କଟକ,୦୧/୦୯: ଅର୍ଚ୍ଚନା ନାଗର ମୁଖ୍ୟ ସହଯୋଗୀ ଖଗେଶ୍ୱର ପାତ୍ରକୁ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଛନ୍ତି । ଇଡି ପକ୍ଷରୁ ରୁଜୁ ମାମଲାରେ ଗିରଫ ଖଗେଶ୍ୱରର ଜାମିନ୍ ମାମଲାର ଶୁଣାଣି କରି ହାଇକୋର୍ଟ ଗତ ୩ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ। ବିଚାରପତି ଜଷ୍ଟିସ୍ ଗୌରୀଶଙ୍କର ଶତପଥୀ ଖଗେଶ୍ୱରକୁ ଜାମିନ୍ ପ୍ରଦାନ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଅର୍ଚ୍ଚନା ବିଭିନ୍ନ ଲୋକଙ୍କୁ ବ୍ଲାକମେଲିଂ କରି ଅର୍ଥ ଆଦାୟ କରୁଥିଲା । ଅର୍ଚ୍ଚନା ଯେଉଁ ଅର୍ଥ ଆଦାୟ କରୁଥିଲା ତାହାକୁ ଖଗେଶ୍ୱର ଜରିଆରେ ବ୍ୟବସାୟରେ ଖଟାଉଥିଲା । ଘଟଣାରେ ଇଡି ଖଗେଶ୍ୱରକୁ ୨୦୨୨ ନଭେମ୍ବରରେ ଗିରଫ କରିଥିଲା । ଇଡି ପକ୍ଷରୁ ମାମଲାକୁ ଗୋପାଳ ଅଗ୍ରୱାଲ ପରିଚାଳନା କରୁଥିଲେ ।