ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମା’ ଫେଣ୍ଡ୍ରାଣୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା, ଦେବାଦେବୀଙ୍କ କଚେରିରେ ଭକ୍ତଙ୍କ ଅଭିଯୋଗ ଶୁଣାଣି

କୋକସରା, ୨୫।୨: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡ଼ାଠାରେ ମା’ ଫେଣ୍ଡ୍ରାଣୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୨ ଦିନ ଧରି ମହାଆଡମ୍ବରରେ ଚାଲିଥିଲା ଯାତ୍ରା । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ସୁଖଦୁଃଖରେ ଡାକ ଦେଲେ ସାହା ହୁଅନ୍ତି ମା’ ଫେଣ୍ଡ୍ରାଣୀ । ତେଣୁ ଦେବୀଙ୍କ ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ମାଘ ମାସର ପ୍ରଥମ ସପ୍ତାହରେ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରା ପାଳନ ହେଉଥିବା ବେଳେ ଚଳିତ ବର୍ଷ ଏହି ଯାତ୍ରାରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା । ଦୁଇ ଦିନ ଧରି ପାଳିତ ହେଉଥିବା ଏହି ମଣ୍ଡେଇ ଯାତ୍ରାର ନିଆଁରା ପରମ୍ପରା ରହିଛି । 

ଏହି ଯାତ୍ରା ପରିଶେଷରେ ଦେବାଦେବୀମାନେ ଭକ୍ତଙ୍କ ଗୁହାରି ଶୁଣାଣି କରିବାକୁ ଏକ କଚେରିର ଅନୁଷ୍ଠାନ ହୋଇଥାଏ । ଯେଉଁଠି ଶହ ଶହ ଶ୍ରଦ୍ଧାଳୁ ଓ ମାନସିକଧାରୀ ଭକ୍ତ ଦେବାଦେବୀଙ୍କ ଶରଣାପନ୍ନ ହୋଇ ଆଶିଷ ଭିକ୍ଷା କରିଥାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେଲେ ମାନସିକ ଅର୍ପଣ କରିଥାନ୍ତି । ସ୍ଥାନୀୟ ଲୋକଙ୍କ କହିବାନୁସାର, ମା ଫେଣ୍ଡ୍ରାଣୀ ଦେବୀଙ୍କୁ ୧୯୭୧ ମସିହାରେ ଡେଙ୍ଗାଗୁଡ଼ା ଗ୍ରାମର ମାୟାଧର ନାଏକ। ଦେବୀଙ୍କୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରୁ ଆଣି ଡେଙ୍ଗାଗୁଡ଼ା ଗ୍ରାମରେ ସ୍ଥାପନ କରିଥିଲେ ଓ ସେହି ଦିନଠାରୁ ମା’ ଫେଣ୍ଡ୍ରାଣୀ ଦେବୀ ଡେଙ୍ଗାଗୁଡ଼ା ଗ୍ରାମରେ ପୂଜା ପାଇ ଆସୁଛନ୍ତି । ୨ ଦିନ ଧରି ଅନୁଷ୍ଠିତ ମା’ ଫେଣ୍ଡ୍ରାଣୀ ଦେବୀଙ୍କ ମାଘ ମଣ୍ଡେଇ ଯାତ୍ରାକୁ ଡେଙ୍ଗାଗୁଡ଼ା ଅଞ୍ଚଳବାସୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । 

  

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.