରୀ ବେସ୍ ତିଆରି କରୁଛି ଆମେରିକା , ହମାସ ସହ ଇରାନର ବଢ଼ିଲା ଟେନସନ

ସୂଚନା ମୁତାବିକ , ଫିଲିସ୍ତିନୀୟ ଟିଭି ରିପୋର୍ଟର ସଲମାନ ଅଲ ବଶୀର ରିପୋର୍ଟିଂ ବେଳେ ଭାବ ପ୍ରବଣ ହୋଇ ଯାଇଛନ୍ତି ଏବଂ ସେ ନିଜର ପ୍ରେସ୍‌ ଲେଖା ଥିବା ଜ୍ୟାକେଟ୍‌ ଓ ହେଲମେଟ ଦେହରୁ କାଢି ଫିଙ୍ଗି ଦେଇଛନ୍ତି। କିଛି ସମୟ ପୂର୍ବରୁ ହିଁ ତାଙ୍କ ସାଥି ମହମ୍ମଦ ଅବୁ ହତାବଙ୍କର ଇସ୍ରାଏଲୀୟ ହମଲାରେ ମୃତ୍ୟୁ ହୋଇ ଯାଇଛି। 

ରିପୋର୍ଟିଂ ବେଳେ ସାମ୍ୱାଦିକ କହିଛନ୍ତି , ଏବେ ଆମେ ଆଉ ସହି ପାରିବୁ ନାହିଁ। ଆମେ ସମସ୍ୟାରେ ପଡ଼ି ଗଲୁଣି। ଆମର ମଧ୍ୟ ଜୀବନ ଯିବା ଉପରେ। ଏଠାରେ କୌଣସି ସୁରକ୍ଷା ନାହିଁ। ଏହି ପିପିଇ କିଟ୍‌ରେ ଆମେ ବଞ୍ଚି ପାରିବୁ ନାହିଁ। ଆମେ ଜଣକ ପରେ ଜଣେ ସମସ୍ତେ ମରିଯିବୁ। ମହମ୍ମଦ ଅବୁ ହତାବ ଏଠାରେ ଅଧ ଘଣ୍ଟା ପୂର୍ବରୁ ଆମ ସାଥିରେ ଥିଲେ। ତାଙ୍କ ଠାରୁ ବି ନିଜର ପିପିଇ କିଟ୍‌ ଓହ୍ଲାଇ ଦେଇ ଥିଲି। ରିପୋର୍ଟରଙ୍କୁ କାନ୍ଦିବାର ଦେଖି ନ୍ୟୁଜ୍‌ ଆଙ୍କର ମଧ୍ୟ ଖୁବ୍‌ କାନ୍ଦି ଥିଲେ। 


ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୨୪ ଅକ୍ଟୋବରରେ ଅଲ ଜଜିରାର ସାମ୍ୱାଦିକ ଅଲ ଦହଦୌହଙ୍କର ପୂରା ପରିବାର ମିସାଇଲ ଆକ୍ରମଣରେ ମରି ଯାଇଥିଲେ। ଯେବେ ଗାଜାର ଉତ୍ତରୀ ଭାଗକୁ ଖାଲି କରିବା ପାଇଁ କୁହାଗଲା ତ, ସେ ପରିବାର ସହ ନୁସିରତ ଶିବିରକୁ ଚାଲି ଯାଇଥିଲେ। କିନ୍ତୁ ଏଠାରେ ମଧ୍ୟ ହମଲା ହୋଇଛି ଏବଂ ଧ୍ୱଂସାବଶେଷରେ ଚାପି ହୋଇ ପୂରା ପରିବାରର ମୃତ୍ୟୁ ହୋଇ ଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.