ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେନ୍ଦୁଝର ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ଟିମ୍ ଘୋଷିତ

କେନ୍ଦୁଝର ସଦର ୨୬/୦୧ ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅନୁମୋଦନ ଏବଂ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳଙ୍କ ସ୍ଵୀକୃତି କ୍ରମେ ଆଜି ଭାରତୀୟ ଜନତା ପାର୍ଟି, କେନ୍ଦୁଝର ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ ରାଉତଙ୍କ ଦ୍ଵାରା ଜିଲ୍ଲା ମୋର୍ଚ୍ଚା ଟିମ୍ ଘୋଷଣା କରାଯାଇଛି । ଏହି ଟିମ୍ ରେ ସଭାପତି ଲକ୍ଷ୍ମଣ ରାଉତଙ୍କ ଦ୍ଵାରା ସଦର ନିର୍ବାଚନ ମଣ୍ଡଳୀର ଧନୁର୍ଜୟ ମହାନ୍ତ ଏବଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀର କାହ୍ନୁ ଚରଣ ମହାନ୍ତଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି । ଏଥି ସହିତ ଘଷିପୂରା ନିର୍ବାଚନ ମଣ୍ଡଳୀର ସଞ୍ଜୟ ସାହୁ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜୟ କୁମାର ଜେନା, ପାଟଣା ନିର୍ବାଚନ ମଣ୍ଡଳୀର ତ୍ରିବେଣୀ ମହାନ୍ତ ଏବଂ ତେଲକୋଇ ନିର୍ବାଚନ ମଣ୍ଡଳୀର ହରିହର ପ୍ରଧାନଙ୍କୁ ଜିଲ୍ଲା ଉପ ସଭାପତି ଭାବରେ ଦାୟିତ୍ୱ ମିଳିଛି । ଘଷିପୁରା ନିର୍ବାଚନ ମଣ୍ଡଳୀର ଲକ୍ଷ୍ମୀଧର ରାଉତ, ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଧର୍ମେନ୍ଦ୍ର ମହାନ୍ତ ଏବଂ ସନ୍ତୋଷ ସାହୁ, ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜୟ କୁମାର ମହାନ୍ତ ତଥା ସଦର ନିର୍ବାଚନ ମଣ୍ଡଳୀର ତରଣିସେନ ମହାନ୍ତଙ୍କୁ ଜିଲ୍ଲା ସମ୍ପାଦକ ଭାବରେ କାର୍ଯ୍ୟଭାର ମିଳିଛି । ଜିଲ୍ଲା କୋଷାଧ୍ୟକ୍ଷ ଭାବେ ସଦର ନିର୍ବାଚନ ମଣ୍ଡଳୀର ପଙ୍କଜ କୁମାର ମହାକୁଡ଼ଙ୍କୁ ଦାୟିତ୍ବ ମିଳିଛି । ଏଥି ସହିତ ଜିଲ୍ଲା ଓବିସି ମୋର୍ଚ୍ଚା ଟିମ୍ ରେ ୧୭ ଜଣ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ଜିଲ୍ଲାର ୪୨ଟି ଜୋନ ର ୪୨ ଜଣ ନୂତନ ସଭାପତି ଙ୍କ ନାମ ବିଦ୍ଧିବଧ ଭାବେ ଘୋଷଣା ହୋଇଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.