ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ବୋରୀଗୁଡା ଠାରେ ଜଗନ୍ନାଥ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବୋରୀଗୁଡା ଗ୍ରାମ ଠାରେ ନବରଙ୍ଗପୁର ସାଂସଦ ଏବଂ ଝରୀଗାଁ ବିଧାୟକଙ୍କ କରକମଳରେ ଜଗନ୍ନାଥ ମନ୍ଦିରର  ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ଝରୀଗାଁ ବିଧାୟକ ପ୍ରକାଶ ମାଝୀ, ଉଠା ଜଳସେଚନ ଉପଦେଷ୍ଟା  ପ୍ରମୋଦ ପାଢ଼ୀ, ବ୍ଲକ ଅଧ୍ୟକ୍ଷା ସୁମିତ୍ରା ପୁଜାରୀ, ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ମୋହରା ସରପଞ୍ଚ ଜଳନ୍ଧର ମାଝୀ, ପ୍ରମୁଖ ଯୋଗଦେଇ ଜଗନ୍ନାଥ ମନ୍ଦିରର ଶିଳାନ୍ୟାସର ଶୁଭ ଦେଇଥିଲେ । ଆମ ଓଡିଶା ନବୀନ ଓଡିଶା ତରଫରୁ ୧୦ ଲକ୍ଷ ଟଙ୍କା ଅନୁଦାନ କରାଯାଇଥିଲା । ପ୍ରଥମ ଦିନରେ ହିଁ ଶୁଭକାର୍ଯ୍ୟ ତଥା ନବୀନ ଓଡିଶା ତରଫରୁ ପାଣ୍ଠି ପ୍ରଦାନ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ, ବିଧାୟକ ଏବଂ ଉଠା ଜଳସେଚନ ଉପଦେଷ୍ଟା ଶ୍ରୀ ପାଢ଼ୀ ଅଶେଷ ଅଶେଷ ଧନ୍ୟବାଦ ପ୍ରଦାନ କରିବା ସହ ମନ୍ଦିର କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ । ଏହାଛଡା ମନ୍ଦିର ସମ୍ପୂର୍ଣ ନିମନ୍ତେ ଯଦି ଆହୁରି ଅର୍ଥରାଶି ଦରକାର ପଡେ ତାହେଲେ ନବରଙ୍ଗପୁର ସାଂସଦ ଏବଂ ଝରୀଗାଁ ବିଧାୟକ ନିଜ ପାଣ୍ଠି ପ୍ରଦାନ କରି ଶେଷ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ । ସମସ୍ତ ଗ୍ରାମବାସୀ ତରଫରୁ ସାଂସଦ ଏବଂ ବିଧାୟକଙ୍କୁ କୃତଜ୍ଞତା ଜଣାଇବା ସହ ଅଶେଷ ଅଶେଷ ଧନ୍ୟବାଦ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଡୁଲୋଚନ ସାହୁ,  ଦୁତିବାହନ ଖମାରି, ରମେଶ ଚୌହାନ, ଝୁମୁକ ସାହୁ, ପ୍ରଶାନ୍ତ ପରି, ବଳରାମ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ବରୀଗୁଡା ଗ୍ରାମର ସଂଜୀବ ଯୋଶୀ, ଜିତୁ ଯୋଶୀ, ମୁନା ପାଣ୍ଡୀ, ମୁକେଶ ସାହୁ, ଭକ୍ତ ସାହୁ, କିଶୋର ସାହୁ, ମିଳନ ସାହୁ, ବାଲାଜୀ ପାଣ୍ଡୀ, ପ୍ରଭୁଲାଲ ସାହୁ, ଚନ୍ଦ୍ର ସିଂ,ରବୀନ୍ଦ୍ର, ରାମେଶ୍ୱର, ତୁଲାରାମ ସାହୁ, ରାମଲାଲଙ୍କ ସମେତ ମହିଳା ମାନେ ମଧ୍ୟ ଉପସ୍ଥିତ ଥିଲେ ।    

Copyright © 2022 - Summa Real Media Private Limited. All Rights Reserved.