ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

ସୋଆରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପର୍ବ: ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ ସ୍ୱପ୍ନ ବଖାଣିଲେ ପାଣ୍ଡିଆନ୍‌, କହିଲେ ଛୋଟ ପରିବର୍ତ୍ତନ ନୁହେଁ, ସମ୍ପୂର୍ଣ୍ଣ ରୂପାନ୍ତରଣ

ଭୁବନେଶ୍ୱର,୦୬/୦୨: ୨୦୧୯ ନିର୍ବାଚନ ଜିତି ଦାୟିତ୍ୱ ନେବା ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଟ୍ରାନ୍ସଫର୍ମେସନ୍‌ (ରୂପାନ୍ତରଣ) ଆରମ୍ଭ ପାଇଁ କହିଥିଲେ । ସେ କହିଥିଲେ ଲୋକେ ମୋତେ ଏତେ ଭରସା କରୁଛନ୍ତି । ସେମାନଙ୍କ ପାଇଁ ବଡ଼ ବଡ଼ କାମ କରିବାକୁ ହେବ । ଆଉ ଛୋଟିଆ କାମ ନୁହେଁ, ସମ୍ପୂର୍ଣ୍ଣ ରୂପାନ୍ତରଣ କରିବା । କୌଣସି ଜିନିଷକୁ ଡରିବାନି । କାହା କଥା ଶୁଣିବାନି, କେବଳ ଲୋକଙ୍କ କଥା ଶୁଣିବା । ସବୁ ହାଇସ୍କୁଲରୁ ବ୍ଲାକ୍‌ବୋର୍ଡ ହଟାଇ ସ୍ମାର୍ଟବୋର୍ଡ ଲଗାଇବା । ଲୋକଙ୍କୁ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟସେବା ଦେବା । ସ୍କୁଲ, କଲେଜର ଚେହେରା ବଦଳାଇବା । ରୂପାନ୍ତରଣ ଭାବନା ମୁଖ୍ୟମନ୍ତ୍ରୀଙ୍କ ମନକୁ କେମିତି ଆସିଲା ପ୍ରଶ୍ନର ଉତ୍ତରରେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହା କହିଛନ୍ତି ।

ସୋମବାର ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିମର୍ଶ କାର୍ଯ୍ୟକ୍ରମରେ ଶ୍ରୀ ପାଣ୍ଡିଆନ୍‌ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ସହ ଭାବବିନିମୟ ସମୟରେ ସେ ରୂପାନ୍ତରଣ ଆରମ୍ଭ ସମୟର ଅନୁଭୂତି ବଖାଣିଥିଲେ । ପ୍ରତି ପଞ୍ଚାୟତରେ ବ୍ୟାଙ୍କ ପ୍ରତିଷ୍ଠା ଲକ୍ଷ୍ୟ ହାସଲ ପାଇଁ ଆହୁରି ୩୦ ବର୍ଷ ଲାଗି ଯାଇଥାଆନ୍ତା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ରୂପାନ୍ତରଣ ଭିଜନ ଯୋଗୁ ସବୁ ପଞ୍ଚାୟତରେ ବ୍ୟାଙ୍କ  ଖୋଲିବା ପାଇଁ ଘୋଷଣା ହେଲା । କମ୍‌ ଦିନ ଭିତରେ  ୫୦ ପ୍ରତିଶତ ଜାଗାରେ ଖୋଲି ସାରିଲାଣି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ପୁଞ୍ଜିନିବେଶ କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଅବସରରେ ସୋଆରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୫-ଟି ଅଧ୍ୟକ୍ଷ ବିଶିଷ୍ଟ ଔପନ୍ୟାସିକ ତଥା ସ୍ତମ୍ଭକାର ବିଭୂତି ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ୧ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଉପଢୌକନ ଓ ମାନପତ୍ର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀ ପାଣ୍ଡିଆନ୍‌ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଇ କହିଥିଲେ, କୌଣସି କାମକୁ ନିଷ୍ଠାର ସହ କଲେ ଓ ଏଥିରେ ସୃଜନଶୀଳତା ମିଶାଇଲେ ଅବିଶ୍ୱସନୀୟ ସଫଳତା ମିଳିବ । ଆପଲ୍‌ର ସିଇଓ ଷ୍ଟିଭ୍‌ ଜବସ୍‌ ଓ ଏଲନ ମସ୍କଙ୍କ ନିଷ୍ଠା ଓ ସୃଜନଶୀଳତାର ଉଦାହରଣ ଦେଇ ସେ କହିଥିଲେ, ଅନେକ କମ୍ପାନୀ କମ୍ପ୍ୟୁଟର ତିଆରି କରୁଥିଲେ, କିନ୍ତୁ ଆପଲ୍‌ ଲୋକଙ୍କ ଭିତରେ ସ୍ୱତନ୍ତ୍ର ସ୍ଥାନ ନେଲା ଓ ସଫଳ ହେଲା । କମ୍ପ୍ୟୁଟର ଓ ମୋବାଇଲ୍‌ ଫୋନ୍‌ ନିର୍ମାଣରେ ଷ୍ଟିଭ୍‌ ଜବସ୍‌ ଗ୍ଲୋବାଲ ଲିଡର ହେଲେ । ଠିକ୍‌ ସେହିଭଳି ଅନେକ ଇଲେକ୍ଟ୍ରିକ୍‌ ଗାଡ଼ି ଅଛି । କିନ୍ତୁ ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲାର ଇଲେକ୍ଟ୍ରିକ କାର ସମସ୍ତଙ୍କୁ ପଛରେ ପକାଇ ଚର୍ଚ୍ଚାକୁ ଆସିଲା । ଯେବେ ନିଜ କାମକୁ ହୃଦୟରୁ କରିବ ଓ ଏଥିରେ ସୃଜନଶୀଳତାକୁ ମିଶାଇବ ସେତେବେଳେ ଉତ୍କର୍ଷ ଆସିବ । କବିତା କେବଳ ହୃଦୟରୁ ହିଁ ବାହାରେ । ଠିକ୍‌ ସେମିତି ନିଜ କାମରେ କବିତା ଓ ସୃଜନଶୀଳତାକୁ ମିଶାଇବାକୁ ଶ୍ରୀ ପାଣ୍ଡିଆନ୍‌ ପରାମର୍ଶ ଦେଇଛନ୍ତି । ବିଜ୍ଞାନରେ ବି ନିଜସ୍ୱ ଭାଷା ଓ କଳାକୁ ମିଶାଇଲେ ସେ କ୍ଷେତ୍ରରେ ଉଚ୍ଚତର ସୋପାନକୁ ଉଠିପାରିବ ବୋଲି କହିଥିଲେ ।


ଯୁବପିଢ଼ିଙ୍କୁ ପ୍ରଶ୍ନର ଉତ୍ତର ଦେଇ ସଫଳତାର ଟିପସ୍‌ ବି ଦେଇଥିଲେ ପାଣ୍ଡିଆନ୍‌ । ନିଜର ସମ୍ପୂର୍ଣ୍ଣ ଲକ୍ଷ୍ୟକୁ ଠିକ୍‌ କରନ୍ତୁ । ବଡ଼ ଲକ୍ଷ୍ୟକୁ ଛୋଟ ଛୋଟ ମାଇଲ୍‌ଖୁଣ୍ଟରେ ବାଣ୍ଟି ଦିଅନ୍ତୁ । ପ୍ରତିଟି ମାଇଲ୍‌ଖୁଣ୍ଟ ହାସଲ ପାଇଁ ପୂରା ଯୋଜନା କରି ଆଗକୁ ବଢ଼ନ୍ତୁ । ଦେଖିବେ ନିଜ ବଡ଼ ଲକ୍ଷ୍ୟସ୍ଥଳ ପାଖରେ ନିଶ୍ଚୟ ପହଞ୍ଚିବେ । 

ପୁରସ୍କାର ଗ୍ରହଣ ପୂର୍ବରୁ ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାକୁ ଶ୍ରୀ ପାଣ୍ଡିଆନ୍‌ ନିସର୍ତ୍ତ ଭାବେ କାମ କରୁଛନ୍ତି । ଭାଷା ସମ୍ମିଳନୀ ଆୟୋଜନ ପାଇଁ ନବୀନଙ୍କ ସ୍ୱପ୍ନକୁ ସେ ସତ କରିଛନ୍ତି । ରାଜ୍ୟରେ ପ୍ରାୟ ଅଧାରୁ ଅଧିକ ଲୋକେ ସମ୍ପୂର୍ଣ୍ଣ ଓଡ଼ିଆ ନୁହେଁ ବରଂ ଆଞ୍ଚଳିକ ଓ ସ୍ଥାନୀୟ ଭାଷା ବ୍ୟବହାର କରନ୍ତି । ଦଳିତ, ଜନଜାତି ବର୍ଗର ଲୋକେ ନିଜସ୍ୱ ଭାଷାରେ କଥାବାର୍ତ୍ତା କରନ୍ତି । ସାନ୍ତାଳୀ ଭାଷା, ବିଭିନ୍ନ ଅଞ୍ଚଳର ଆଞ୍ଚଳିକ ଭାଷା ଓ ବିଶେଷ କରି ପୁରୀର ସ୍ଥାନୀୟ ଭାଷାରୁ ଶବ୍ଦ ରାଶି ନେଇ ଶବ୍ଦ ଭଣ୍ଡାର ସୃଷ୍ଟି କରିବାକୁ ଭାଷାବିତ୍‌ମାନଙ୍କୁ ଆହ୍ୱାନ ଦେଇଥିଲେ ଶ୍ରୀ ପଟ୍ଟନାୟକ । ଲେଖକମାନେ ଆଞ୍ଚଳିକ ଭାଷାରେ ଲେଖିଲେ ଏହା ଭାଷାକୁ ସମୃଦ୍ଧ କରିବ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ସୋଆ ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ୫-ଟି ଅଧ୍ୟକ୍ଷ ପୂରା କରିଛନ୍ତି । ଓଡ଼ିଶାର ସମସ୍ୟାକୁ ସେ ଗଭୀର ଭାବେ ଅନୁଧ୍ୟାନ କରିଛନ୍ତି । ନିଷ୍ଠାର ସହ କାମ କରି ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ କରିଛନ୍ତି । ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ, ତାରାତାରିଣୀ ମନ୍ଦିରର ରୂପାନ୍ତରଣ ଭଳି ଅନେକ ପ୍ରକଳ୍ପକୁ ସତ କରି ଦେଖାଇଛନ୍ତି । ରାଜ୍ୟରେ ଏକ ଦୁର୍ନୀତିମୁକ୍ତ ଶାସନ ଚାଲିଛି । ଓଡ଼ିଆ ସାହିତ୍ୟ ଓ ଭାଷା ପାଇଁ ତାଙ୍କ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ ।



ସୋଆର ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜରଞ୍ଜନ ନାୟକ ଉପସ୍ଥିତ ରହି ୫-ଟି ଅଧ୍ୟକ୍ଷଙ୍କୁ ବିଶ୍ୱବିଦ୍ୟାଳୟକୁ ସ୍ୱାଗତ କରିବା ସହ ତାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୋଆ ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ପରିଚାଳନା କରିଥିଲେ । ସୋଆର ବରିଷ୍ଠ ଅଧିକାରୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.