ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବୃହସ୍ପତି ଚନ୍ଦ୍ରର ନିକଟତମ ଫଟୋ ନେଲା ଜୁନୋ, ପୋଷ୍ଟ ସେୟାର କରି ଜଣାଇଲା ନାସା

ନୂଆଦିଲ୍ଲୀ ୦୭/୦୨:  ଆମେରିକୀୟ ମହାକାଶ ଏଜେନ୍ସି ନାସା ନିଜର ସଦ୍ୟତମ ସୋସିଆଲ ମିଡିଆ ପୋଷ୍ଟ୍‌ରେ ବୃହସ୍ପତିର ଚନ୍ଦ୍ର ‘ଆଇଓ’ର ନିକଟତମ ଚିତ୍ର ଶେୟାର କରିଛି । ଜୁନୋ ମହାକାଶ ଯାନ ଏହାକୁ ନିଜ କ୍ୟାମେରାରେ କଏଦ କରିଛି । ଫଟୋ ସହିତ ନାସା ଉଲ୍ଲେଖ କରିଛି ‘ଗତ ଶନିବାର ଜୁନୋ ‘ଆଇଓ’ର ନିକଟତମ ଫଟୋ ଉଠାଇଛି । ଏହି ସମୟରେ ତାହା ‘ଆଇଓ’ର ୧୫୦୦ କିଲୋମିଟର ଦୂରତାରେ ଥିଲା ।’ ଜୁନୋ ଦ୍ୱାରା ଏଇଟି ‘ଆଇଓ’ର ଅନ୍ତିମ ନିକଟତମ ଫଟୋ ଥିଲା । ଏହା ପୂର୍ବରୁ ଗତ ଡିସେମ୍ବରରେ ସମାନ ଦୂରତାରୁ ଜୁନୋ ‘ଆଇଓ’ର ଫଟୋ ଉଠାଇଥିଲା । 

ଫଟୋରେ ବୃହସ୍ପତିର ଅନ୍ୟତମ ସର୍ବବୃହତ ଚନ୍ଦ୍ର ‘ଆଇଓ’ ମହାକାଶର ଅନ୍ଧକାର ମଧ୍ୟରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଡାହାଣ ପାଶ୍ୱର୍ରୁ ସୂର୍ଯ୍ୟାଲୋକ ଦ୍ୱାରା ଏହା ଅଧା ଆଲୋକିତ ହୋଇଛି । ରାତ୍ରି ହୋଇଥିବା ବାମ ପାଶ୍ୱର୍ ବୃହସ୍ପତିର ଆଲୋକର ପ୍ରତିବିମ୍ବ ଦ୍ୱାରା ଧୀମା ଆଲୋକିତ ହେଉଛି । ନାରଙ୍ଗୀ, ଧୂସର ଓ ହଳଦିଆ ରଙ୍ଗର ମିଶ୍ରଣ ‘ଆଇଓ’ର ପୃଷ୍ଠରେ ବୃତ୍ତାକାର ଆଗ୍ନେୟଗିରି ଗର୍ତ୍ତ, ଅସାଧାରଣ ଆକୃତିର ଲାଭା ପ୍ରବାହ, ତୀକ୍ଷ୍ଣ ପର୍ବତଗୁଡ଼ିକର ଛାଇ ରହିଥିବା ନାସା ବର୍ଣ୍ଣନା କରିଛି । 




ଗ୍ୟାସୀୟ ଗ୍ରହ ବୃହସ୍ପତି ଓ ଏହାର ଅନ୍ୟ ବିଶାଳ ଚନ୍ଦ୍ରମାନଙ୍କର ମାଧ୍ୟାକର୍ଷଣ ବଳ ଯୋଗୁ ‘ଆଇଓ’ରେ ଭୀଷଣ ଉତ୍ତାପ ଓ ଘର୍ଷଣ ଜନିତ ଉତ୍ତାପ ସୃଷ୍ଟି ହୁଏ । ଏହା ଯୋଗୁ ତୀବ୍ର ଆଗ୍ନେୟଗିରି କାର୍ଯ୍ୟକଳାପ ସମେତ ଏହାର ପଥୁରିଆ ପୃଷ୍ଠ ତଳେ ମାଗ୍‌ମା ପ୍ରବାହିତ ହୁଏ ବୋଲି ନାସା କହିଛି । ବୃହସ୍ପତିର ଶକ୍ତିଶାଳୀ ମାଧ୍ୟାକର୍ଷଣ ଓ ଦୁଇ ପଡ଼ୋଶୀ ଚନ୍ଦ୍ରଙ୍କଠାରୁ ଧୀମା ମାଧ୍ୟାକର୍ଷଣ ମଧ୍ୟରେ ‘ଆଇଓ’ ଫସିଛି । ଏହା ଭିତରେ ଆଲୋଡ଼ନ ସୃଷ୍ଟି ହେବା ଫଳରେ ଅଗ୍ନି ଉଦ୍‌ଗିରଣ ସହିତ ଲାଭା ପ୍ରବାହରେ ପୃଷ୍ଠ ଆବୃତ୍ତ ହୋଇଛି । ‘ଆଇଓ’ ନିକଟରୁ ଜୁନୋର ଉଡ଼ାଣ ତା’ର ଆଗ୍ନେୟଗିରି ତନ୍ତ୍ର ବିଷୟରେ ଜାଣିବାରେ ସହାୟକ ହେବ । ଏହାର ପଥୁରିଆ, ପାହାଡ଼ିଆ ପୃଷ୍ଠ ତଳେ ମାଗ୍‌ମା ସମୁଦ୍ରର ଅସ୍ତିତ୍ୱକୁ ଯାଞ୍ଚ୍‌ କରିବା ନାସାର ଲକ୍ଷ୍ୟ । ୨୦୧୧ ମସିହା, ଅଗଷ୍ଟ ମାସରେ ନାସାର ଜୁନୋ ମହାକାଶଯାନ ଲଞ୍ଚ୍‌ ହୋଇଥିଲା । ୨୦୧୬ ମସିହାରେ ଏହା ବୃହସ୍ପତି ଓ ଏହାର ଚନ୍ଦ୍ର ପ୍ରଣାଳୀରେ ପହଞ୍ଚିଥିଲା । ଗତ ଡିସେମ୍ବର ୩୦ ତାରିଖରେ ଏହା ଜୋଭିଆନ୍‌ ଚନ୍ଦ୍ରର ନିକଟତର ହୋଇଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.