ଭୁବନେଶ୍ବର,୨୯।୧ : ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀକୁ ଆଜୀବନ କାରାଦଣ୍ଡ । ସ୍ବାମୀ ରାଜେନ୍ଦ୍ର ମୁଖିକୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି ଏଡିଜେ ୨ କୋର୍ଟ ଜଜ ବନ୍ଦନା କର ।
୨୦୨୦ ମସିହାରେ ସହିଦନଗର ଥାନା ଅଞ୍ଚଳରେ ରାଜେନ୍ଦ୍ର ନିଜ ସ୍ତ୍ରୀକୁ ଗଳା କାଟି ହତ୍ୟା କରିଥିଲା । ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ରଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି।