ନୂଆଦିଲ୍ଲୀ, ୧୧/୧୧: ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁ ଯାଦବଙ୍କ ପ୍ରତି ଅଡ଼ୁଆ ବଢ଼ିବାରେ ଲାଗିଛି । ଲାଲୁ ଯାଦବଙ୍କ ସହଯୋଗୀ ଅମିତ୍ କତ୍ୟାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ଅମିତ ଜଣେ ବ୍ୟବସାୟୀ ସହ ଇନଫୋସିଷ୍ଟମର ପ୍ରମୋଟର ଅଟନ୍ତି । ଆଉ ତାଙ୍କ କମ୍ପାନୀ ଏହି ଜମି ବଦଳରେ ଚାକିରି ଦୁର୍ନୀତି ମନି ଲଣ୍ଡିରିଂରେ ସମ୍ପୃକ୍ତ ।
ଅମିତ୍ ଓ ଏକ ଇନଫୋସିଷ୍ଟମ୍ ଜମି ଦୁର୍ନୀତି ମାମଲାରେ ଇଡି ଓ ସିବିଆଇ ସ୍କାନରରେ ଅଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଆରଜେଡି ସୁପ୍ରିମୋଙ୍କ ସହଯୋଗୀ ହେବା ସହିତ ଏହାର ଲାଭାର୍ଥୀ ହେଉଛନ୍ତି ଇନପୋସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡର ପୂର୍ବତନ ନିର୍ଦ୍ଦେଶକ । ଏହି କମ୍ପାନୀ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀ ଠିକଣାରେ ପଞ୍ଜିକୃତ ହୋଇଛି ।
ବିଶ୍ୱ ତୁଳନାରେ ଭାରତରେ ୩ ଗୁଣ ବଢ଼ିଛି ତାପମାତ୍ରା, ରେକର୍ଡ ଭାଙ୍ଗିଲା ତାତି
କମ୍ପାନୀ ଯେଉଁ ଠିକଣାରେ କାର୍ଯ୍ୟ କରୁଛି, ଉକ୍ତ କୋଠାକୁ ଲାଲୁଙ୍କ ପରିବାର କରୁଥିଲେ । ଇଡି ପକ୍ଷରୁ ମାର୍ଚ୍ଚ ମାସରେ କୁହା ଯାଇଥିଲା, ସମ୍ପତ୍ତିକୁ କମ୍ପାନୀ କାର୍ଯ୍ୟାଳୟ ଘୋଷଣା କରିଥିଲା । କିନ୍ତୁ ଏହାର ବ୍ୟବହାର ବିଶେଷ କରି ତେଜସ୍ୱୀ ଯାଦବ କରୁଥିଲେ ।
ଜମି ଦୁର୍ନୀତି ମାମଲାରେ ପୂର୍ବତନ ରେଳମନ୍ତ୍ରୀ ନୀତିଶ କୁମାର, ପତ୍ନୀ ରାବଡ଼ି ଦେବୀ, ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ବିରୋଧରେ ସିବିଆଇ ମାମଲା କରିଛି । ଇଡିର ଅଭିଯୋଗ ଅନୁସାରେ, ପ୍ରାୟ ୬୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି ।
ରକ୍ଷକ ସାଜିଲା ଭକ୍ଷକ: ଏସ୍ଆଇଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଥାନା ଘେରାଉ କଲେ ସ୍ଥାନୀୟଲୋକ
ଏହି ଦୁର୍ନୀତି ହେଉଛି ୧୪ ବର୍ଷ ତଳର । ସେତେବେଳେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ । ଅଭିଯୋଗ ହେଉଛି, ରେଲୱେରେ ଚାକିରି ଦେବା ଲାଗି ଲାଲୁ ଜମିକୁ ଅକ୍ତିଆର୍ କରୁଥିଲେ । ୨୦୦୪ରୁ ୨୦୦୯ ଯାଏ ରେଳ ମନ୍ତ୍ରୀ ରହିଥିଲେ ଲାଲୁ ଯାଦବ । ସିବିଆଇ ଅନୁସାରେ, ଗ୍ରୁପ୍ ଡି ପଦରେ ନିଯୁକ୍ତି ପାଇଥିବା ବ୍ୟକ୍ତି ଜମି ଦେବା ପରେ ନିୟମିତ ହୋଇଥିଲେ ।