ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରୁଟିରେ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି, ଦେଖିବାକୁ ଲାଗିଲା ଜଗନ୍ନାଥ ପ୍ରେମୀ ଓ ଲୋକଙ୍କ ଭିଡ଼

ନୂଆପଡ଼ା/କୋମନା ୧୯/୦୧: ବୁଧବାର ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ହୋଇଛି । ଏଥିପାଇଁ ସମଗ୍ର ଓଡ଼ିଶାବାସୀ ଜଗନ୍ନାଥଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି । ଏହି ଜଗନ୍ନାଥମୟ ପରିବେଶରେ ନୂଆପଡ଼ା ଜିଲ୍ଲା କୋମନାରେ ଏକ ରୁଟିରେ ଜଗନ୍ନାଥଙ୍କ ଛବି ଦେଖିବାକୁ ମିଳିଛି । 

 ଗୁରୁବାର ସକାଳେ କୋମନା ଦେବେନ୍ଦ୍ର ସାଗର ଦୁରିଆଙ୍କ ଘରେ ଜଳଖିଆ ପାଇଁ ରୋଟି ତିଆରି କରୁଥିଲେ । ରୋଷେଇ ଶାଳରେ ହଠାତ୍‌ ଏକ ରୁଟିରେ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ଦେଖିବାକୁ ମିଳିଥିଲା ।  ଏହାକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ  ହୋଇଯାଇଥିଲେ । ଏକଥା ପ୍ରଚାରିତ ହେବାରୁ  ଜଗନ୍ନାଥ ପ୍ରେମୀ ଓ ଲୋକଙ୍କ ଭିଡ଼ ଲାଗିଥିଲା  ା ରୋଟିରେ ଭଗବାନ ଜଗନ୍ନାଥଙ୍କ ଆବିର୍ଭାବ ହୋଇଥିବା ଲୋକେ ବିଶ୍ୱାସ କରିଥିଲେ ।  ଶ୍ରୀ ଜଗନ୍ନାଥଙ୍କ ସହ ଭକ୍ତଙ୍କ ଭାବାବେଗ ଜଡ଼ିତ ହୋଇ ରହିଛି । ଏଣୁ ରୁଟିକୁ ସାଇତି ରଖିବା ସହ ଲୋକେ ପୂଜାର୍ଚ୍ଚନା କରି ଦର୍ଶନ କରିଥିଲେ । ମହାପ୍ରଭୁ ଜଗନ୍ନାଥ ରୋଟିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବୋଲି ଆସ୍ଥା ଓ  ବିଶ୍ୱାସ ଜନ୍ମିଛି । ଏଭଳି ଦିନତମାମ ରୁଟିରେ  ଭଗବାନଙ୍କ ଛବି ଦେଖିବାକୁ କୋମନା ସମେତ  ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ଼ ଜମିଥିଲା ।

Also Read :-

ପାଟି ଖୋଲା ରଖି ଶୋଇବା କ୍ଷତିକାରକ, ହୋଇପାରେ ଅନେକ ଗମ୍ଭୀର ରୋଗ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.