ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେସିଙ୍ଗା ଏନଏସି ନିର୍ବାହୀ ଅଧିକାରୀଙ୍କ ବଦଳି ଦାବିରେ ଗଣଧାରଣା

କେସିଙ୍ଗା, ୨୯/୧ : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଟ୍ରାଫିକ୍ ଓ ପରିମଳ ସମସ୍ୟା ସାଙ୍ଗକୁ ଅନେକ ବହୁବିଧ ସମସ୍ୟା ଲାଗି ରହିଛି। ସମସ୍ୟାର ସମାଧାନ ପରିବର୍ତ୍ତେ ଦିନକୁ ଦିନ ବୃଦ୍ଧି ପାଉଛି। ସହରବାସୀ ଏନେଇ ଅନେକ ଥର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ଫଳ ମିଳୁନି। ଏପରିକି କାଯ୍ୟରତ ନିର୍ବାହୀ ଅଧିକାରୀ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଆସୁଥିବା ବେଳେ କାଉନସିଲରମାନଙ୍କ ବିଭିନ୍ନ ଦାବିକୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହେଉଛି। 

ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ମନମୁଖୀ ଶାସନକୁ ନେଇ ସହରର ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଆସୁଥିବା ବେଳେ ତାଙ୍କୁ ବଦଳି କରିବା ପାଇଁ ଦାବି ହୋଇଆସୁଛି। ଏପରିକି କାଉନସିଲରମାନଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ କରାଯାଇ ବଦଳି କରିବା ପାଇଁ ଦାବି ହୋଇଛି। ତଥାପି ଏନ୍ଏସି ନିର୍ବାହୀ ଅଧିକାରୀଙ୍କ ବଦଳି ନହେବା ବିଷୟକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶେଷରେ କେସିଙ୍ଗା ବିକାଶ ମଞ୍ଚର ଆହ୍ଵାନକ୍ରମେ ଏନ୍ଏସି ନିର୍ବାହୀ ଅଧିକାରୀ ସୁଶ୍ରୀ କିରଣ ବେହେରାଙ୍କ ବଦଳି କରିବା ଦାବିରେ ଏନ୍ଏସି କାର୍ଯ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ଆଜି ଗଣଧାରଣା ଦିଆଯାଇଛି। ଆଜିର ଗଣଧାରଣାରେ କେସିଙ୍ଗାର ସାମ୍ବାଦିକ ସମୂହ, ବୁଦ୍ଧିଜୀବୀ, ସଚେତନ ନାଗରିକ ସମେତ ପୂର୍ବତନ ନଗରପାଳ ରାମ କୁମାର ଜୈନ, ସରିତା ସିନ୍ଦୁର, ସୂର୍ଯ୍ୟକାନ୍ତ ଦାଶ, ବିଜେଡ଼ି ନଗର ସଭାପତି ରମେଶ ପଟ୍ଟନାୟକ, ବିଜେଡ଼ି କାଉନସିଲର ରମାକାନ୍ତ ଜେନା, ବିଜେପି କାଉନସିଲର ଧରଣୀଧର ନାଏକ, କଂଗ୍ରେସ କାଉନସିଲର ରୋହିତ ଜୈନ୍, କଂଗ୍ରେସ ନଗର ସଭାପତି ସୁବାଷ ଜୈନ୍, ବିଜେପି ନଗର ସଭାପତି ମଗନ ସିନ୍ଦୂର, ପୂର୍ବତନ କାଉନସିଲର ବିଜୟ ଦୀପ, ସୁରେଶ୍ ମହାନନ୍ଦ ପ୍ରମୁଖ ସାମିଲ୍ ହୋଇଥିବା ଦେଖିବାକୁ ମିଳିଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.