ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

ମୁମ୍ବାଇ, ୦୨/୧୨: ସମୁଦ୍ର ମଝିରେ ନିଆଁ ଲାଗିଛି । ହୁତୁହୁତୁ ହୋଇ ଜଳୁଛି ବିଳାସପୂର୍ଣ୍ଣ ବୋଟ୍ । ଶନିବାର ଅପରାହ୍ଣରେ ମୁମ୍ବାଇ ନିକଟ ମଦୱା ଆଲିବାଗରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ମଝି ସମୁଦ୍ରରେ ନିଆଁ ଲାଗିଥିବାରୁ ଲିଭାଇବା ସମ୍ଭବ ପର ହୋଇ ନାହିଁ । ସମୁଦ୍ର ମଝିରେ ବୋଟରେ ନିଆଁ ଲାଗିବା ପରେ ଆକାଶ ଧୂଆଁମୟ ହୋଇ ଯାଇଛି । ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ବୋଟରେ ନିଆଁ ଲାଗିବା ନେଇ ମଣ୍ଡୱା ପୋର୍ଟର ଇନ୍ସପେକ୍ଟର ଆଶିଷ ମେହେର କହିଛନ୍ତି, ଅଗ୍ନିକାଣ୍ଡ ବେଳେ ବୋଟରେ ୨ ଜଣ ଥିଲେ । ସେମାନେ ଅଗ୍ନିକାଣ୍ଡରେ ଆହତ ହୋଇଛନ୍ତି । ନିଆଁ ଲାଗିବା ପରେ ଦମକଳ ବାହିନୀକୁ ଡକା ଯାଇଥିଲା, ତେବେ ବୋଟଟି ମଝି ସମୁଦ୍ରରେ ଥିବାରୁ ଏହା ଫଳପ୍ରଦ ହୋଇ ନଥିଲା । ବୋଟରେ ଅଧିକ ପରିମାଣର ତୈଳ ଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜଳି ଚାଲିଥିବା ସେ କହିଛନ୍ତି ।

ତେବେ କେଉଁ କାରଣରୁ, କିଭଳି ପରିସ୍ଥିତିରେ ବୋଟରେ ନିଆଁ ଲାଗିଲା । ତାହା ସ୍ପଷ୍ଟ ହୋଇ ନାହିଁ । ନିଆଁ ଲାଗିଥିବା ବୋଟର ଲମ୍ବ ୩୩ ଫୁଟ୍ ହୋଇଥିବା ବେଳେ ଏଥିରେ ଗୋଟିଏ ସମୟରେ ୮ରୁ ୧୦ ଜଣ ବସି ପାରିବେ । ଅଗ୍ନିକାଣ୍ଡ ସମୟରେ ବୋଟରେ ୨ ଜଣ କ୍ରିଉ ମେମ୍ବର ଥିଲେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ତେବେ ଅଗ୍ନିକାଣ୍ଡ ସମୟରେ ବୋଟର ଇଞ୍ଜିନ୍ ବନ୍ଦ ରହିଥିଲା । ତଥାପି କିଭଳି ବୋଟରେ ନିଆଁ ଲାଗିଲା ତାହା ଜଣା ନାହିଁ ବୋଲି କହିଛନ୍ତି ପିଏଲସି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଅଞ୍ଜୁ ଦତ୍ତ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.