ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁପତ୍ର ତୋଳାଳିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ବୋନସ୍ ୨୫ରୁ ୫୦%କୁ ବୃଦ୍ଧି

ଭୁବନେଶ୍ୱର, ୧୧।୨: ଚାରମାଲରେ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ଅନୁଷ୍ଠିତ ମହାସମାବେଶ । ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ବୋନସ୍ ୨୫ ପ୍ରତିଶତରୁ ୫୦ ପ୍ରତିଶତ ବୃଦ୍ଧି ହୋଇଛି । ୯୮ କୋଟି ମଞ୍ଜୁର କରିଛନ୍ତି । ସିଜିନାଲ କର୍ମଚାରୀ ତଥା ଠିକା ଶ୍ରମିକଙ୍କ ଇନସେନଟିଭ୍ ୫ ପ୍ରତିଶତ ୧୦ ବୃଦ୍ଧି ହୋଇଛି । ଏଥିରେ ୧୧ କୋଟି ମଞ୍ଜୁର ହୋଇଛି । ହେଡଚେକରଙ୍କର ଦରମା ୨୨ ହଜାର ବୃଦ୍ଧି ପାଇ ୨୬ ହଜାର ବୃଦ୍ଧି ପାଇଛି । ୨୦ ପତ୍ରର ବିଡ଼ା ୧ଟଙ୍କା ୪୦ ପଇସା ଥିବାବେଳେ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି ହୋଇଛି । ୪୦ ପତ୍ରର ବିଡ଼ାକୁ ୨ଟଙ୍କା ୮୦ ପଇସାରୁ ବୃଦ୍ଧି ପାଇ ୩ଟଙ୍କା ୨୦ ପଇସା ହୋଇଛି । 

କେନ୍ଦୁପତ୍ର ତୋଳାଳୀ ତଥା କର୍ମଚାରୀ ପରିବାରର ୨ଟି ଝିଅର ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । କେନ୍ଦୁପତ୍ର କର୍ମଚାରୀର ପରିବାରର ଛାତ୍ର ପିଜି ଯାଏଁ ଛାତ୍ରବୃତ୍ତି ପାଇଁ ଆବେଦନ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି । ସିଜିନାଲ କର୍ମଚାରୀପାଇଁ ଆଉ ଗୋଟିଏ ମାସ କାମ ବୃଦ୍ଧି ହୋଇଛି । ୧୦ ଦିନ ମଧ୍ୟରେ ବୋନସ ଟଙ୍କା ମିଳିବାକୁ ଥିବାବେଳେ ଏପ୍ରିଲ ବା ନୂଆଁ ଫସଲ ବର୍ଷକୁ ଏହି ଦର ଲାଗୁ ହେବ । ୨୫ % ବୋନସକୁ ୫୦% କରିଛନ୍ତି l ଇନସେଣ୍ଟିଭ ଦୁଇ ଗୁଣ କରି ୧୦% କରିଛନ୍ତି l କେନ୍ଦୁପତ୍ର ବନ୍ଧାଳିମାନଙ୍କ ଆକାଉଣ୍ଟକୁ ଆସିବ ୪୧ ହଜାର ଟଙ୍କା l ହେଡଚେକରମାନଙ୍କ ଦରମା ୨୨,୬୩୧ ଟଙ୍କା ଥିଲା ଏବେ ତାହା ୨୬କୁ ବୃଦ୍ଧି କରିଛନ୍ତି l 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.